ମାସର ପ୍ରଥମ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
Advertisement
Article Detail0/zeeodisha/odisha976815

ମାସର ପ୍ରଥମ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

 ପେଟ୍ରୋଲ-ଡିଜେଲର ମୂଲ୍ୟ ପ୍ରତିଦିନ ବଦଳିଥାଏ ଓ ତୈଳ କମ୍ପାନୀଗୁଡିକ ସକାଳେ ପେଟ୍ରୋଲ ଓ ଡିଜେଲର ନୂତନ ଦର ଜାରି କରନ୍ତି । ବୁଧବାର (୧ ସେପ୍ଟେମ୍ବର ୨୦୨୧) ପାଇଁ କମ୍ପାନୀ ମଧ୍ୟ ନୂତନ ଦର ଜାରି କରିଛି ।

ମାସର ପ୍ରଥମ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ହ୍ରାସ, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate 1 September 2021: ସେପ୍ଟେମ୍ବର ମାସ ଆରମ୍ଭ ହୋଇସାରିଛି । ଏହାସହ ପେଟ୍ରୋଲ ଓ ଡିଜେଲର ମୂଲ୍ୟ (Petrol Diesel Price) କୁ ନେଇ ଖୁସି ଖବର ଆସିଛି । ବାସ୍ତବରେ, ସେପ୍ଟେମ୍ବରରେ ଜାରି ପେଟ୍ରୋଲ ଓ ଡିଜେଲର ନୂତନ ମୂଲ୍ୟ ଅନୁଯାୟୀ ତୈଳ ମୂଲ୍ୟ ହ୍ରାସ ପାଇଛି । ପେଟ୍ରୋଲ-ଡିଜେଲର ମୂଲ୍ୟ ପ୍ରତିଦିନ ବଦଳିଥାଏ ଓ ତୈଳ କମ୍ପାନୀଗୁଡିକ ସକାଳେ ପେଟ୍ରୋଲ ଓ ଡିଜେଲର ନୂତନ ଦର ଜାରି କରନ୍ତି । ବୁଧବାର (୧ ସେପ୍ଟେମ୍ବର ୨୦୨୧) ପାଇଁ କମ୍ପାନୀ ମଧ୍ୟ ନୂତନ ଦର ଜାରି କରିଛି ।

୧୯ଟି ରାଜ୍ୟରେ ୧୦୦ ପାର କରିଛି ପେଟ୍ରୋଲ

ଦେଶର ଅତି କମରେ ୧୯ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି । ଯେଉଁଥିରେ ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ହରିୟାଣା, ଜମ୍ମୁ କଶ୍ମୀର, ଓଡିଶା, ଲଦାଖ, ବିହାର, କେରଳ, ପଞ୍ଜାବ, ସିକ୍କିମ ଏବଂ ନାଗାଲାଣ୍ଡ ଅନ୍ତର୍ଭୁକ୍ତ ରହିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୧.୩୪ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୭.୩୯ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୧.୭୨ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୯.୦୮ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୨.୨୩ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୦୪.୮୪ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୦୮.୨୭ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୦୩.୮୯ ଓ ତିଭେନ୍ଦ୍ରମରେ ୧୦୩.୬୪ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-ଆସିଯାଇଛି ସେପ୍ଟେମ୍ବର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୮.୭୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୬.୩୩ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୧.୮୪ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୩.୩୮ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୯୬.୮୧ ଟଙ୍କା ଦରରେ ବିକ୍ରି ହେଉଛି ।

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ଅଧିକ ପଢ଼ନ୍ତୁ:-ଆମେରିକା ଚାଲିଯିବା ମାତ୍ରେ ପଞ୍ଜଶୀର ଉପରେ ଆକ୍ରମଣ କଲା ତାଲିବାନ, ପାଲଟା ଆକ୍ରମଣରେ ଅନେକ ଆତଙ୍କୀ ନିହତ

ଅଧିକ ପଢ଼ନ୍ତୁ:-ନିଜ ମା'ବାପାଙ୍କୁ ଘରେ ରଖନ୍ତି ନାହିଁ ଏହି ୫ ବଲିଉଡ ତାରକା, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଅଧିକ ପଢ଼ନ୍ତୁ:-ଦେଶରେ ଆସିବାକୁ ଯାଉଛି ଆଉ ୨ଟି ନୂଆ ବ୍ୟାଙ୍କ, RBI କୁ ଲାଇସେନ୍ସ ପାଇଁ କଲେ ଆବେଦନ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର!