ପେଟ୍ରୋଲ-ଡିଜେଲ ଦର ଶସ୍ତା ହେବା ପରେ ଆସିଲା ଆଉ ଏକ ଖୁସି ଖବର, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର
Advertisement

ପେଟ୍ରୋଲ-ଡିଜେଲ ଦର ଶସ୍ତା ହେବା ପରେ ଆସିଲା ଆଉ ଏକ ଖୁସି ଖବର, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

Mustard Oil Price Down : ସୂତ୍ରରୁ ପ୍ରକାଶ ଯେ, ବିଦେଶ ବଜାରରେ ବୃଦ୍ଧି ଘଟିବା ସତ୍ତ୍ୱେ ଡିଓସି ଚାହିଦା ଅନୁଯାୟୀ ସମୀକ୍ଷାଧୀନ ସପ୍ତାହରେ ସୋୟାବିନ୍ ଦାନା ଓ ସୋୟାବିନ ଲୁଜର ହୋଲସେଲ ମୂଲ୍ୟ ୨୫-୨୫ ଟଙ୍କା ଲାଭ ସହ ଯଥାକ୍ରମେ ୭,୦୨୫-୭,୧୨୫ ଟଙ୍କା ଓ ୬,୭୨୫-୬,୮୨୫ ଟଙ୍କା ପ୍ରତି କ୍ୱିଣ୍ଟାଲରେ ବନ୍ଦ ହୋଇଛି ।

ପେଟ୍ରୋଲ-ଡିଜେଲ ଦର ଶସ୍ତା ହେବା ପରେ ଆସିଲା ଆଉ ଏକ ଖୁସି ଖବର, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

ନୂଆଦିଲ୍ଲୀ: Mustard Oil Price Down : ମହଙ୍ଗା ମାଡ଼ର ସାମ୍ନା କରୁଥିବା ସାଧାରଣ ଜନତାଙ୍କୁ କିଛି ମାତ୍ରାରେ ରିହାତି ମିଳିଛି । ଦୁଇ ଦିନ ପୂର୍ବେ ସରକାର ପେଟ୍ରୋଲ ଓ ଡିଜେଲ (Petrol-Diesel Price) ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ଏବେ ଆଉ ଏକ ରିହାତି ଖବର ଆସୁଛି । ବର୍ତ୍ତମାନ କଚ୍ଚି ଘାନି ସୋରିଷ ତେଲ (Kachi Ghani Mustard Oil) ରେ ଏକ ବଡ଼ ଧରଣର ହ୍ରାସ ଘଟିଛି । ଏହାସହ ଅନ୍ୟାନ୍ୟ ତୈଲ ଦରରେ ମଧ୍ୟ ହ୍ରାସ ଦେଖାଦେଇଛି । ଇଣ୍ଡୋନେସିଆର ରପ୍ତାନି ଖୋଲିବା ପରଠାରୁ ମୂଲ୍ୟ ହ୍ରାସ ଘଟିଛି ।

ବୈଦେଶିକ ବଜାରରେ ଖାଇବା ତେଲ ଦର (Edible Oil) ରେ ବୃଦ୍ଧି ସତ୍ତ୍ୱେ ଇଣ୍ଡୋନେସିଆ ଦ୍ୱାରା ରପ୍ତାନି ଖୋଲିବା ଯୋଗୁଁ ସାରା ଦେଶର ତୈଳବୀଜ ବଜାରରେ ଗତ ସପ୍ତାହରେ ଅଧିକାଂଶ ତୈଳ ମଞ୍ଜି ମୂଲ୍ୟରେ ହ୍ରାସ ଘଟିଛି । ମାର୍କେଟ ସୂତ୍ରରୁ ପ୍ରକାଶ ଯେ, ଗତ ସପ୍ତାହରେ ସୋରିଷ ମଞ୍ଜି ମୂଲ୍ୟ ୧୦୦ ଟଙ୍କା ହ୍ରାସ ପାଇ କ୍ୱିଣ୍ଟାଲ ପିଛା ୭,୫୧୫-୭,୫୬୫ ଟଙ୍କାରେ ବନ୍ଦ ହୋଇଛି ।

ସୋରିଷ ଦାଦ୍ରି ତେଲ ୨୫୦ ଟଙ୍କା ହ୍ରାସ ପାଇ ସମୀକ୍ଷାଧୀନ ସପ୍ତାହ ଶେଷରେ ୧୫,୦୫୦ ଟଙ୍କା କ୍ୱିଣ୍ଟାଲରେ ବନ୍ଦ ହୋଇଛି । ଅନ୍ୟପଟେ ସୋରିଷ ପାକ୍କି ଘାନି ଓ କଚ୍ଚି ଘାନି ତେଲ ମଧ୍ୟ ୪୦ ଟଙ୍କା ହ୍ରାସ ସହିତ ଯଥାକ୍ରମେ ୨,୩୬୫-୨,୪୪୫ ଟଙ୍କା ଓ ୨,୪୦୫-୨,୫୧୫ ଟଙ୍କା ଟିନ (୧୫ କିଲୋ) ବନ୍ଦ ହୋଇଛି ।

