BrahMos Missile fire into Pakistan: ଭରତର କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ପାକିସ୍ତାନ, କଲା ଏହି ଦାବି
Advertisement

BrahMos Missile fire into Pakistan: ଭରତର କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ପାକିସ୍ତାନ, କଲା ଏହି ଦାବି

ବାୟୁସେନା ଅଧିକାରୀଙ୍କ ଦାୟିତ୍ୱହୀନ ଘଟଣାରେ ଭାରତର କାର୍ଯ୍ୟାନୁଷ୍ଠାନକୁ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି ଏବଂ ମିଳିତ ତଦନ୍ତ ଦାବିକୁ ଦୋହରାଇଛି। ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ ତଥା ତଥାକଥିତ ଆଭ୍ୟନ୍ତରୀଣ କୋର୍ଟ ତଦନ୍ତ ବେଳେ ସଂଗ୍ରହ ତଥ୍ୟ ଓ ଦିଆଯାଇଥିବା ଦଣ୍ଡରେ ପାକିସ୍ତାନା ସଂପୂର୍ଣ୍ଣ ଅସନ୍ତୁଷ୍ଟ । 

BrahMos Missile fire into Pakistan: ଭରତର କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ପାକିସ୍ତାନ, କଲା ଏହି ଦାବି

BrahMos Missile fire into Pakistan, ନୂଆଦିଲ୍ଲୀ: ଦୁର୍ଘଟଣା ବଶତଃ ମିଶାଇଲ ମାଡ ଘଟଣାରେ ଭାରତ ତିନି ଜଣ ବାୟୁସେନା ଅଧିକାରୀଙ୍କୁ ବହିଷ୍କାରରେ ପାକିସ୍ତାନ ଅସନ୍ତୁଷ୍ଟ ବ୍ୟକ୍ତ କରିଛି। ଭାରତର କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ବୁଧବାର ଅସନ୍ତୁଷ୍ଟ, ଅଭାବ ଏବଂ ଅନୁପଯୁକ୍ତ ବୋଲି କହିଛି। ପାକ୍ କହିଛି ଯେ, ଯୁଦ୍ଧ ଅସ୍ତ୍ରଶସ୍ତ୍ର ପରିଚାଳନାରେ ବ୍ୟକ୍ତିଗତ ମାନବୀୟ ତ୍ରୁଟି ବୋଲି କୁହାଯାଇପାରିବ ନାହିଁ ଏବଂ ନିରପେକ୍ଷତା ଦୃଷ୍ଟିରୁ ଭାରତ ସରକାର ମିଳିତ ତଦନ୍ତରେ ସହମତ ହେବା ଆବଶ୍ୟକ। ଗତ ସପ୍ତାହରେ ଭାରତ ତିନିଜଣ IAF ଅଧିକାରୀଙ୍କୁ ବରଖାସ୍ତ କରିଛି।

ବାୟୁସେନା ଅଧିକାରୀଙ୍କ ଦାୟିତ୍ୱହୀନ ଘଟଣାରେ ଭାରତର କାର୍ଯ୍ୟାନୁଷ୍ଠାନକୁ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି ଏବଂ ମିଳିତ ତଦନ୍ତ ଦାବିକୁ ଦୋହରାଇଛି। ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ ତଥା ତଥାକଥିତ ଆଭ୍ୟନ୍ତରୀଣ କୋର୍ଟ ତଦନ୍ତ ବେଳେ ସଂଗ୍ରହ ତଥ୍ୟ ଓ ଦିଆଯାଇଥିବା ଦଣ୍ଡରେ ପାକିସ୍ତାନା ସଂପୂର୍ଣ୍ଣ ଅସନ୍ତୁଷ୍ଟ। ତଥ୍ୟରେ ଅଭାବ ରହିଛି ଏବଂ କାର୍ଯ୍ୟାନୁଷ୍ଠାନ ଅନୁପଯୁକ୍ତ ବୋଲି ପାକିସ୍ତାନ ଦ୍ୱାରା ବିଳମ୍ବିତ ରାତିରେ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ପାକିସ୍ତାନ ଭାରତକୁ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ, ନିରାପତା ଓ ସୁରକ୍ଷା ପ୍ରୋଟୋକଲ ଏବଂ କ୍ଷେପଣାସ୍ତ୍ର ଉତକ୍ଷେପଣରେ ଭାରତର ବିଳମ୍ବରେ ସ୍ୱୀକାର କରିବା ଉପରେ ପ୍ରଶ୍ନ ଉଠାଇଛି।

