Paytm ଦେବ ୫୦ କୋଟି ଟଙ୍କାର କ୍ୟାସବ୍ୟାକ୍, ଜାଣନ୍ତୁ ଆପଣଙ୍କୁ କିପରି ହେବ ଫାଇଦା
Advertisement
Article Detail0/zeeodisha/odisha933597

Paytm ଦେବ ୫୦ କୋଟି ଟଙ୍କାର କ୍ୟାସବ୍ୟାକ୍, ଜାଣନ୍ତୁ ଆପଣଙ୍କୁ କିପରି ହେବ ଫାଇଦା

Paytm ସିଇଓ ବିଜୟ ଶେଖର ଶର୍ମା କହିଛନ୍ତି ଯେ ଭାରତ ଏହାର ଡିଜିଟାଲ୍ ଇଣ୍ଡିଆ ମିଶନରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଏହା ସମସ୍ତଙ୍କୁ ଟେକ୍ନିକାଲି ମଜଭୁତ କରିଥାଏ । 

Paytm ଦେବ ୫୦ କୋଟି ଟଙ୍କାର କ୍ୟାସବ୍ୟାକ୍, ଜାଣନ୍ତୁ ଆପଣଙ୍କୁ କିପରି ହେବ ଫାଇଦା

ନୂଆଦିଲ୍ଲୀ: ଡିଜିଟାଲ୍ ପେମେଣ୍ଟ ଆପ୍ ପେଟିଏମ୍ (Paytm) ଶୁକ୍ରବାର ଏକ ବଡ ଘୋଷଣା କରି ୫୦ କୋଟି ଟଙ୍କାର କ୍ୟାସବ୍ୟାକ୍ (50 Crore Cashback) ଘୋଷଣା କରିଛି । ଡିଜିଟାଲ ଇଣ୍ଡିଆର ୬ ବର୍ଷ ପୂରଣ ଅବସରରେ ଏହି କ୍ୟାସବ୍ୟାକ୍ କାର୍ଯ୍ୟକ୍ରମ ଆରମ୍ଭ କରି କମ୍ପାନୀ କହିଛି ଯେ Paytm ଆପ୍ ମାଧ୍ୟମରେ କରାଯାଇଥିବା ପ୍ରତ୍ୟେକ ନେଣଦେଣ ପାଇଁ ଭାରତର ବ୍ୟବସାୟୀ ଓ ଗ୍ରାହକଙ୍କୁ କ୍ୟାସବ୍ୟାକ୍ ଦିଆଯିବ ।

ଅଧିକ ପଢ଼ନ୍ତୁ:-ଭଲ ଖବର: ଆହୁରି ଶସ୍ତା ହେବ ରିଫାଇନ୍ଡ ଓ ସୋରିଷ ତେଲ, ମୋଦି ସରକାର ନେଲେ ଏହି ପଦକ୍ଷେପ

୨୦୦ଟି ଜିଲ୍ଲାରେ ଆରମ୍ଭ ହେବ ଅଭିଯାନ

ପେଟିଏମ୍ ଦ୍ୱାରା ଆରମ୍ଭ ହେବାକୁ ଥିବା ଏହି କ୍ୟାସବ୍ୟାକ୍ ଅଭିଯାନ କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସହିତ ଦେଶର ୨୦୦ଟି ଜିଲ୍ଲାରେ ଆରମ୍ଭ ହେବ । ଏହି ୨୦୦ଟି କେଉଁ ଜିଲ୍ଲା ହେବ, ତାହାର ଖୁଲାସା ଏଯାଏ କରାଯାଇ ନାହିଁ । Paytm ସିଇଓ ବିଜୟ ଶେଖର ଶର୍ମା କହିଛନ୍ତି ଯେ ଭାରତ ଏହାର ଡିଜିଟାଲ୍ ଇଣ୍ଡିଆ ମିଶନରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଏହା ସମସ୍ତଙ୍କୁ ଟେକ୍ନିକାଲି ମଜଭୁତ କରିଥାଏ । Paytm ର ଗ୍ୟାରେଣ୍ଟିଡ କ୍ୟାସବ୍ୟାକ୍ ସେହିମାନଙ୍କୁ ଦିଆଯିବ ଯେଉଁମାନେ ଦେଶର ପ୍ରମୁଖ ବ୍ୟବସାୟୀ ଅଟନ୍ତି ଓ ଡିଜିଟାଲ୍ ଇଣ୍ଡିଆକୁ ସଫଳ କରିବାରେ ସେମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପାକିସ୍ତାନରେ ହେଉଛି ଟଙ୍କା ବର୍ଷା! ବିଶ୍ୱ ବ୍ୟାଙ୍କ ଭାରତ ଅପେକ୍ଷା ପାକିସ୍ତାନକୁ ଦେଇଛି ଅଧିକ ଋଣ

୧ ଜୁଲାଇ ୨୦୧୫ରେ ଲଞ୍ଚ କରାଯାଇଥିଲା Paytm

ଶେଖର ଆହୁରି କହିଛନ୍ତି ଯେ, ଦୀପାବଳୀ ପୂର୍ବରୁ ପେଟିଏମ୍ ଆପ୍ ଜରିଆରେ ସର୍ବାଧିକ ସଂଖ୍ୟକ କାରବାର କରୁଥିବା ବ୍ୟବସାୟୀମାନଙ୍କୁ କ୍ୟାସବ୍ୟାକ୍ ବ୍ୟତୀତ ବିନା ମୂଲ୍ୟରେ ସାଉଣ୍ଡବାକ୍ସ ଓ IoT ଉପକରଣଗୁଡ଼ିକ ମଧ୍ୟ  ଯୋଗାଇ ଦିଆଯିବ । ଏଠାରେ କହିରଖୁଛୁ ଯେ ଡିଜିଟାଲ ଇଣ୍ଡିଆ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା  ୧ ଜୁଲାଇ ୨୦୧୫ରେ ଆରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ଭାରତକୁ ଡିଜିଟାଲ୍ ଶକ୍ତିଶାଳୀ କରିବା ।