ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍
Advertisement

ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

କୋଭିଡ-19 (Covid-19) ର ପ୍ରକୋପ କାରଣରୁ ଅନ୍ତର୍ଜାତୀୟ ବଜାରରେ ଜିନିଷ ସ୍ୱାଭାବିକ ହୋଇପାରି ନାହିଁ । ଏହି ସମୟରେ ଅଶୋଧିତ ତୈଳ ବଜାରରେ ମାନ୍ଦାବସ୍ଥା ଦେଖାଦେଇଛି । ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦୃଶ୍ୟମାନ ହେଉଛି ।

ପୁଣି ଖସିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: ସରକାରୀ ତୈଳ କମ୍ପାନୀଗୁଡ଼ିକ ଆଜି(ଶନିବାର) ପୁଣି ପେଟ୍ରୋଲ ଏବଂ ଡିଜେଲ ଦର (Peterol-Diesel Price) ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନଥିବାବେଳେ ଗୁରୁବାର ଉଭୟ ପେଟ୍ରୋଲ ଓ ଡିଜେଲ (Petrol-Diesel Rate) ଶସ୍ତା ହୋଇଥିଲା । ଜାତୀୟ ରାଜଧାନୀରେ ଆଜି ପେଟ୍ରୋଲର ମୂଲ୍ୟରେ ୧୩ ପଇସା ହ୍ରାସ ପାଇଛି । ଯେଉଁ କାରଣରୁ ଏହାର ମୂଲ୍ୟ ଲିଟର ପିଛା ୮୧.୮୬ ଟଙ୍କାକୁ ହ୍ରାସ ପାଇଛି । ଏଥି ସହିତ ଡିଜେଲର ମୂଲ୍ୟ ଲିଟର ପିଛା ୧୨ ପଇସା ହ୍ରାସ ପାଇଛି । ଯାହା ଫଳରେ ଡିଜେଲ ଲିଟର ପିଛା ୭୨.୯୩ ଟଙ୍କାକୁ ପହଞ୍ଚିଛି । 

କୋଭିଡ-19 (Covid-19) ର ପ୍ରକୋପ କାରଣରୁ ଅନ୍ତର୍ଜାତୀୟ ବଜାରରେ ଜିନିଷ ସ୍ୱାଭାବିକ ହୋଇପାରି ନାହିଁ । ଏହି ସମୟରେ ଅଶୋଧିତ ତୈଳ ବଜାରରେ ମାନ୍ଦାବସ୍ଥା ଦେଖାଦେଇଛି । ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦୃଶ୍ୟମାନ ହେଉଛି । ଏହା ବ୍ୟତୀତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଓ ବୈଦେଶିକ ମୁଦ୍ରାର ମୂଲ୍ୟକୁ ଆଧାର କରି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପ୍ରତିଦିନ ବଦଳିଥାଏ ।

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପେଟ୍ରୋଲ ମୂଲ୍ୟରେ ଯଥାକ୍ରମେ-୧୩ ପଇସା, ୧୩ ପଇସା, ୧୩ ପଇସା, ୧୮ ପଇସା ହ୍ରାସ କରିଛନ୍ତି । ଅନ୍ୟପକ୍ଷେ ଭୁବନେଶ୍ୱର (Bhubaneswar) ରେ ପେଟ୍ରୋଲ ଦରରେ ୦୭ ପଇସାର ବୃଦ୍ଧି ଘଟିଛି । ସେପଟେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଡିଜେଲ ମୂଲ୍ୟରେ ଯଥାକ୍ରମେ-୧୨ ପଇସା, ୧୨ ପଇସା, ୧୨ ପଇସା, ୧୮ ପଇସା ଓ ୧୩ ପଇସାର ହ୍ରାସ ଘଟିଛି । ଅନ୍ୟପଟେ ଭୁବନେଶ୍ୱରରେ ଡିଜେଲ ମୂଲ୍ୟରେ ୦୬ ପଇସାର ବୃଦ୍ଧି ଘଟିଛି । 

ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ଲାଲୁ ଓ କଂଗ୍ରେସକୁ ଲାଗିଲା ଆଉ ଏକ ଝଟକା, ଜେଡିୟୁରେ ସାମିଲ ହେଲେ ଏହି ୩ ବଡ଼ ନେତା

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୮୧.୮୬ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୮୮.୫୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୮୩.୩୬ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୪.୮୫ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୨,୫୬ ଟଙ୍କା ରହିଛି ।   

ଅଧିକ ପଢ଼ନ୍ତୁ:-ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସଭାରେ ହଙ୍ଗାମା, ଜୋରଦାର ନାରାବାଜି କଲେ କାର୍ଯ୍ୟକର୍ତ୍ତା

ସେହିପରି ଡିଜେଲର ମୂଲ୍ୟ (Diesel Price) ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୭୨.୯୩ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୭୯.୪୫ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୭୬.୪୩ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୭୮.୨୬ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୭୯.୪୯ ଟଙ୍କା ଦରରେ ବିକ୍ରି ହେଉଛି ।