ପାକିସ୍ତାନକୁ ବର୍ବାଦ କରିଦେଲା ଚୀନ, ଋଷଠୁ ଝଟକା ଖାଇ ହେଉଛି ଲୋକହସା
Advertisement
Article Detail0/zeeodisha/odisha1318684

ପାକିସ୍ତାନକୁ ବର୍ବାଦ କରିଦେଲା ଚୀନ, ଋଷଠୁ ଝଟକା ଖାଇ ହେଉଛି ଲୋକହସା

ଗୋଟିଏ JF-17 ବିମାନର ମୂଲ୍ୟ ପ୍ରାୟ ହାଜାରେ କୋଟି ଟଙ୍କା ହେବ। ଚୀନ ଏହି ବିମାନକୁ ପାକିସ୍ତାନକୁ ବିକ୍ରିକରିଥିଲା। ୨୦୦୭ରେ ପାକିସ୍ତାନ ସେନାରେ JF-17 ବିମାନ ସାମିଲ ହୋଇଥିବା ବେଳେ ୨୦୦୮ ଠାରୁ ଏହା ପାକିସ୍ତାନରେ ଉତ୍ପାଦନ ଆରମ୍ଭ ହେଲା। ଋଷର RD-38 ଇଂଜିନକୁ ବିମାନରେ ଯୋଡି ଚୀନ, ପାକିସ୍ତାନକୁ  JF-17 ନାମରେ ବିମାନ ବିକ୍ରି କରିଥିଲା। 

 ପାକିସ୍ତାନକୁ ବର୍ବାଦ କରିଦେଲା ଚୀନ, ଋଷଠୁ ଝଟକା ଖାଇ ହେଉଛି ଲୋକହସା

JF17 Thunder fighter jets, ନୂଆଦିଲ୍ଲୀ: ପାକିସ୍ତାନକୁ ବର୍ବାଦ କରିଦେଇଛି ଋଷ। ସୁନା ବୋଲି ପାକକୁ ଡ୍ରାଗନ ପିତଳ ଧରେଇ ଦେଇଛି। ସୁପର ଫାଇଟର ବୋଲି ଯେଉଁ JF-17 Thunder ନାମକ ଯୁଦ୍ଧ ବିମାନ ପାକିସ୍ତାନ କିଣିଥିଲା, ଏବେ ସେହି ବିମାନ କବାଡି ବାହାରିଛି। ଏହି ବିମାନ ପାଇଁ ଏବେ ପାକିସ୍ତାନ କୋଟି କୋଟି ଟଙ୍କ କ୍ଷତି ସହିବାକୁ ପଡୁଛି। ଋଷ ସହ ହୋଇଥିବା ବୁଝାମଣା ମଧ୍ୟ ବାତିଲ ହୋଇଛି। ଯାହାପରେ ବିମାନର କାର୍ଯ୍ୟ ଓ ଫିଟନେସକୁ ନେଇ ପାକକୁ ଏବେ ଲୋକହସା ହେବାକୁ ପଡିଛି। 

ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ସେନାରେ ମୋଟ ୮୧୮ଟି ଏୟାର କ୍ରାଫ୍ଟ ଅଛି। ସେଥିମଧ୍ୟରୁ ୪୫୩ଟି ଅର୍ଥାତ ୫୫.୪ ପ୍ରତିଶତ ଯୁଦ୍ଧ ବିମାନ ଥିବା ବେଳେ ୨୮୫ଟି (୩୪.୮ ପ୍ରତିଶତ) ଟ୍ରେନର ଏୟାରକ୍ରାଫ୍ଟ ରହିଛି। ପାକିସ୍ତାନ ଯୁଦ୍ଧ ବିମାନରେ F-7 (୧୩୫), JF-17 (୧୦୯), Mirage (୯୦+୬୦), F-16 (୪୪) ଓ J-10C (୬)ଟି ରହିଛି। ପାକିସ୍ତାନ ସେନାରେ JF-17 ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି। କୁହାଯାଉଛି ଯେ, ପାକିସ୍ତାନ ନିକଟରେ ଯୁଦ୍ଧ ପାଇଁ ୧୦୯ଟି JF-17 ବିମାନ ରହିଥିବା ବେଳେ ଅନ୍ୟ ୨୫ଟି ବିମାନ ଟ୍ରେନିଂ ପାଇଁ ରଖାଯାଇଛି। କିନ୍ତୁ ଏହି JF-17 ବିମାନ ଗୁଡିକ କବାଡି ସହ ସମାନ ବୋଲି ଚର୍ଚ୍ଚା ହେଉଛି।

Also Read: ସିଞ୍ଜୋ ଆବେଙ୍କୁ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଜାପାନ ଯିବେ ପିଏମ ମୋଦି

