ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।
Trending Photos
ନୂଆଦିଲ୍ଲୀ: Today Petrol-Diesel Rate 22 October 2021: ଆଜି (ଶୁକ୍ରବାର) ଅର୍ଥାତ ଅକ୍ଟୋବର ୨୨ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି । ଲଗାତର ଚତୁର୍ଥ ଦିନ ପେଟ୍ରୋଲ ଓ ଡିଜେଲର ମୂଲ୍ୟରେ ବୃଦ୍ଧି ଘଟିଛି । ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୩୩-୩୭ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲରେ ୩୧-୩୫ ପଇସା ଯାଏ ବୃଦ୍ଧି ଘଟିଛି । ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ୧୦୬.୮୯ ଟଙ୍କା ଓ ଡିଜେଲ ଲିଟର ପିଛା ୯୫.୬୨ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି ।
ତୈଳ ମାର୍କେଟିଂ କମ୍ପାନୀଗୁଡିକ (Oil marketing companies) ଗତ ୧୫ ଦିନରେ ଅନ୍ତର୍ଜାତୀୟ ବଜାରରେ ବେଞ୍ଚମାର୍କ ଇନ୍ଧନର ହାରାହାରି ମୂଲ୍ୟ ଓ ବୈଦେଶିକ ମୁଦ୍ରା ମୂଲ୍ୟ ଉପରେ ଆଧାର କରି ପ୍ରତିଦିନ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସଂଶୋଧନ କରନ୍ତି ।
ଏହି ରାଜ୍ୟଗୁଡ଼ିକରେ ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି
ଏଠାରେ କହି ରଖୁଛୁ ଯେ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଓଡିଶା, ଜମ୍ମୁ କଶ୍ମୀର ଏବଂ ଲଦାଖରେ ପେଟ୍ରୋଲର ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି ।
ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୧୦୬.୮୯ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୧୨.୭୮ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୭.୪୪ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୩.୯୨ ଟଙ୍କା ରହିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୭.୮୩ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ବେଙ୍ଗାଲୁରୁରେ ପେଟ୍ରୋଲ ଲିଟର ପିଛା ୧୧୦.୬୧ ଦରରେ ବିକ୍ରି ହେଉଛି । ସେପଟେ ରାଜସ୍ଥାନର ରାଜଧାନୀ ଜୟପୁରରେ ପେଟ୍ରୋଲ ଲିଟର ପିଛା ୧୧୪.୧୧ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ପାଟନାରେ ୧୧୦.୪୪ ଓ ତିଭେନ୍ଦ୍ରମରେ ୧୦୮.୯୯ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପେଟ୍ରୋଲ ୧୦୩.୮୬ ଟଙ୍କା ଦରରେ ବିକ୍ରି ହେଉଛି । ଗୁରୁଗ୍ରାମରେ ପେଟ୍ରୋଲ ୧୦୪.୪୯ ଟଙ୍କା ଓ ନୋଏଡାରେ ପେଟ୍ରୋଲ ୧୦୪.୦୮ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ଚଣ୍ଡିଗଡ଼ରେ ପେଟ୍ରୋଲ ୧୦୨.୮୮ ଓ ହାଇଦ୍ରାବାଦରେ ୧୧୧.୧୮ ଟଙ୍କା ରହିଛି ।
ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୯୫.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୧୦୩.୬୩ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୯୮.୭୩ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୯.୯୨ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ୧୦୪.୪୭ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ବେଙ୍ଗାଲୁରୁରେ ଡିଜେଲ ୧୦୧.୬୧ ଟଙ୍କା ଓ ହାଇଦ୍ରାବାଦରେ ୧୦୪.୩୨ ଟଙ୍କା ଦରରେ ମିଳୁଛି । ଜୟପୁରରେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୫.୩୪ ଟଙ୍କା ରହିଥିବା ବେଳେ ପାଟନାରେ ଏହା ୧୦୨.୨୧ ଟଙ୍କାରେ ମିଳୁଛି । ତିଭେନ୍ଦ୍ରମରେ ମଧ୍ୟ ଡିଜେଲ ମୂଲ୍ୟ ଲିଟର ପିଛା ୧୦୨.୬୦ ଟଙ୍କାରେ ପହଞ୍ଚିଛି ।
ଜାଣନ୍ତୁ ଆପଣଙ୍କ ସହରର ରେଟ୍
ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।
ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx
ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।
ଏହା ବି ପଢ଼ନ୍ତୁ:-ଆଜି ସକାଳ ୧୦ଟାରେ ଦେଶକୁ ସମ୍ବୋଧନ କରିବେ ପିଏମ ମୋଦି, PMO ଦେଲା ସୂଚନା
ଏହା ବି ପଢ଼ନ୍ତୁ:-ଏହି ୫ଟି କାରଣରୁ ଆର୍ୟନଙ୍କୁ ମିଳିନାହିଁ ଜାମିନ
ଏହା ବି ପଢ଼ନ୍ତୁ:-LIC ସମସ୍ତ ପଲିସି ଧାରକଙ୍କ ପାଇଁ ଜାରି କରିଛି ଜରୁରୀ ସୂଚନା, ଜାଣି ନିଅନ୍ତୁ ନଚେତ ହୋଇପାରେ ବଡ଼ ଅସୁବିଧା
ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: କୋରୋନା ଭ୍ୟାକ୍ସିନ ମାମଲାରେ ଇତିହାସ ରଚିଲା ଭାରତ