ପୁଟିନଙ୍କୁ ବି ହୋଇଛି ହିଟଲଙ୍କ ପରି ଭୟଙ୍କର ରୋଗ! ସାମ୍ନାକୁ ଆସିଲା ଭିଡିଓ
Advertisement
Article Detail0/zeeodisha/odisha1168324

ପୁଟିନଙ୍କୁ ବି ହୋଇଛି ହିଟଲଙ୍କ ପରି ଭୟଙ୍କର ରୋଗ! ସାମ୍ନାକୁ ଆସିଲା ଭିଡିଓ

ଏହାପୂର୍ବରୁ ୧୨ ମିନିଟର ଏକ ଭିଡିଓରେ ପୁଟିନ ଋଷର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁଙ୍କ ସହ ସାକ୍ଷାତ ସମୟରେ ଟେବୁଲର ଏକ କୋଣ ଧରି କ୍ରମାଗତ ଭାବରେ ବସିଥିବାର ନଜର ଆସିଥିଲେ । ଏହି ସମୟରେ ତାଙ୍କ ଡାହାଣ ହାତର ଆଙ୍ଗୁଠି ଓ ପାଦ ହଲାଉଥିଲା । ସେ ବହୁତ ଢିଲା ମୁଦ୍ରାରେ ବସିଥିଲେ । ପୁଟିନଙ୍କ ମୁହଁ ଫୁଲିଥିବାର ଦେଖାଯାଉଥିଲା । କଥା ହେବାବେଳେ ତାଙ୍କ ସ୍ୱର ହଲଚଲ ହେଉଥିଲା ।

ପୁଟିନଙ୍କୁ ବି ହୋଇଛି ହିଟଲଙ୍କ ପରି ଭୟଙ୍କର ରୋଗ! ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: Russia-Ukraine War, Russian President Putin: ଋଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ୨ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି । ଏହି ସମୟରେ ସାରା ଦୁନିଆର ନଜର ଏହି ଯୁଦ୍ଧ (Russia-Ukraine War) ଉପରେ ରହିଛି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଆସୁଛନ୍ତି । ତାଙ୍କ ଏହି ପଦକ୍ଷେପ ସାରା ଦୁନିଆରେ ଭୟର ବାତାବରଣ ସୃଷ୍ଟି କରିଛି । ପୁଟିନଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ବିଶେଷକରି ତାଙ୍କ ରୋଗକୁ ନେଇ ବିଭିନ୍ନ ସମୟରେ ଗୁଜବ ଉଠୁଛି । ସେ ଭୟଙ୍କର ରୋଗରେ ପୀଡ଼ିତ ଅଛନ୍ତି ବୋଲି ଦାବି କରାଯାଉଛି । ଋଷର ରାଷ୍ଟ୍ରପତି (Russian President) ଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ ରହସ୍ୟ ରହିଛି । ନିଜକୁ ବହୁତ ଶକ୍ତିଶାଳୀ ଦେଖାଇବାକୁ ପୁଟିନ ସବୁବେଳେ ଚେଷ୍ଟା କରନ୍ତି । ତେବେ ଅନେକ ଥର ଗୁରୁତର ରୋଗରେ ପୀଡ଼ିତ ଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।

