7th Pay Commission ପରେ ଆଉ ଆସିବନି ନୂଆ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ଅଲଗା ଭାବରେ ହେବ ବୃଦ୍ଧି
Advertisement
Article Detail0/zeeodisha/odisha1170626

7th Pay Commission ପରେ ଆଉ ଆସିବନି ନୂଆ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ଅଲଗା ଭାବରେ ହେବ ବୃଦ୍ଧି

7th Pay Commission: ସଂସଦରେ ଏକ ଘୋଷଣା ସମୟରେ ସେ କହିଥିଲେ ଯେ, ବର୍ତ୍ତମାନ ପେ କମିଶନ (Pay Commission) ବ୍ୟତୀତ କର୍ମଚାରୀଙ୍କ ବିଷୟରେ ଚିନ୍ତା କରିବା ଉଚିତ୍ । ଅର୍ଥ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ବର୍ତ୍ତମାନ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ନୂତନ ବେତନ କମିଶନ ଆଣିବ ନାହିଁ । ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି ଯେ କର୍ମଚାରୀଙ୍କ ଦରମା ସେମାନଙ୍କ କାର୍ଯ୍ୟଦକ୍ଷତା ଅନୁଯାୟୀ ବୃଦ୍ଧି କରାଯାଉ ।

7th Pay Commission ପରେ ଆଉ ଆସିବନି ନୂଆ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ଅଲଗା ଭାବରେ ହେବ ବୃଦ୍ଧି

ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ରର ସରକାରୀ କର୍ମଚାରୀ (Central Government Employees) ଙ୍କୁ ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ବର୍ଦ୍ଧିତ ବେତନ (Salary) ର ଲାଭ ମିଳୁଛି । ଏହା ବ୍ୟତୀତ କ୍ରମାଗତ ମହଙ୍ଗା ଭତ୍ତା (Dearness Allowance) ରେ ମଧ୍ୟ ବୃଦ୍ଧି ଘଟୁଛି । କିନ୍ତୁ ସରକାରୀ କର୍ମଚାରୀ (Government Employees) ଙ୍କ ବେତନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ନୂତନ ସୂତ୍ର ବା ଫର୍ମୂଲା ଆଣିପାରନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ (Arun Jaitley) ଜୁଲାଇ ୨୦୧୬ରେ ଏହାର ସଙ୍କେତ ଦେଇଥିଲେ । 

ସଂସଦରେ ଏକ ଘୋଷଣା ସମୟରେ ସେ କହିଥିଲେ ଯେ, ବର୍ତ୍ତମାନ ପେ କମିଶନ (Pay Commission) ବ୍ୟତୀତ କର୍ମଚାରୀଙ୍କ ବିଷୟରେ ଚିନ୍ତା କରିବା ଉଚିତ୍ । ଅର୍ଥ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ବର୍ତ୍ତମାନ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ନୂତନ ବେତନ କମିଶନ ଆଣିବ ନାହିଁ । ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି ଯେ କର୍ମଚାରୀଙ୍କ ଦରମା ସେମାନଙ୍କ କାର୍ଯ୍ୟଦକ୍ଷତା ଅନୁଯାୟୀ ବୃଦ୍ଧି କରାଯାଉ ।

