ଇମ୍ରାନ ଖାନଙ୍କ ବଡ଼ ବୟାନ, କହିଲେ-ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛି, କିନ୍ତୁ...
Advertisement
Article Detail0/zeeodisha/odisha1096164

ଇମ୍ରାନ ଖାନଙ୍କ ବଡ଼ ବୟାନ, କହିଲେ-ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛି, କିନ୍ତୁ...

Pakistan PM Imran Khan on India-Pak Ralationship: ସିପିଇସି ଓ ଗ୍ୱାଦର ବନ୍ଦରକୁ ନେଇ ସନ୍ଦେହ କରିବାର କୌଣସି ଅର୍ଥ ନାହିଁ ... ଆମେ ଅନ୍ୟ ଦେଶମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରୁଛୁ ବୋଲି ଇମ୍ରାନ ଖାନ କହିଛନ୍ତି । ସେ ଆଗକୁ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ କେବଳ ପାକିସ୍ଥାନ ଓ ଚୀନ୍ ପାଇଁ ନୁହେଁ ବରଂ ସମଗ୍ର ଅଞ୍ଚଳ ପାଇଁ ଲାଭଦାୟକ ହେବ । ଏହି ପ୍ରକଳ୍ପଗୁଡ଼ିକ ଦାରିଦ୍ର୍ୟ ଦୂରୀକରଣ ଓ ସମୃଦ୍ଧତା ଆଣିବାରେ ସହାୟକ ହେବ । ଉଲ୍ଲେଖନୀୟ ବିଷୟ ହେଉଛି, ଏହି ପ୍ରକଳ୍ପ କଶ୍ମୀରର ପାକିସ୍ତାନ ଅଧିକୃତ ଅଞ୍ଚଳ ଦେଇ ଗଲାବେଳେ ସିପିଇସି (CPEC) କୁ ନେଇ ଚୀନ ସମ୍ମୁଖରେ ଭାରତ ବିରୋଧ କରିଛି ।

ଇମ୍ରାନ ଖାନଙ୍କ ବଡ଼ ବୟାନ, କହିଲେ-ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହୁଁଛି, କିନ୍ତୁ...

ଇସଲାମାବାଦ: Pakistan PM Imran Khan on India-Pak Relationship: ଭାରତ (India) ସହ ସମ୍ପର୍କକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Pakistan Prime Minister Imran Khan) ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କ୍ଷମତା ଗ୍ରହଣ କରିବା ପରେ ଭାରତ ସହ ସମ୍ପର୍କ ସ୍ୱାଭାବିକ କରିବା ତାଙ୍କ ସରକାରଙ୍କ ପ୍ରାଥମିକତା । 'ଚାଇନା ଇନଷ୍ଟିଚ୍ୟୁଟ୍ ଅଫ୍ ଫୁଡାନ୍ ୟୁନିଭର୍ସିଟି'ର ପରାମର୍ଶଦାତା କମିଟିର ନିର୍ଦ୍ଦେଶକ ଡକ୍ଟର ଏରିକ୍ ଲିଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଇମ୍ରାନ କହିଛନ୍ତି ଯେ, ତଥାପି ଦୁଇ ଦେଶ ମଧ୍ୟରେ କଶ୍ମୀର (Kashmir) ବିବାଦ ଏକ ବଡ଼ ପ୍ରସଙ୍ଗ । ଏହି ବାର୍ତ୍ତାଳାପ ଫେବୃଆରୀ ୩ରୁ ୬ ପର୍ଯ୍ୟନ୍ତ ଚୀନ୍ (China) ଗସ୍ତ ସମୟରେ ନିଆଯାଇଥିବା ଏକ ସାକ୍ଷାତକାରର ଅଂଶ ଅଟେ । ସରକାରୀ 'ଆସୋସିଏଟେଡ୍ ପ୍ରେସ ଅଫ୍ ପାକିସ୍ଥାନ' (APP) ଏହାକୁ ଗୁରୁବାର ଜାରି କରିଛି ।

ଭାରତ ବାରମ୍ବାର ପାକିସ୍ତାନକୁ କହିଛି ଯେ, ଜମ୍ମୁ କଶ୍ମୀର (Kashmir) ହେଉଛି ଭାରତ (India) ର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ସର୍ବଦା ରହିବ । ପଡ଼ୋଶୀ ଦେଶ ବାସ୍ତବତାକୁ ଗ୍ରହଣ କରିବା ସହ ଭାରତ ବିରୋଧୀ ପ୍ରଚାରକୁ ବନ୍ଦ କରିବା ଉଚିତ ବୋଲି ଭାରତ ମଧ୍ୟ କହିଛି । ଆତଙ୍କବାଦ, ଶତ୍ରୁତା ଏବଂ ହିଂସା ମୁକ୍ତ ପରିବେଶରେ ଇସଲାମାବାଦ ସହିତ ସାଧାରଣ ପଡୋଶୀ ସମ୍ପର୍କ ଚାହୁଁଛି ବୋଲି ଭାରତ ପାକିସ୍ତାନ (Pakistan) କୁ କହିଛି । ଆତଙ୍କବାଦ ଓ ଶତ୍ରୁତା ମୁକ୍ତ ପରିବେଶ ସୃଷ୍ଟି କରିବା ପାକିସ୍ତାନ ଉପରେ ନିର୍ଭର କରେ ବୋଲି ଭାରତ କହିଛି ।