Also Read: BrahMos Missile fire into Pakistan: ଭାରତୀୟ ବାୟୁସେନାର ତିନି ଅଫିସର ବିଦା, ଜାଣନ୍ତୁ କ'ଣ ଥିଲା ଘଟଣା

 

ପାକିସ୍ତାନ କହିଛି ଯେ, ମାର୍ଚ୍ଚ ୯ରେ ଭାରତ ସମଗ୍ର ଅଞ୍ଚଳର ଶାନ୍ତି ଏବଂ ନିରାପତ୍ତା ପରିବେଶକୁ ବିପଦରେ ପକାଇଥିବାବେଳେ ପାକିସ୍ତାନ ଏହି ମାମଲାରେ ସଂଯମତା ଦେଖାଇଛି, ଯାହା ଏହାର ବ୍ୟବସ୍ଥିତ ପରିପକ୍ୱତାର ପ୍ରମାଣ। ଏକ ଦାୟିତ୍ୱପୂର୍ଣ୍ଣ ଆଣବିକ ରାଷ୍ଟ୍ର ଭାବରେ ଆମେ ଶାନ୍ତି ପ୍ରତି ପ୍ରତିବଦ୍ଧତା ବଜାୟ ରଖିଛୁ ବୋଲି ପାକ୍ କହିଛି। ଏହା ପୂର୍ବରୁ ଇସଲାମବାଦସ୍ଥିତ ଭାରତୀୟ ଦୂତାବାସକୁ ସମନ ଜାରି କରିବା ସହ ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲା। ଯାହା ପରେ ଭାରତ ମିଶାଇଲ ମାଡ ଘଟଣାରେ ଅନୁତାପ କରି ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପ୍ରତିଶୃତି ଦେଇଥିଲା।

ଗତ ୯ ତାରିଖ ସନ୍ଧ୍ୟାରେ ଗୋଟିଏ ବାରୁଦ ବିହୀନ କ୍ଷେପଣାସ୍ତ୍ର (ବ୍ରହ୍ମୋସ)  LOCର ପାକିସ୍ତାନ ଆଡକୁ ଗତି କରିଥିଲା। ଏହା ଅକ ନିଛାଟିଆ ଜଙ୍ଗଲରେ ମାଡ ହୋଇଥିଲା। ତେବେ ଅସ୍ତ୍ରରେ କୌଣସି ୱାରହେଡ୍ ଲଗାଯାଇ ନ ଥିବାରୁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ। ଏହି ଘଟଣାକୁ ଭାରତ ସରକାର ଏକ ଯାନ୍ତ୍ରୀକ ତୃଟି ଏବଂ ଦୁର୍ଘଟଣା ବୋଲି କହିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଘଟଣାରେ ଦାୟିତ୍ୱହୀନତା ପାଇଁ ତିନି ଜଣ ବାୟୁସେନା ଅଧିକାରୀଙ୍କୁ ସରକାର ବହିଷ୍କାର କରିଛନ୍ତି। 

Also Read: ଟାଇମ୍ ଟ୍ରାଭେଲ ସହ ଜଡ଼ିତ ଏହି ୧୦ଟି ଫଟୋ କୁହେ ଯେ ସମୟର ରହସ୍ୟ ବୁଝିବା ଅସମ୍ଭବ

 

ସୂଚନାଯୋଗ୍ୟ, ବିଗତ ୭୫ ବର୍ଷ ମଧ୍ୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରିଟି ଯୁଦ୍ଧ ହୋଇଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ କୌଣସି ଯୁଦ୍ଧ ଜିତିନାହିଁ। ପୁଲୱାମା ଆତଙ୍କବାଦୀ ହମଲା ପରେ ୨୦୧୯ରେ ଭାରତ-ପାକ୍ ମୁହାଁମୁହିଁ ହୋଇଥିଲେ। ହେଲେ ପ୍ରଥମ ଥର ପାଇଁ ଅଣଯୁଦ୍ଧ ସମୟରେ ଭାରତର କ୍ଷପଣାସ୍ତ୍ର ପାକିସ୍ତାନ ମାଟିରେ ପଡିଛି। ଏହି ଘଟଣାରେ ସେତେବେଳେ ଆମେରିକା ମଧ୍ୟ ଭାରତ ସପକ୍ଷରେ ଥିଲା ଏବଂ ଏହା ଏକ ଯାନ୍ତ୍ରୀକ ତୃଟି ହୋଇପାରେ ବୋଲି କହିଥିଲା।