ଗୋଟିଏ JF-17 ବିମାନର ମୂଲ୍ୟ ପ୍ରାୟ ହାଜାରେ କୋଟି ଟଙ୍କା ହେବ। ଚୀନ ଏହି ବିମାନକୁ ପାକିସ୍ତାନକୁ ବିକ୍ରିକରିଥିଲା। ୨୦୦୭ରେ ପାକିସ୍ତାନ ସେନାରେ JF-17 ବିମାନ ସାମିଲ ହୋଇଥିବା ବେଳେ ୨୦୦୮ ଠାରୁ ଏହା ପାକିସ୍ତାନରେ ଉତ୍ପାଦନ ଆରମ୍ଭ ହେଲା। ଋଷର RD-38 ଇଂଜିନକୁ ବିମାନରେ ଯୋଡି ଚୀନ, ପାକିସ୍ତାନକୁ  JF-17 ନାମରେ ବିମାନ ବିକ୍ରି କରିଥିଲା। Mirage V, Mirage III,  F-7P/PG ଓ A-5C ଭଳି ବିମାନକୁ ରିପ୍ଲେସ କରିବା ପାଇଁ JF-17 ଆସିଥିଲା। କିନ୍ତୁ ବର୍ତ୍ତମାନ JF-17 ବ୍ୟବହାର ଉପଯୋଗୀ ନାହିଁ।

JF-17ର ଇଂଜିନ ବ୍ୟତୀତ ସମସ୍ତ ପାର୍ଟ ପାକିସ୍ତାନରେ ନିର୍ମାଣ ହେଉଛି। ଏଥିରେ ଚୀନ ସାହାଯ୍ୟ କରୁଛି। ପାକିସ୍ତାନ ଓ ଚୀନ ମିଳିତ ଭାବେ Chengdu Aircraft Corporation (CAC) ନାମକ ସଂସ୍ଥା ମାଧ୍ୟମରେ ବିମାନ ନିର୍ମାଣ କରାଯାଉଛି। ତେବେ ଏହି JF-17ରେ ଏବେ ଅନେକ ସମସ୍ୟା ଦେଖାଦେଲାଣି, ଯାହାର ସମାଧାନ ପାଇଁ ଚୀନକୁ ପାକିସ୍ତାନ ଅନୁରୋଧ କରିଥିଲା। କିନ୍ତୁ ବିମାନର ଇଂଜିନ ଋଷରୁ ଆସିଥିବାରୁ ଚୀନ ଏଥିରେ କୌଣସି ସାହାଯ୍ୟ କରିପାରିବ ନାହିଁ ବୋଲି ହାତ ଟେକି ଦେଇଛି।

Also Read: BrahMos Missile fire into Pakistan: ଭରତର କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ପାକିସ୍ତାନ

ଅନ୍ୟପଟେ ପାକିସ୍ତାନ JF-17ର ଇଂଜିନ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ, ଋଷର ଅନେକ ସଂସ୍ଥା ସହ ଚୁକ୍ତି କରିଥିଲା। କିନ୍ତୁ ଋଷ ସରକାର, JF-17 ପାଇଁ କରୁଥିବା ସଂସ୍ଥା ଗୁଡିକୁ ବ୍ୟାନ କରିଛି। ଫଳରେ ଋଷ ସଂସ୍ଥା ଆଉ ପାକିସ୍ତାନ ପାଇଁ କାମ କରିପାରିବେ ନାହିଁ। ଏହି କଟକଣା ପରେ ପାକିସ୍ତାନର JF-17 ବିମାନ ଅକର୍ମଣ୍ୟ ହୋଇ ପଡିଛି। ଏହି ବିମାନରୁ କଳା ଧୂଆଁ ବାହାରୁ ଥିବା ମଧ୍ୟ ଅଭିଯୋଗ ହେଇଛି ଫଳରେ ସେଗୁଡିକୁ ଯୁଦ୍ଧ ସମୟରେ ମଧ୍ୟ ବ୍ୟବହାର କରିବା ବିପଦଜନକ ହେବ। ବିନା ରାଡାରରେ ଏହି ବିମାନକୁ ସାଧାରଣ ମିଶାଇସ ମାରି ଖସେଇ ଦିଆଯାଇ ପାରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମଚ ପ୍ରକାଶ କରିଛନ୍ତି।

ନିଜର ଏଭଳି ସ୍ଥିତିକୁ ନେଇ ପାକିସ୍ତାନ ଏବେ ଲୋକହସା ହେଉଛି। ଅନ୍ୟପଟେ ପ୍ରତିରକ୍ଷା ବ୍ୟବସାୟରେ ମଧ୍ୟ ପାକିସ୍ତାନକୁ କ୍ଷତି ସହିବାକୁ ପଡିପାରେ। ଗତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନ ଓ ଆର୍ଜେଣ୍ଟିନା ମଧ୍ୟରେ ୧୧୧ ବିନିୟନ ଟଙ୍କାର ଏକ ବଡ ଡିଲ୍ ହୋଇଥିଲା। ଚୁକ୍ତି ଅନୁସାରେ ଆର୍ଜେଣ୍ଟିନାକୁ ପାକିସ୍ତାନ ୧୨ଟି JF-17 ବିକ୍ରି କରିବ। ଏଥିରେ ଦଶଟି ସିଙ୍ଗଲ ସିଟର ଥିବା ବେଳେ ଦୁଇଟି ଡୁଆଲ ସିଟର ବିମାନ ରହିଛି। ତେବେ ଯଦି JF-17ରେ ଦେଖାଦେଉଥିବା ସମସ୍ୟାର ସମାଧାନ ନ ହୁଏ, ତେବେ ଏହି ଡିଲ୍ କ୍ୟାନସଲ ହୋଇପାରେ ବୋଲି କୁହାଯାଉଛି।