ଏହା ବି ପଢ଼ନ୍ତୁ:-ଭୂତକୁ ବିବାହ କରିବେ ଏହି ମହିଳା, ଜାଣନ୍ତୁ କେମିତି ଆତ୍ମା ସହ କରନ୍ତି ଯୋଗାଯୋଗ

ଏହା ବି ପଢ଼ନ୍ତୁ:-ଏହି ଦେଶରେ ପରକିୟା ପ୍ରୀତି ପାଇଁ ମିଳିଥାଏ ଚରମ ଶାସ୍ତି! ପତ୍ନୀଙ୍କୁ ଦିଆଯାଇଛି ପତିଙ୍କୁ ହତ୍ୟା କରିବାର ଅଧିକାର

ଏହା ବି ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ିବା ପରେ ପରିସ୍ରା କରିବା କାହିଁକି ହୋଇଥାଏ ଜରୁରୀ? ଏସବୁ ଦିଗ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ

ଏହା ବି ପଢ଼ନ୍ତୁ:-ପିଉସୀ ମମତାଙ୍କ ବିରୋଧରେ ପୁତୁରା ଅଭିଷେକଙ୍କ ବିଦ୍ରୋହ!

ସିପିଇସି ଓ ଗ୍ୱାଦର ବନ୍ଦରକୁ ନେଇ ସନ୍ଦେହ କରିବାର କୌଣସି ଅର୍ଥ ନାହିଁ ... ଆମେ ଅନ୍ୟ ଦେଶମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରୁଛୁ ବୋଲି ଇମ୍ରାନ ଖାନ କହିଛନ୍ତି । ସେ ଆଗକୁ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ କେବଳ ପାକିସ୍ଥାନ ଓ ଚୀନ୍ ପାଇଁ ନୁହେଁ ବରଂ ସମଗ୍ର ଅଞ୍ଚଳ ପାଇଁ ଲାଭଦାୟକ ହେବ । ଏହି ପ୍ରକଳ୍ପଗୁଡ଼ିକ ଦାରିଦ୍ର୍ୟ ଦୂରୀକରଣ ଓ ସମୃଦ୍ଧତା ଆଣିବାରେ ସହାୟକ ହେବ । ଉଲ୍ଲେଖନୀୟ ବିଷୟ ହେଉଛି, ଏହି ପ୍ରକଳ୍ପ କଶ୍ମୀରର ପାକିସ୍ତାନ ଅଧିକୃତ ଅଞ୍ଚଳ ଦେଇ ଗଲାବେଳେ ସିପିଇସି (CPEC) କୁ ନେଇ ଚୀନ ସମ୍ମୁଖରେ ଭାରତ ବିରୋଧ କରିଛି ।

ଚୀନର ମୁସଲିମ ସଂଖ୍ୟାଗରିଷ୍ଠ ଜିନଜିଆନ୍ ପ୍ରଦେଶରେ ଉଇଗରଙ୍କ ନରସଂହାର ଉପରେ ଆମେରିକା ଓ ୟୁରୋପର ଅଭିଯୋଗ ସମ୍ପର୍କରେ ପଚାରିବା ଉପରେ ଖାନ କହିଛନ୍ତି ଯେ, ଏହି ପ୍ରଦେଶ ଗସ୍ତ ସମୟରେ ପାକିସ୍ତାନର ରାଷ୍ଟ୍ରଦୂତଙ୍କଠାରୁ ମିଳିଥିବା ରିପୋର୍ଟ ସମ୍ପୂର୍ଣ୍ଣ ଭିନ୍ନ । ଚୀନ୍ ସହିତ ପାକିସ୍ତାନର ସମ୍ପର୍କ ଉପରେ ଖାନ କହିଛନ୍ତି ଯେ ସମୟ ସହ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଦୃଢ଼ ହୋଇଛି । କେଉଁ ସରକାର କ୍ଷମତାରେ ଥାଉନା କାହିଁକି ଚୀନ ସହ ସମ୍ପର୍କ ୭୦ ବର୍ଷ ଧରି ନିରନ୍ତର ରହିଆସିଛି ବୋଲି ସେ କହିଛନ୍ତି । ଆମେରିକା ଓ ଚୀନ ସହ ସମ୍ପର୍କକୁ ସନ୍ତୁଳିତ କରିବା ଉପରେ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ ଖାନ କହିଛନ୍ତି ଯେ ୭୦ ଦଶକରେ ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ଏକାଠି କରିବାରେ ପାକିସ୍ତାନ ନିଜର ଭୂମିକାକୁ ଦୋହରାଇବାକୁ ଚାହୁଁଛି ।