ଯଦି ସୂତ୍ରଗୁଡ଼ିକୁ ବିଶ୍ୱାାସ କରାଯାଏ, ତେବେ ସପ୍ତମ ବେତନ ଆୟୋଗ ପରେ  ପରବର୍ତ୍ତୀ ବେତନ ଆୟୋଗ ଆସିବ ନାହିଁ । ସରକାର ଏହି ଦିଗରେ କାର୍ଯ୍ୟ କରୁଛନ୍ତି କି ୬୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୫୨ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ଏଭଳି ବ୍ୟବସ୍ଥା କରାଯାଉ ଯେଉଁଥିରେ ୫୦ ପ୍ରତିଶତରୁ ମହଙ୍ଗା ଭତ୍ତା (DA) ଅଧିକ ହେଲେ ବେତନ ସ୍ୱୟଂଚାଳିତ ଭାବେ ବୃଦ୍ଧି ଘଟିବ । ଏହି ସିଷ୍ଟମକୁ 'ଅଟୋମେଟିକ୍ ପେ ରିଭିଜନ୍ ସିଷ୍ଟମ୍' ର ନାମ ଦିଆଯାଇପାରେ । ଏଥି ସହିତ କର୍ମଚାରୀମାନେ ମଧ୍ୟ ମନେ କରନ୍ତି ଯେ ବର୍ତ୍ତମାନର ମୁଦ୍ରାସ୍ଫୀତି ହାରକୁ ଦୃଷ୍ଟିରେ ରଖି ୨୦୧୬ ମସିହାରୁ ଦରମା ବୃଦ୍ଧି ପାଇଁ ସୁପାରିଶ ସହିତ ବଞ୍ଚିବା ସେମାନଙ୍କ ପାଇଁ କଷ୍ଟକର ହେବ । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ସରକାରୀ ପକ୍ଷରୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

ବିଗତ ଗତ କିଛି ଦିନ ହେବ ଗଣମାଧ୍ୟମରେ ଖବର ଆସିଛି ଯେ ସରକାର ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର (Fitment factor hike) କୁ ବଢ଼ାଇ ପାରନ୍ତି । କିନ୍ତୁ, ସୂଚନାନୁସାରେ ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇବ ନାହିଁ । ବର୍ତ୍ତମାନ ସରକାର ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ସପକ୍ଷରେ ନାହାଁନ୍ତି । କୋରୋନା  ଓ ମୁଦ୍ରାସ୍ଫୀତି ଯୋଗୁଁ ଏହି ଅତିରିକ୍ତ ଆର୍ଥିକ ବୋଝ ପରିସ୍ଥିତିକୁ ଆହୁରି ଖରାପ କରିପାରେ ।

ଏହା ବି ପଢ଼ନ୍ତୁ:-ଭାଙ୍ଗିବ ସଚିନ ପାଇଲଟଙ୍କ ସ୍ୱପ୍ନ!

ଏହା ବି ପଢ଼ନ୍ତୁ:-ଆସିଯାଇଛି ମେ' ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-ଜିନ୍ସର ରଙ୍ଗ କାହିଁକି ହୋଇଥାଏ ନୀଳ? ଜାଣନ୍ତୁ ଏହା ପଛର କାରଣ

 

 ସୂତ୍ରାନୁସାରେ, ବେତନ ବୃଦ୍ଧି ପାଇଁ ଏକ ନୂତନ ସୂତ୍ର ଆଣିବା ପରେ ଫିଟମେଣ୍ଟ ଫ୍ୟାକ୍ଟର୍ ମଧ୍ୟ ସ୍ଥିର ହେବ । ଏହାପୂର୍ବରୁ କୌଣସି ପ୍ରକାରର ଅନୁମାନ କରିବା କଷ୍ଟକର । ସରକାର ଏହା ଉପରେ ନିରନ୍ତର କାର୍ଯ୍ୟ କରୁଛନ୍ତି ଯେ ଏଭଳି କୌଣସି ସୂତ୍ର ପ୍ରସ୍ତୁତ କରାଯାଉ, ଯାହା ସମୟ ସମୟରେ ଦରମା ବୃଦ୍ଧି ହେଉଥିବ । ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ଅରୁଣ ଜେଟଲୀ ଚାହୁଁଥିଲେ ଯେ ମଧ୍ୟବିତ୍ତ କର୍ମଚାରୀ ତଥା ନିମ୍ନ ସ୍ତରର କର୍ମଚାରୀମାନଙ୍କ ବେତନ ବୃଦ୍ଧି କରାଯାଉ ।