ଏଥର ଅନେକ ଲୋକ ଏକ ଭିଡିଓ ଦେଖି ଦାବି କରିଛନ୍ତି ଯେ, ପୁଟିନ ମଧ୍ୟ ଜର୍ମାନୀର କ୍ରୁର ଶାସକ ଆଡଲଫ୍ ହିଟଲର (Adolf Hitler) ଙ୍କ ପରି ପାର୍କିନ୍ସନ (Parkinson) ରୋଗରେ ପୀଡ଼ିତ ଅଛନ୍ତି । ଭିଡିଓରେ ପୁଟିନ (Putin) ଙ୍କ ଜିଭ ଥରିଥିବାର ଓ ତାଙ୍କ ହାତ ଓ ପାଦ ଥରିଥିବାର ନଜର ଆସିଛି । ୟୁକ୍ରେନ ଯୁଦ୍ଧ (Ukraine War) ପରେ ଏହି କଳ୍ପନାଜଳ୍ପନା ଆହୁରି ଜୋର ଧରିଛି ଯେ ପୁଟିନ ମୃତ୍ୟୁ ମୂଖରେ ଅଛନ୍ତି ଓ ତାଙ୍କର ଉତ୍ତରାଧିକାରୀକୁ ମଜଭୁତ କରିବା ପାଇଁ ଏହି ଯୁଦ୍ଧ ଚଳାଇଛନ୍ତି । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଭିଡିଓରେ କ’ଣ ଅଛି, ଯେଉଁଥିପାଇଁ ପୁଟିନଙ୍କୁ ପାର୍କିନ୍ସନ୍ ରୋଗରେ ପୀଡ଼ିତ ବୋଲି କୁହାଯାଉଛି? ପାର୍କିନ୍ସନ୍ ରୋଗରେ ମଧ୍ୟ ହିଟଲର ପୀଡିତ ଥିଲେ କି? ଆଉ ଏହି ରୋଗ କେତେ ବିପଜ୍ଜନକ?

ଋଷର ରାଷ୍ଟ୍ରପତି ପୁଟିନ (Putin) ଙ୍କ ଖରାପ ସ୍ୱାସ୍ଥ୍ୟର ଗୁଜବ ମଧ୍ୟରେ ଚଳିତ ସପ୍ତାହରେ ଆଉ ଏକ ଭିଡିଓରେ ହାତ ହଲାଉଥିବା ସମୟରେ ହାତ ଥରୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓ ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ (Belarus Alexander Lukashenko) ଙ୍କ ସହ ହାତ ମିଶାଉଥିବାର ସମୟର । ଭିଡିଓରେ ପୁଟିନ ଲୁକାଶେଙ୍କୋଙ୍କୁ ଅପେକ୍ଷା କରିଥିବା ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ହାତ ଥରୁଥିବାର ଦେଖିବାକୁ ମିଳିଛି । କମ୍ପନ ବନ୍ଦ କରିବା ପାଇଁ ପୁଟିନ ଛାତି ଉପରେ ହାତ ରଖି ବେଲାଋଷର ରାଷ୍ଟ୍ରପତି ଆଡକୁ ଗଲାବେଳେ ଅଜବ ଭାବେ ଦେଖୁଥିଲେ । ଫେବୃଆରୀରେ ୟୁକ୍ରେନ ଉପରେ ଋଷର ଆକ୍ରମଣ ପୂର୍ବରୁ ପୁଟିନଙ୍କୁ ଏହି ଭିଡିଓରେ ଅନେକ ଥର ଗୋଟିଏ ହାତରେ ଚେୟାରକୁ ଜୋରରେ ଧରିଥିବାର ଦେଖିବାକୁ ମିଳିବ ।

ଏହାପୂର୍ବରୁ ୧୨ ମିନିଟର ଏକ ଭିଡିଓରେ ପୁଟିନ ଋଷର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁଙ୍କ ସହ ସାକ୍ଷାତ ସମୟରେ ଟେବୁଲର ଏକ କୋଣ ଧରି କ୍ରମାଗତ ଭାବରେ ବସିଥିବାର ନଜର ଆସିଥିଲେ । ଏହି ସମୟରେ ତାଙ୍କ ଡାହାଣ ହାତର ଆଙ୍ଗୁଠି ଓ ପାଦ ହଲାଉଥିଲା । ସେ ବହୁତ ଢିଲା ମୁଦ୍ରାରେ ବସିଥିଲେ । ପୁଟିନଙ୍କ ମୁହଁ ଫୁଲିଥିବାର ଦେଖାଯାଉଥିଲା । କଥା ହେବାବେଳେ ତାଙ୍କ ସ୍ୱର ହଲଚଲ ହେଉଥିଲା । ଏହି ଭିଡିଓ ଦେଖିବା ପରେ ବ୍ରିଟେନର କଞ୍ଜର୍ଭେଟିବ ପାର୍ଟିର ସାଂସଦ ଲୁଇସ୍ ମେନଶ ଟ୍ୱିଟରରେ ଲେଖିଛନ୍ତି ଯେ, ଋଷର ରାଷ୍ଟ୍ରପତିଙ୍କୁ ପାର୍କିନସନ୍ ରୋଗ ହୋଇଛି । ପାର୍କିନସନ୍ ରୋଗର ଲକ୍ଷଣ ହେଉଛି ଲଗାତାର ଗୋଡ଼ ହଲାଇବା ଓ ଆଙ୍ଗୁଠି ମୋଡ଼ିବା ।

