ପାକିସ୍ତାନରେ ହେଉଛି ଟଙ୍କା ବର୍ଷା! ବିଶ୍ୱ ବ୍ୟାଙ୍କ ଭାରତ ଅପେକ୍ଷା ପାକିସ୍ତାନକୁ ଦେଇଛି ଅଧିକ ଋଣ
Advertisement
Article Detail0/zeeodisha/odisha933221

ପାକିସ୍ତାନରେ ହେଉଛି ଟଙ୍କା ବର୍ଷା! ବିଶ୍ୱ ବ୍ୟାଙ୍କ ଭାରତ ଅପେକ୍ଷା ପାକିସ୍ତାନକୁ ଦେଇଛି ଅଧିକ ଋଣ

ସ୍ୱଚ୍ଛ ଶକ୍ତି ଓ ମାନବ ପୁଞ୍ଜି ବିକାଶ ସହ ଜଡିତ ଯୋଜନାଗୁଡିକୁ ଆର୍ଥିକ ସହାୟତା ଦେବା ପାଇଁ ବିଶ୍ୱ ବ୍ୟାଙ୍କ (World Bank) ପାକିସ୍ତାନକୁ ୮୦୦ ମିଲିୟନ ଡ଼ଲାରର ଋଣ ଅନୁମୋଦନ କରିଛି । 

ପାକିସ୍ତାନରେ ହେଉଛି ଟଙ୍କା ବର୍ଷା! ବିଶ୍ୱ ବ୍ୟାଙ୍କ ଭାରତ ଅପେକ୍ଷା ପାକିସ୍ତାନକୁ ଦେଇଛି ଅଧିକ ଋଣ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କ (World Bank) ଉଭୟ ଭାରତ (India) ଓ ପାକିସ୍ତାନ (Pakistan) ପାଇଁ ବୁଧବାର ଋଣ (Loan) ଘୋଷଣା କରିଛି । ଏଥର ବିଶ୍ୱ ବ୍ୟାଙ୍କ (World Bank) ରୁ ଋଣ ପାଇବା ପ୍ରସଙ୍ଗରେ ପାକିସ୍ତାନ ଭାରତଠୁ ଆଗରେ ଅଛି । ବିଶ୍ୱ ବ୍ୟାଙ୍କ ପାକିସ୍ତାନକୁ ୮୦ କୋଟି ଡଲାରର ଋଣ ମଞ୍ଜୁର କରିଥିବାବେଳେ ଭାରତକୁ ୫୦ କୋଟି ଡଲାରର ଋଣ ଅନୁମୋଦନ କରିଛି ।

ସ୍ୱଚ୍ଛ ଶକ୍ତି ଓ ମାନବ ପୁଞ୍ଜି ବିକାଶ ପାଇଁ ପାକିସ୍ତାନକୁ ମିଳିବ ୮୦୦ ମିଲିୟନ ଡଲାର ଋଣ 

ସ୍ୱଚ୍ଛ ଶକ୍ତି ଓ ମାନବ ପୁଞ୍ଜି ବିକାଶ ସହ ଜଡିତ ଯୋଜନାଗୁଡିକୁ ଆର୍ଥିକ ସହାୟତା ଦେବା ପାଇଁ ବିଶ୍ୱ ବ୍ୟାଙ୍କ ପାକିସ୍ତାନକୁ ୮୦୦ ମିଲିୟନ ଡ଼ଲାରର ଋଣ ଅନୁମୋଦନ କରିଛି । ଏକ୍ସପ୍ରେସ ଟ୍ରିବ୍ୟୁନ୍ ଖବରକାଗଜ ବୁଧବାର ରିପୋର୍ଟ କରିଛି ଯେ ସେହି ଯୋଜନାଗୁଡିକ ପାଇଁ ଋଣ ରାଶି ବ୍ୟବହାର କରାଯିବ ଯାହା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଅଭାବ ହେତୁ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ବିଶ୍ୱ ବ୍ୟାଙ୍କର ପରିଚାଳନା ବୋର୍ଡ ଦୁଇଟି କାର୍ଯ୍ୟକ୍ରମ ପ୍ରୋଗ୍ରାମ ଫର ଅଫୋର୍ଡେୱଲ ଆଣ୍ଡ କ୍ଲିନ ଏନର୍ଜି (PACE) ଓ ସିକ୍ୟୁରିଂ ହ୍ୟୁମ୍ୟାନ ଇନଭେଷ୍ଟମେଣ୍ଟ ଟୁ ଫୋଷ୍ଟର ଟ୍ରାନ୍ସଫର୍ମେସନ୍ (ସିଫ୍ଟ-୨) ପାଇଁ ଆର୍ଥିକ ରାଶିର ଅନୁମୋଦନ କରିଛି ।

ଅଧିକ ପଢ଼ନ୍ତୁ:-ଖୁସି ଖବର! ୫.୪ ଲକ୍ଷ କର୍ମଚାରୀଙ୍କୁ ମିଳିବ ଅଢ଼େଇ ଗୁଣ ବର୍ଦ୍ଧିତ ଦରମା ସହ ଏରିୟର

