ଏସବୁ ରାଜ୍ୟରେ ୧୦୦ ପାର କଲା ପେଟ୍ରୋଲ, ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
Advertisement
Article Detail0/zeeodisha/odisha937455

ଏସବୁ ରାଜ୍ୟରେ ୧୦୦ ପାର କଲା ପେଟ୍ରୋଲ, ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ମେ ୪ ତାରିଖରୁ ପେଟ୍ରୋଲର ମୂଲ୍ୟ ୩୬ ଗୁଣ ଓ ଡିଜେଲର ମୂଲ୍ୟ ୩୪ ଗୁଣ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୯.୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୮.୮୦ ଟଙ୍କା ମହଙ୍ଗା ହୋଇଛି ।

ଏସବୁ ରାଜ୍ୟରେ ୧୦୦ ପାର କଲା ପେଟ୍ରୋଲ, ଜାଣନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate 5th July 2021: ସାଧାରଣ ଜନତାଙ୍କ ପକେଟ ପୁଣି ଥରେ ବୋଝ ବଢ଼ିଯାଇଛି । ଆଜି (ଗୁରୁବାର) ପେଟ୍ରୋଲ ଓ ଡିଜେଲ ଆହୁରି ଅଧିକ ମହଙ୍ଗା ହୋଇଯାଇଛି । ପେଟ୍ରୋଲ ଆଜି ୩୫ ପଇସା ଏବଂ ଡିଜେଲ ୯ ପଇସା ମହଙ୍ଗା ହୋଇଛି । ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ଲଗାତର ବୃଦ୍ଧି ଘଟିଚାଲିଛି । ତୈଳ କମ୍ପାନୀଗୁଡିକ କ୍ରମାଗତ ତୈଳ ଦର ବୃଦ୍ଧି କରୁଛନ୍ତି । ଯାହା ଫଳରେ ଦେଶରରେ ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ସ୍ତରରେ ପହଞ୍ଚିଛି । ମୁମ୍ୱାଇ, ଦିଲ୍ଲୀ, ଚେନ୍ନାଇ, କୋଲରକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ପାଟନା, ତିଭେନ୍ଦ୍ରମ୍, ଜୟପୁର ଓ ଭୋପାଳ ପରି ଦେଶର ଅନେକ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିସାରିଛି । ଆଜି ଦେଶର ୪ଟି ମହାନଗରରେ ପେଟ୍ରୋଲ ଦର (Petrol Rate) ରେ ବୃଦ୍ଧ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ତୈଳ ଦର ମଧ୍ୟ ବୃଦ୍ଧି ଘଟିଛି ।

ଅଧିକ ପଢ଼ନ୍ତୁ:-୨୬/୧୧ କୁ 'RSS ର ଷଡଯନ୍ତ୍ର' ବୋଲି କହିଥିବା କଂଗ୍ରେସ ନେତା ଏବେ ବିଜେପିର ସଦସ୍ୟ

ଏହି ରାଜ୍ୟଗୁଡ଼ିକରେ ୧୦୦ ପାର କରିଛି ପେଟ୍ରୋଲ

ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ କଶ୍ମୀର, ଓଡିଶା, ତାମିଲନାଡୁ, କେରଳ, ବିହାର, ପଞ୍ଜାବ, ଲଦାଖ ଓ ସିକ୍କିମରେ ପେଟ୍ରୋଲର ଖୁଚୁରା ମୂଲ୍ୟ ୧୦୦ ଅତିକ୍ରମ କରିଛି । ସବୁଠାରୁ ଅଧିକ  ବ୍ୟବହୃତ ଇନ୍ଧନ ଡିଜେଲ ରାଜସ୍ଥାନ, ଓଡିଶା ଏବଂ ମଧ୍ୟପ୍ରଦେଶର କେତେକ ସ୍ଥାନରେ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ମେ ୪ ତାରିଖରୁ ପେଟ୍ରୋଲର ମୂଲ୍ୟ ୩୬ ଗୁଣ ଓ ଡିଜେଲର ମୂଲ୍ୟ ୩୪ ଗୁଣ ବୃଦ୍ଧି କରାଯାଇଛି । ଏହି ସମୟ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୯.୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୮.୮୦ ଟଙ୍କା ମହଙ୍ଗା ହୋଇଛି ।

ତୈଳ କମ୍ପାନୀଗୁଡିକ ଗୁରୁବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୩୫ ପଇସା, ୩୪ ପଇସା, ୩୯ ପଇସା, ୩୧ ପଇସା ଏବଂ ୩୬ ପଇସା ବୃଦ୍ଧି କରିଛନ୍ତି । ସେପଟେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ଡିଜେଲ ଦରରେ ଯଥାକ୍ରମେ ୦୯ ପଇସା, ୦୯ ପଇସା, ୧୫ ପଇସା, ୦୯ ପଇସା ଓ ୧୦ ପଇସାର ବୃଦ୍ଧି ଘଟିଛି ।

ଅଧିକ ପଢ଼ନ୍ତୁ:-ପରଲୋକରେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂ

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୦.୫୬ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୫୯ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୦.୬୨ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୧.୩୭ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧.୩୭ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୩.୯୩ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୭.୦୧ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୩.୫୯ ଓ ତିଭେନ୍ଦ୍ରମରେ ୧୦୨.୫୪ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-ବିଦାୟ ଦିଲୀପ କୁମାର: ପେଶୱାରର ୟୁସୁଫ୍ ଯିଏ ବନିଯାଇଥିଲେ ବଲିଉଡର ଟ୍ରାଜେଡି କିଙ୍ଗ୍

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୭.୧୮ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୨.୬୫ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୪.୧୫ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୭.୬୭ ଟଙ୍କା ଦରରେ ବିକ୍ରି ହେଉଛି ।

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।