ପୁଣି ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜିର ରେଟ୍
Advertisement
Article Detail0/zeeodisha/odisha739341

ପୁଣି ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପେଟ୍ରୋଲ ମୂଲ୍ୟ (Petrol Price) ରେ ଯଥାକ୍ରମେ-୦୫ ପଇସା, ୦୫ ପଇସା, ୦୫ ପଇସା, ୦୪ ପଇସା ବୃଦ୍ଧି କରିଛନ୍ତି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୧୨ ପଇସାର ହ୍ରାସ ଘଟିଛି । 

ପୁଣି ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: Petrol Diesel Price: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି । ଯାହାର ପ୍ରଭାବ ଭାରତର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଆଜି ପୁଣି ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଉଛି । ଆଜି (ମଙ୍ଗଳବାର) ଦିଲ୍ଲୀ ସମେତ ଦେଶର ୪ଟି ମହାନଗରରେ ପେଟ୍ରୋଲ ଦର (Petrol Price) ରେ ବୃଦ୍ଧି ଘଟିଛି । କିନ୍ତୁ ଡିଜେଲ ଦର (Diesel Price) ରେ ସ୍ଥିର ରହିଛି । ସେହିପରି ଆଜି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ-ଡିଜେଲ ମୂଲ୍ୟ (Petrol-Diesel Rate) ରେ ହ୍ରାସ ରେକର୍ଡ କରାଯାଇଛି ।  

ଅଧିକ ପଢ଼ନ୍ତୁ-କୋରୋନା ଭ୍ୟାକ୍ସିନକୁ ନେଇ ଚେତାବନୀ ଦେଲା WHO

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପେଟ୍ରୋଲ ମୂଲ୍ୟରେ ଯଥାକ୍ରମେ-୦୫ ପଇସା, ୦୫ ପଇସା, ୦୫ ପଇସା, ୦୪ ପଇସା ବୃଦ୍ଧି କରିଛନ୍ତି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦରରେ ୧୨ ପଇସାର ହ୍ରାସ ଘଟିଛି । ସେପଟେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଅନ୍ୟପଟେ ଭୁବନେଶ୍ୱରରେ ଡିଜେଲ ମୂଲ୍ୟରେ ୧୫ ପଇସାର ହ୍ରାସ ଘଟିଛି ।

ଅଧିକ ପଢ଼ନ୍ତୁ:-ଟଳମଳ ଅର୍ଥବ୍ୟବସ୍ଥା: ଆୟ ତୁଳନାରେ ବ୍ୟୟ ଅଧିକ କରୁଛନ୍ତି ମୋଦି ସରକାର, ନିଅଣ୍ଟ ଆକାଶଛୁଆଁ

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୮୨.୦୮ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୮୮,୭୩ ଟଙ୍କା ରହିଛି । କୋଲକାତା ଲିଟର ପିଛା ୮୩,୫୭ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୫.୦୪ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୨,୪୭ ଟଙ୍କା ରହିଛି ।   

ଅଧିକ ପଢ଼ନ୍ତୁ:-ଆସିଯାଇଛି ସେପ୍ଟେମ୍ୱର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ସେହିପରି ଡିଜେଲର ମୂଲ୍ୟ (Diesel Price) ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୭୩.୫୬ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୮୦.୧୧ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୭୭.୦୬ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୭୮.୮୭ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୭୯.୮୮ ଟଙ୍କା ଦରରେ ବିକ୍ରି ହେଉଛି ।