ବିଶ୍ୱ ବ୍ୟାଙ୍କ ଡକ୍ୟୁମେଣ୍ଟକୁ ଦର୍ଶାଇ ଏହି କାଗଜରେ କୁହାଯାଇଛି ଯେ ସରକାର ଅତି କମରେ ୬ଟି ପୂର୍ବ ସର୍ତ୍ତ ଗ୍ରହଣ କରିବା ପରେ ୪୦ କୋଟି ଆମେରିକୀୟ ଡଲାର ପେସ୍ ଋଣ ଅନୁମୋଦନ କରିଛି । ବିଦ୍ୟୁତ୍ ଉତ୍ପାଦନ ମୂଲ୍ୟ ହ୍ରାସ, ନୂତନ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ପ୍ରତିଯୋଗିତାମୂଳକ ବିଡିଂ, ସ୍ୱଚ୍ଛ ଶକ୍ତି, ବିଦ୍ୟୁତ୍ ହାରରେ ୟୁନିଟ୍ ପିଛା ୧.୯୫ ଟଙ୍କା ବୃଦ୍ଧି ନିଶ୍ଚିତ କରିବାକୁ ଏହି ସର୍ତ୍ତଗୁଡିକ ଅନ୍ତର୍ଭୁକ୍ତ ରହିଛି । ବିଶ୍ୱ ବ୍ୟାଙ୍କ ମଧ୍ୟ ସିଫ୍ଟ-୨ ପାଇଁ ୪୦ କୋଟି ଆମେରିକୀୟ ଡଲାର ଅନୁମୋଦନ କରିଛି, ଯାହା ମାନବ ପୁଞ୍ଜି ସଂଗ୍ରହ ପାଇଁ ମୌଳିକ ବିତରଣ ସେବାକୁ ମଜବୁତ କରିବା ପାଇଁ ଏକ ସଂଘୀୟ ଢ଼ାଞ୍ଚାକୁ ସମର୍ଥନ କରେ ।

ମହାମାରୀରେ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ଭାରତକୁ ମିଳିବ ୫୦ କୋଟି ଡଲାର

ବିଶ୍ୱ ବ୍ୟାଙ୍କ ବୁଧବାର କୋଭିଡ-19 ମହାମାରୀ ଦ୍ୱାରା ପ୍ରଭାବିତ ଭାରତର ଅସଂଗଠିତ କ୍ଷେତ୍ରର ଶ୍ରମିକ ଶ୍ରେଣୀକୁ ସାହାଯ୍ୟ କରିବା ପାଇଁ ୫୦ କୋଟି ଡ଼ଲାର ଅର୍ଥାତ୍ ୩,୭୧୭ ଟଙ୍କା ମଞ୍ଜୁର କରିଛି । ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ, ଏହି ଋଣ ମହାମାରୀର ପ୍ରଭାବ, ଭବିଷ୍ୟତ ପରିସ୍ଥିତି ଏବଂ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟଗୁଡ଼ିକୁ ମଜବୁତ କରିବ । ବିଶ୍ୱ ବ୍ୟାଙ୍କ ଅନୁଯାୟୀ, ୫୦୦ ମିଲିୟନ ଡଲାରର ଋଣ ମଧ୍ୟରୁ ୧୧.୨୫ କୋଟି ଡଲାର ଏହାର ରିହାତି ପ୍ରଦାନକାରୀ ସଂସ୍ଥା ଆନ୍ତର୍ଜାତୀୟ ବିକାଶ ସଂଘ (IDA) ଦ୍ୱାରା ପ୍ରଦାନ କରାଯିବ । ଅବଶିଷ୍ଟ ୩୫.୭୫ କୋଟି ଡଲାରର ଋଣ ପୁନଃନିର୍ମାଣ ଓ ବିକାଶ ପାଇଁ ବିଶ୍ୱ ବ୍ୟାଙ୍କ ଦ୍ୱାରା ମଞ୍ଜୁରୀ କରାଯାଇଛି ।

ଅଧିକ ପଢ଼ନ୍ତୁ:-ଦେଶରେ ୪ ଲକ୍ଷ ପାର କଲା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା, ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା

ବ୍ୟାଙ୍କ ଅନୁଯାୟୀ, ଏହି ଋଣ ୧୮.୫ ବର୍ଷରେ ପରିଶୋଧ କରିବାକୁ ପଡ଼ିବ । ଏଥିରେ ପାଞ୍ଚ ବର୍ଷର ଏକ ଅନୁଗ୍ରହ ଅବଧି ଅନ୍ତର୍ଭୁକ୍ତ ରହିଛି । ବ୍ୟାଙ୍କ କହିଛି ଯେ କୋଭିଡ ମହାମାରୀ ଆରମ୍ଭରୁ ଗରିବ ଓ ଅସୁରକ୍ଷିତ ପରିବାରକୁ ସାହାଯ୍ୟ କରିବା ପାଇଁ ଭାରତର ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ ମଜବୁତ କରିବା ପାଇଁ ସେ ବର୍ତ୍ତମାନ ପର୍ଯ୍ୟ ୧.୬୫ ବିଲିୟନ ଡ଼ଲାର ବା ୧୨,୨୬୪.୫୪ କୋଟି ଟଙ୍କା ଦେଇଛି । ଏହି ଅର୍ଥ ସହରର ଅନୌପଚାରିକ ଶ୍ରମିକ, ଅସ୍ଥାୟୀ ଶ୍ରମିକ ଏବଂ ପ୍ରବାସୀ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ବ୍ୟବହୃତ ହେବ ବୋଲି ସେ କହିଛି ।