LPG ସହ ବଢିଲା ତେଲ ଦର, ମହଙ୍ଗା ମାଡ଼ରେ କଲବଲ ଦେଶବାସୀ
Advertisement
Article Detail0/zeeodisha/odisha848533

LPG ସହ ବଢିଲା ତେଲ ଦର, ମହଙ୍ଗା ମାଡ଼ରେ କଲବଲ ଦେଶବାସୀ

ରବିବାର ମଧ୍ୟ ରାତ୍ରୀରୁ LPGର ବର୍ଦ୍ଧିତ ଦର ଲାଗୁ କରାଯାଇଛି । ଘରୋଇ ଗ୍ୟାସର (LPG Gas Price) ଦର ପାଖାପାଖି ପ୍ରାୟ ୫୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି ।

LPG ସହ ବଢିଲା ତେଲ ଦର, ମହଙ୍ଗା ମାଡ଼ରେ କଲବଲ ଦେଶବାସୀ

ନୂଆଦିଲ୍ଲୀ: ରବିବାର ମଧ୍ୟ ରାତ୍ରୀରୁ LPGର ବର୍ଦ୍ଧିତ ଦର ଲାଗୁ କରାଯାଇଛି । ଘରୋଇ ଗ୍ୟାସର (LPG Gas Price) ଦର ପାଖାପାଖି ପ୍ରାୟ ୫୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି । ଏହା ସହିତ ସୋମବାର ସକାଳୁ ତୈଳଦର ବୃଦ୍ଧି ସାଧାରଣ ଜନତାଙ୍କ ଚିନ୍ତା ଦ୍ୱିଗୁଣିତ କରିପକାଇଛି । ଲଗାତାର ୮ମ ଦିନ ପାଇଁ ଏହି ତୈଳଦରରେ ବୃଦ୍ଧି ଘଟିଛି । ଉଭୟ ପେଟ୍ରୋଲ ଓ ଡିଜେଲରେ ବୃଦ୍ଧି ଘଟିଛି । ଆଜି ପେଟ୍ରୋଲ ଦରରେ ୨୬ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲରେ ୨୯ ପଇସାରେ ବୃଦ୍ଧି ଘଟିଛି । ଏହି ଦର ବୃଦ୍ଧି ପରେ ପେଟ୍ରୋଲ ଦର ଦିଲ୍ଲୀରେ ୮୮.୯୯ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୭୯.୩୫ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀରେ  ଏଲପିଜି ଦର ବୃଦ୍ଧି ଘଟିବା ପରେ ସିଲିଣ୍ଡର ପିଛା ଦର ୭୬୯ ଟଙ୍କାରେ ପହଞ୍ଚିଛି। 

ଅଧିକ ପଢନ୍ତୁ: ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ଆଜି ତୈଳଦର ବୃଦ୍ଧି ପରେ ସମଗ୍ର ଦେଶରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି ଦର ବୃଦ୍ଧି ପାଇବା ପରେ ମୁମ୍ବାଇରେ ପେଟ୍ରୋଲ ଦର ୯୫.୪୬ ଟଙ୍କା, କୋଲକାତାରେ ୯୦.୨୫ ଟଙ୍କା, ଚେନ୍ନାଇରେ ୯୧.୧୯ ଟଙ୍କାରେ ପହଞ୍ଚିଛି ।  ସେହିପରି ଡିଜେଲ ଦର ମୁମ୍ବାଇରେ ୮୬.୩୪ ଟଙ୍କା, କୋଲକାତାରେ ୮୨.୯୪ ଟଙ୍କା ଓ ଚେନ୍ନାଇରେ ୮୪.୪୪ ଟଙ୍କା ହୋଇଛି ।ସେହିପରି ଦିଲ୍ଲୀରେ ଗ୍ୟାସ ଦର ୭୬୯ ଟଙ୍କା ହୋଇଥିବା ବେଳେ କୋଲକାତାରେ ୭୯୫ ଟଙ୍କା, ମୁମ୍ବାଇରେ ୭୬୯ ଟଙ୍କା ଓ ଚେନ୍ନାଇରେ ୭୮୫ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ସେପଟେ ସାଧାରଣ ଲୋକଙ୍କ ବଜେଟ ମଧ୍ୟ ଧୀରେଧୀରେ ବିଗୁଡ଼ୁଥିବା ଦେଖିବାକୁ ମିଳୁଛି । 

ଅଧିକ ପଢନ୍ତୁ: ପୁଣି ଆତଙ୍କ ସୃଷ୍ଟି କଲାଣି ନୂଆ କୋରୋନା ଭୂତାଣୁ, ଏହି ଦେଶର ସବୁଠାରୁ ବଡ଼ ସହରରେ ଲାଗିଲା ଲକଡାଉନ

ସେପଟେ ବିଗତ ୧୦ ଦିନ ମଧ୍ୟରେ ଏଲପିଜି ଦର ୭୫ ଟଙ୍କା ମହଙ୍ଗା ହୋଇ ସାରିଲାଣି । ସେହିପରି ପେଟ୍ରୋ ଦର ବିଗତ ୮ ଦିନ ମଧ୍ୟରେ ୨.୩୪ ଟଙ୍କା ଓ ଡିଜେଲ ଦର ୨.୫୨ ଟଙ୍କା ମହଙ୍ଗା ହୋଇ ସାରିଲାଣି । କେବଳ ଫେବୃଆରୀରେ ଡିଜେଲ ଦରରେ ୨.୮୭ ଓ ପେଟ୍ରୋଲ ଦରରେ ୨.୬୯ ଟଙ୍କା ବୃଦ୍ଧି ଘଟିଛି । ଚଳିତ ବର୍ଷ ଏଲପିଜିରେ ୭୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଗତବର୍ଷ ଡିସେମ୍ବର ମାସରେ କେବଳ ୧୦୦ ଟଙ୍କା ପର୍ଯ୍ୟନ୍ତ ଦର ବୃଦ୍ଧି ଘଟିଥିଲା ।