ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ
Advertisement
Article Detail0/zeeodisha/odisha848520

ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ତୈଳଦରର ଅହେତୁକ ଦର ବୃଦ୍ଧିକୁ (OIL Price Hike) ପ୍ରତିବାଦ କରି ଆଜି ରାଜ୍ୟ କଂଗ୍ରେସ (Congress) ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ (Odisha Bandh) ଡାକରା ଦେଇଛି । 

ଆଜି ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର: ତୈଳଦରର ଅହେତୁକ ଦର ବୃଦ୍ଧିକୁ (OIL Price Hike) ପ୍ରତିବାଦ କରି ଆଜି ରାଜ୍ୟ କଂଗ୍ରେସ (Congress) ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ (Odisha Bandh) ଡାକରା ଦେଇଛି । ଏହି ବନ୍ଦ ସକାଳ ୭ ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀମାନେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି । 

ଭୁବନେଶ୍ୱର ରେଳ ଷ୍ଟେସନରେ ସୁରେଶ ରାଉତରାୟଙ୍କ (Suresh Routray) ସହିତ ବହୁ ବରିଷ୍ଠ କଂଗ୍ରେସ (Congress) ନେତା ବନ୍ଦରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭଇନ୍ନ ଅଞ୍ଚଳରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । 

ରାଜଧାନୀ ସମେତ ରାଜ୍ୟର ପ୍ରମୁଖ ସ୍ଥାନ ଗୁଡ଼ିକରେ କଂଗ୍ରେସ ନେତା ପିକେଟିଂ କରୁଥିବା ଦେଖିବାକୁ ମିଳିଛି। ରାଜରାସ୍ତାରେ ଶହଶହ ସଂଖ୍ୟାରେ ଗାଡ଼ିଗୁଡ଼ିକ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ରାଜଧାନୀର ବାଣୀବିହାର ନିକଟରେ କଂଗ୍ରେସ ନେତାମାନେ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।