ତାଲିବାନକୁ ଏହି ଚ୍ୟାଲେଞ୍ଜ ଦେଲା ପାକିସ୍ତାନ, କହିଲା-ଯଦି ବିଫଳ ହେବ ତ...
Advertisement
Article Detail0/zeeodisha/odisha1068842

ତାଲିବାନକୁ ଏହି ଚ୍ୟାଲେଞ୍ଜ ଦେଲା ପାକିସ୍ତାନ, କହିଲା-ଯଦି ବିଫଳ ହେବ ତ...

ଅଗଷ୍ଟ ୨୦୨୧ରେ ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନ ଟିଟିପି ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ତାଲିବାନ ସରକାରକୁ ଏକ ତାଲିକା ପ୍ରଦାନ କରିଥିଲା । ତାଲିବାନକୁ ଟିଟିପିର ବହୁଚର୍ଚ୍ଚିତ ଆତଙ୍କବାଦୀଙ୍କ ତାଲିକା ମଧ୍ୟ ଦିଆଯାଇଥିଲା ।

ତାଲିବାନକୁ ଏହି ଚ୍ୟାଲେଞ୍ଜ ଦେଲା ପାକିସ୍ତାନ, କହିଲା-ଯଦି ବିଫଳ ହେବ ତ...

ନୂଆଦିଲ୍ଲୀ: ଦେଶରେ ସକ୍ରିୟ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ତେହେରିକ-ଇ-ତାଲିବାନ (TTP) କୁ ଆଫଗାନ ତାଲିବାନ (Afghan Taliban) ର ପରୀକ୍ଷା ଭାବରେ ପାକିସ୍ତାନ (Pakistan) ଦେଖୁଛି । ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯଦି ଆଫଗାନ ତାଲିବାନର ଅନ୍ତରୀଣ ସରକାର (Taliban interim government) ଟିଟିପି ସହ ମୁକାବିଲା କରନ୍ତି, ତେବେ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ସହ ମୁକାବିଲାକୁ ନେଇ ଦୁନିଆରେ ତା'ର ପ୍ରତିଷ୍ଠା ସ୍ଥାପିତ ହେବ ।

ଘଟଣାକ୍ରମ ସହ ପରିଚିତ ଜଣେ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ ପାକିସ୍ତାନର ଇଂରାଜୀ ଏକ୍ସପ୍ରେସ ଟ୍ରିବ୍ୟୁନାକୁ କହିଛନ୍ତି ଯେ, ଆମେ ତାଲିବାନ (Taliban) ନେତୃତ୍ୱକୁ କହିଛୁ ଯେ ସେ TTP କୁ ସେମାନଙ୍କ ଟେଷ୍ଟ କେସ୍ ଭାବରେ ବିଚାର କରୁ । ଯଦି ତାଲିବାନ ପାକିସ୍ତାନର ଏହି ସମସ୍ୟାର ସମାଧାନ କରିପାରିବ ନାହିଁ, ତେବେ ଅଲ କାଏଦା (Al Qaeda) ଓ ଅନ୍ୟାନ୍ୟ ଗୋଷ୍ଠୀ ସହ ସମ୍ପର୍କ କାଟିବାକୁ ଦେଇଥିବା ପ୍ରତିଶ୍ରୁତି ଉପରେ କିଏ ବିଶ୍ୱାସ କରିବ? '

ପାକିସ୍ତାନ ଓ ତାଲିବାନର ଅନ୍ତରୀଣ ସରକାର ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ତାଲିବାନ ସରକାର ମଧ୍ୟ ପାକିସ୍ତାନ ଠାରୁ ସବୁ ପ୍ରକାର ସାହାଯ୍ୟ ଆଶା କରୁଛି ।

ଏ ସମ୍ପର୍କରେ ପାକିସ୍ତାନୀ ଅଧିକାରୀ କହିଛନ୍ତି, ଯଦି ତାଲିବାନ ପାକିସ୍ତାନର ଚିନ୍ତାକୁ ଧ୍ୟାନ ଦେବାରେ ବିଫଳ ହୁଏ, ତେବେ ଏହା ଆଫଗାନିସ୍ତାନ ତାଲିବାନ ପାଇଁ କ୍ଷତିକାରକ । ବିଶ୍ୱ ସମୁଦାୟ, ବିଶେଷକରି ପାଶ୍ଚାତ୍ୟ ଦେଶଗୁଡିକ ପଚାରିବେ ଯେ ଯଦି ତାଲିବାନ ପାକିସ୍ତାନର ସମସ୍ୟାର ସମାଧାନ କରିବାରେ ସକ୍ଷମ ହେଉ ନାହିଁ, ତେବେ ସେ ଆତଙ୍କବାଦ ସହ ଜଡିତ ଅନ୍ୟ ଦେଶର ସମସ୍ୟାକୁ କିପରି ସମାଧାନ କରିବେ?

