ପୁଣି ଟେନସନ୍ ବଢ଼ାଇଲା କୋରୋନା! ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା
Advertisement
Article Detail0/zeeodisha/odisha1167089

ପୁଣି ଟେନସନ୍ ବଢ଼ାଇଲା କୋରୋନା! ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା

Coronavirus in India: ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୩୦ ଲକ୍ଷ ୬୮ ହଜାର ୭୯୯ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୨୮ ହଜାର ୧୨୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୬ ହଜାର ୯୮୦ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୩ ହଜାର ୬୯୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ପୁଣି ଟେନସନ୍ ବଢ଼ାଇଲା କୋରୋନା! ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: Coronavirus in India: ଭାରତରେ କୋରୋନା ଭୂତାଣୁ ମାମଲାରେ ପୁଣିଥରେ ବଢ଼ିବାରେ ଲାଗିଛି । ଯାହା ସମସ୍ତଙ୍କ ଚିନ୍ତା ବଢ଼ାଇଦେଇଛି । ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ହଜାର ୩୦୩ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ସଂକ୍ରମିତଙ୍କର ମୃତ୍ୟୁ ମାମଲା (COVID-19 Deaths) ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୫୬୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୭୦୧ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ଗତକାଲି କୋରୋନାର ୨,୯୨୭ ମାମଲା ଚିହ୍ନଟ ହୋଇଥିବାବେଳେ ଏହି ଭୂତାଣୁ ଯୋଗୁଁ ୩୨ ଜଣଙ୍କର ମୃତ୍ୟୁ ଘଟିଥିଲା ।

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୩୦ ଲକ୍ଷ ୬୮ ହଜାର ୭୯୯ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୫ ଲକ୍ଷ ୨୮ ହଜାର ୧୨୬ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧୬ ହଜାର ୯୮୦ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୩ ହଜାର ୬୯୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଏହା ବି ପଢ଼ନ୍ତୁ:-ଜମାକାରୀଙ୍କ ଟଙ୍କା ଫେରାଇବ ସାହାରା ଇଣ୍ଡିଆ! କୋର୍ଟିଙ୍କ ବଡ଼ ନିଷ୍ପତ୍ତି

ଏହା ବି ପଢ଼ନ୍ତୁ:-ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ! ପୁଟିନଙ୍କ ପରେ ଜେଲେନସ୍କିଙ୍କୁ ଭେଟିବେ UN ଚିଫ୍

ଏହା ବି ପଢ଼ନ୍ତୁ:-ଏହି ଛୋଟ ଦେଶ ସହ ଚୁକ୍ତି କଲା ଚୀନ, ହଜିଲା ଆମେରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ନିଦ

ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଏପ୍ରିଲ ୨୭ ପର୍ଯ୍ୟନ୍ତ ସାରା ଦେଶରେ ୧୮୮ କୋଟି ୪୦ ଲକ୍ଷ ୭୫ ହଜାର ୪୫୩ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯ ଲକ୍ଷ ୫୩ ହଜାର ୪୩୭ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୮୩ କୋଟି ୬୪ ଲକ୍ଷ ୭୧ ହଜାର ୭୪୮ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୯୭ ହଜାର ୬୬୯ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୦.୬୬ ପ୍ରତିଶତ ରହିଛି । ଦେଶରେ ସକ୍ରିୟ ମାମଲା ମୋଟ ମାମଲାର ୦.୦୪ ପ୍ରତିଶତ ରହିଛି ।

ସେହିପରି ଦେଶରେ ସୁସ୍ଥ ହାର ୯୮.୭୪ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫୬୩ ସଂକ୍ରମିତ କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଦୈନିକ ପଜିଟିଭ ରେଟ ହେଉଛି ୦.୬୬ ପ୍ରତିଶତ । ସାପ୍ତାହିକ ପଜିଟିଭ ରେଟ୍ ହେଉଛି ୦.୬୧ ପ୍ରତିଶତ ।