ସୂତ୍ରରୁ ପ୍ରକାଶ ଯେ, ବିଦେଶ ବଜାରରେ ବୃଦ୍ଧି ଘଟିବା ସତ୍ତ୍ୱେ ଡିଓସି ଚାହିଦା ଅନୁଯାୟୀ ସମୀକ୍ଷାଧୀନ ସପ୍ତାହରେ ସୋୟାବିନ୍ ଦାନା ଓ ସୋୟାବିନ ଲୁଜର ହୋଲସେଲ ମୂଲ୍ୟ ୨୫-୨୫ ଟଙ୍କା ଲାଭ ସହ ଯଥାକ୍ରମେ ୭,୦୨୫-୭,୧୨୫ ଟଙ୍କା ଓ ୬,୭୨୫-୬,୮୨୫ ଟଙ୍କା ପ୍ରତି କ୍ୱିଣ୍ଟାଲରେ ବନ୍ଦ ହୋଇଛି ।

ହ୍ରାସର ସାଧାରଣ ଧାରା ସହିତ ସମୀକ୍ଷାଧୀନ ସପ୍ତାହରେ ସୋୟାବିନ୍ ତେଲର ମୂଲ୍ୟ କ୍ଷତି ସହିତ ବନ୍ଦ ହୋଇଛି । ସୋୟାବିନ୍ ଦିଲ୍ଲୀର ହୋଲସେଲ ମୂଲ୍ୟ ୪୦୦ ଟଙ୍କାର ହ୍ରାସ ସହ ୧୬,୬୫୦ ଟଙ୍କା, ସୋୟାବିନ୍ ଇନ୍ଦୌର ୫୦୦ ଟଙ୍କା ହ୍ରାସ ସହ ୧୬,୦୦୦ ଟଙ୍କା ଏବଂ ସୋୟାବିନ୍ ଡିଗମର ମୂଲ୍ୟ ୩୦୦ ଟଙ୍କା ହ୍ରାସ ସହ ୧୫,୨୫୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ ବନ୍ଦ ହୋଇଛି ।

ଏହା ବି ପଢ଼ନ୍ତୁ:-ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁଖିଆ, ଜାଣନ୍ତୁ ତାଙ୍କ ବିଷୟରେ...

ଏହା ବି ପଢ଼ନ୍ତୁ:-ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିବାର କ୍ଷମତା ରାହୁଲ ଗାନ୍ଧୀଙ୍କ ପାଖରେ ଅଛି କି? ଜାଣନ୍ତୁ କ'ଣ କହିଲେ ପ୍ରଶାନ୍ତ କିଶୋର

ପୂର୍ବ ସପ୍ତାହ ଶେଷ ପରେ ମୂଲ୍ୟ ତୁଳନାରେ ସମୀକ୍ଷାଧୀନ ସପ୍ତାହରେ ଚିନାବାଦାମ ତେଲ-ତେଲବୀଜ ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ଚିନାବାଦାମ ଦାନା ୧୨୫ ଟଙ୍କା, ଚିନାବାଦାମ ତେଲ ଗୁଜୁରାଟ ୨୦୦ ଟଙ୍କାର ହ୍ରାସ ସହ କ୍ରମଶଃ-୬,୭୧୦-୬,୮୪୫ ଓ ୧୫,୬୫୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ ବନ୍ଦ ହୋଇଛି । ଚିନାବାଦାମ ସଲଭେଣ୍ଟ ରିଫାଇନଡର ମୂଲ୍ୟେ ମଧ୍ୟ ୨୫ ଟଙ୍କା ହ୍ରାସ ଘଟି ୨,୬୨୫-୨,୮୧୫ ଟଙ୍କା ପ୍ରତି ଟିନରେ ବନ୍ଦ ହୋଇଛି । 

ସମୀକ୍ଷାଧୀନ ସପ୍ତାହରେ ବୈଦେଶିକ ବଜାରରେ ଅଧିକ ମୂଲ୍ୟ ଯୋଗୁଁ ଅଶୋଧିତ ପାମ୍ ତେଲ (ସିପିଓ) ର ମୂଲ୍ୟ ମଧ୍ୟ କ୍ୱିଣ୍ଟାଲ ପିଛା ୫୦୦ ହ୍ରାସ ଘଟି ୧୪,୮୫୦ ଟଙ୍କା, ପାଲମୋଲେନ ଦିଲ୍ଲୀର ମୂଲ୍ୟରେ ୬୦୦ ଟଙ୍କା ହ୍ରାସ ଘଟି ୧୬,୩୫୦ ଟଙ୍କା ଏବଂ ପାମୋଲିନ କାଣ୍ଡଲାର ମୂଲ୍ୟରେ ୫୨୦ ଟଙ୍କା ହ୍ରାସ ଘଟି ୧୫,୨୦୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ ବନ୍ଦ ହୋଇଛି ।