ସୂଚନାଯୋଗ୍ୟ, ଏହି ଭିଡିଓରେ ପୁଟିନ ଯେପରି ନିରାଶ, ଯନ୍ତ୍ରଣା ଏବଂ ବିବ୍ରତ ହୋଇଥିବାର ଦେଖାଯାଉଛି । ସେହି ସମାନ ଦୃଶ୍ୟ ଜର୍ମାନ ଏକଛତ୍ରବାଦୀ ଶାସକ ଆଡଲଫ୍ ହିଟଲରଙ୍କ ଭିଡିଓକୁ ମନେ ପକାଇଥାଏ । ଏହି ଭିଡିଓରେ ଦେଖାଯାଇଛି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ୁଥିଲା ଓ ସେତେବେଳେ ଏହି ଭିଡିଓରେ ହିଟଲରଙ୍କ ଅବନତି ଘଟୁଥିବା ସ୍ୱାସ୍ଥ୍ୟବସ୍ଥାକୁ ଦେଖାଯାଇଥିଲା ।

ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା! ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା

ଏହା ବି ପଢ଼ନ୍ତୁ:-ଜମାକାରୀଙ୍କ ଟଙ୍କା ଫେରାଇବ ସାହାରା ଇଣ୍ଡିଆ! କୋର୍ଟିଙ୍କ ବଡ଼ ନିଷ୍ପତ୍ତି

ଏପ୍ରିଲ ୧୯୪୫ରେ ବର୍ଲିନର ଏକ ବଙ୍କର୍ ବାହାରେ ହିଟଲରଙ୍କୁ ଶେଷ ଥର ପାଇଁ ଦେଖାଯାଇଥିଲା । ଏହି ସମୟରେ ଏକ ପ୍ରଚାର ଭିଡିଓ ମଧ୍ୟ ସୁଟିଂ କରାଯାଇଥିଲା । ଏହି ଭିଡିଓରେ ହିଟଲରଙ୍କୁ ତାଙ୍କ ଯୁବ ସୈନିକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରୁଥିବା ଦେଖାଯାଇଥିଲା । ଏହି ଭିଡିଓ ମାଧ୍ୟମରେ ଦେଖାଇବାକୁ ଏକ ପ୍ରୟାସ କରାଯାଇଥିଲା ଯେ ଜର୍ମାନୀର କମାଣ୍ଡ ବର୍ତ୍ତମାନ ହିଟଲରଙ୍କ ହାତରେ ଥିବାବେଳେ ସୋଭିଏତ୍ ୟୁନିଅନ୍ ସେହି ସମୟରେ ଜର୍ମାନୀର ରାଜଧାନୀ ବର୍ଲିନକୁ ନିଜ ଅଧୀନକୁ ନେଇଥିଲା ।

ବଙ୍କର ବାହାରେ ଥିବା ସୈନ୍ୟ ଅଧିକାରୀଙ୍କ ଅଭିବାଦନ ସମୟରେ ହିଟଲର ତାଙ୍କ ବାମ ହାତକୁ ତାଙ୍କ ପିଠିରେ ରଖିଥିଲେ ଓ ସେ ଖୁବ୍ ଥରୁଥିଲେ । ଅନେକ ଐତିହାସିକ ବିଶ୍ୱାସ କରନ୍ତି ଯେ ଏହି ଭିଡିଓ ସୁଟିଂ ସମୟରେ ହିଟଲର ପାର୍କିନସନ୍ ରୋଗରେ ଆକ୍ରାନ୍ତ ଥିଲେ । କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ସହିତ ଜଡିତ ଏହି ରୋଗରେ ପୀଡିତ ହେଲେ ବ୍ୟକ୍ତିଙ୍କ ହାତ ଥରିବା ଆରମ୍ଭ କରେ ।

କ'ଣ ହୋଇଥାଏ ପାର୍କିନସନ୍ ରୋଗ ଓ ଏହା କେତେ ବିପଜ୍ଜନକ?