ପାକିସ୍ତାନ ପକ୍ଷରୁ ଏହି କଥା ଏପରି ସମୟରେ ସାମ୍ନାକୁ ଆସିଛି ଯେଉଁ ସମୟରେ ଆଫଗାନିସ୍ତାନର ତାଲିବାନ ସରକାର ଟିଟିପି ସମସ୍ୟାର ସମାଧାନ କରିବାରେ କୌଣସି ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିପାରି ନାହାଁନ୍ତି । ପାକିସ୍ତାନୀ ଖବରକାଗଜ ଲେଖିଛି ଯେ ଏହି ବିଷୟ ତାଲିବାନ ସରକାରଙ୍କ ପାକିସ୍ତାନ ସହ ସମ୍ପର୍କକୁ ଦୁର୍ବଳ କରିପାରେ ।

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଗତକାଲି ତୁଳନାରେ ଆଜି କୋରୋନା ମାମଲାରେ ୧୫.୮ ପ୍ରତିଶତ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଏହା ବି ପଢ଼ନ୍ତୁ:-ପ୍ରିୟଙ୍କା ଆହୁରି ଅଧିକ ମଜୁଭୁତ ହୋଇ ଲଢ଼ୁ, ଜାଣନ୍ତୁ ଏପରି କାହିଁକି କହିଲେ ଅଖିଳେଶ

ପାକିସ୍ତାନ ପ୍ରଥମରୁ ହିଁ ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ସମର୍ଥକ କରିଆସୁଛି । ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟକୁ ନା କେବଳ ଆଫଗାନିସ୍ତାନ ପାଇଁ ମାନବିକ ସହାୟତା ଲୋଡ଼ୁଛି ବରଂ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନକୁ ଏକାକୀ ନ ଛାଡିବାକୁ ମଧ୍ୟ  ଅନୁରୋଧ କରୁଛି ।

ବିଗତ ଦିନରେ ଆଫଗାନିସ୍ତାନ ପ୍ରସଙ୍ଗରେ ପାକିସ୍ତାନ OIC (Oragnisation Islamic Cooperation) ର ଏକ ବୈଠକ ଡାକିଥିଲା । ଏହି ବୈଠକରେ ତାଲିବାନ ସରକାର ପାଇଁ ଆନ୍ତର୍ଜାତୀୟ ସମର୍ଥନ ହାସଲ କରିବାକୁ ଆଲୋଚନା କରାଯାଇଥିଲା । ଏସବୁ ବଦଳରେ ପାକିସ୍ତାନ ସରକାର ଆଶା କରିଛନ୍ତି ଯେ ତାଲିବାନ ସରକାର ନିଷିଦ୍ଧ TTP ରୁ ତାକୁ ମୁକ୍ତ କରିବେ ।

ଅଗଷ୍ଟ ୨୦୨୧ରେ ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନ ଟିଟିପି ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ତାଲିବାନ ସରକାରକୁ ଏକ ତାଲିକା ପ୍ରଦାନ କରିଥିଲା । ତାଲିବାନକୁ ଟିଟିପିର ବହୁଚର୍ଚ୍ଚିତ ଆତଙ୍କବାଦୀଙ୍କ ତାଲିକା ମଧ୍ୟ ଦିଆଯାଇଥିଲା ।

କିନ୍ତୁ ତାଲିବାନ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପାକିସ୍ତାନକୁ ଟିଟିପି ସହିତ ଶାନ୍ତି ଚୁକ୍ତି କରିବାକୁ କୁହାଯାଇଥିଲା । ପାକିସ୍ତାନ ଏଥିରେ ରାଜି ହୋଇଥିଲା ଓ ଟିଟିପି ସହିତ ଅନେକ ରାଉଣ୍ଡ ଆଲୋଚନା ହୋଇଥିଲା । ନଭେମ୍ବର ୨୦୨୧ରେ ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।