ପାର୍କିନସନ୍ ରୋଗ ଏକ ପ୍ରକାର ମାନସିକ ରୋଗ । ଏଥିରେ ବ୍ୟକ୍ତିଙ୍କୁ ଚାଲିବାରେ ଅସୁବିଧା, ଶରୀରର କମ୍ପନ, କଠିନତା, ସମନ୍ୱୟ ଏବଂ ସନ୍ତୁଳନ ସମସ୍ୟା ଇତ୍ୟାଦି ହୋଇଥାଏ । ଏହି ରୋଗ ସମ୍ବନ୍ଧୀୟ ଅନୁସନ୍ଧାନରୁ ଜଣାପଡିଛି ଯେ ପାର୍କିନସନ୍ ରୋଗର ଆରମ୍ଭ ଏକ ସରଳ ରୋଗ ସହିତ ସମାନ ଓ କିଛି ସମୟ ପରେ ଏହା ଏକ ଭୟଙ୍କର ରୂପରେ ପରିଣତ ହୁଏ । ପାର୍କିନସନ୍ ରୋଗର ସବୁଠାରୁ ପ୍ରମୁଖ ଲକ୍ଷଣ ଶରୀର ଥରିବା । ଏହା ଶରୀରର ଛୋଟ ଅଙ୍ଗରୁ ଆରମ୍ଭ ହୁଏ ଯେପରି ଆଙ୍ଗୁଠି, ହାତ ଇତ୍ୟାଦି ଓ ତା’ପରେ କିଛି ସମୟ ପରେ ଏହା ଶରୀରରେ ବ୍ୟାପିଥାଏ ।

ସାଧାରଣତଃ ଏହି ରୋଗ ୫୦-୬୦ ବର୍ଷ ବୟସରେ ଦେଖାଯାଏ, କିନ୍ତୁ ବର୍ତ୍ତମାନ ଏହା ୪୫ ବର୍ଷ ପରେ ଲୋକଙ୍କଠାରେ ଦେଖାଯାଉଛି । ଏହି ରୋଗର ଦୁଇଟି ଗୁରୁତ୍ୱପୂର୍ଣ୍ଣ କାରଣ ଅଛି । ଏଥିରେ ମସ୍ତିଷ୍କର ଅଂଶରେ ଶରୀରର ଗତିକୁ ନିୟନ୍ତ୍ରଣ କରିଥାଏ । ସେଠାରେ ଡୋପାମାଇନ୍ ସେଲ୍ ଉତ୍ପାଦନ ବନ୍ଦ ହୋଇଯାଏ । ଦ୍ୱିତୀୟତଃ ମଦ୍ୟପାନ, ଟ୍ୟୁମର ଏବଂ ସଂକ୍ରମଣ ଯୋଗୁଁ ଏହା ମଧ୍ୟ ହୋଇପାରେ ।

ପାର୍କିନସନ୍ ଫାଉଣ୍ଡେସନ୍ ଅନୁଯାୟୀ, ଦୁନିଆରେ ପ୍ରାୟ 1 କୋଟି ପାର୍କିନସନ୍ ରୋଗୀ ଅଛନ୍ତି । ସେପଟେ ପୁରୁଷଙ୍କ ମଧ୍ୟରେ ମହିଳାଙ୍କ ତୁଳନାରେ ପାର୍କିନସନ୍ ରୋଗ ହେବାର ୧.୫ ଗୁଣ ଅଧିକ ସମ୍ଭାବନା ଥାଏ ।