ଶହେ ଟଙ୍କା ଲିଟରରେ ପହଞ୍ଚିଲା ପେଟ୍ରୋଲ, ମୂଲ୍ୟ ଦେଖାଇ ପାରୁନାହିଁ ମେସିନ୍
Advertisement
Article Detail0/zeeodisha/odisha848027

ଶହେ ଟଙ୍କା ଲିଟରରେ ପହଞ୍ଚିଲା ପେଟ୍ରୋଲ, ମୂଲ୍ୟ ଦେଖାଇ ପାରୁନାହିଁ ମେସିନ୍

ବିଶେଷଜ୍ଞଙ୍କ ଅନୁଯାୟୀ, ୨୦୨୧ ମସିହାରେ ପେଟ୍ରୋଲ-ଡିଜେଲ ମୂଲ୍ୟ (Petrol-Diesel Price) ୧୬ ଗୁଣ ବୃଦ୍ଧି ପାଇଛି ।

ଶହେ ଟଙ୍କା ଲିଟରରେ ପହଞ୍ଚିଲା ପେଟ୍ରୋଲ, ମୂଲ୍ୟ ଦେଖାଇ ପାରୁନାହିଁ ମେସିନ୍

ନୂଆଦିଲ୍ଲୀ: ପେଟ୍ରୋଲର ମୂଲ୍ୟ (Petrol Price) କ୍ରମାଗତ ଭାବେ ବୃଦ୍ଧି ପାଉଛି । ପରିସ୍ଥିତି ଏପରି ହୋଇଯାଇଛି ଯେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ (Bhopal) ରେ ଏହାର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି । ମହଙ୍ଗା ପେଟ୍ରୋଲ ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗୁଛି । ତେଲ ଢାଳିବା ମେସିନ୍ ମଧ୍ୟ ଏହି ରିଡିଂକୁ ନେବାରେ ବିଫଳ ହୋଇଯାଇଛି । ଏହା ଏଥିପାଇଁ ଘଟୁଛି କାରଣ ଏହି ମେସିନ୍ଗୁଡ଼ିକ ପୁରୁଣା ଏବଂ କେବଳ ଦୁଇଟି ଅଙ୍କ ଦେଖାଇବାର ବ୍ୟବସ୍ଥା ରହିଛି । ଏହି ମେସିନ୍ଗୁଡ଼ିକ ତିନୋଟି ଅଙ୍କ ଦେଖାଇବାକୁ ସକ୍ଷମ ନୁହଁନ୍ତି । ଫଳରେ ଲୋକଙ୍କୁ ପେଟ୍ରୋଲ ମିଳିପାରୁ ନାହିଁ ।

ଅଧିକ ପଢ଼ନ୍ତୁ:-ପ୍ରଶାନ୍ତ କିଶୋରଙ୍କ ଘର ଉପରେ ବୁଲିଲା ବୁଲଡୋଜର

ବିଶେଷଜ୍ଞଙ୍କ ଅନୁଯାୟୀ, ୨୦୨୧ ମସିହାରେ ପେଟ୍ରୋଲ-ଡିଜେଲ ମୂଲ୍ୟ (Petrol-Diesel Price) ୧୬ ଗୁଣ ବୃଦ୍ଧି ପାଇଛି । ପରିସ୍ଥିତି ଏପରି ହୋଇଛି ଯେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୫.୨୧ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୮୬.୦୪ ଟଙ୍କା ରହିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ ୮୮.୭୩ ଏବଂ ୭୯.୦୬ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୯.୪୩ ଟଙ୍କା ଥିବାବେଳେ ଡିଜେଲ ୮୬.୧୫ ଟଙ୍କା ପ୍ରତି ଲିଟର ଦରରେ ମିଳୁଛି ।

ଅଧିକ ପଢ଼ନ୍ତୁ:-ମୋଦିଙ୍କୁ ଲୋକପ୍ରିୟ କରିବା ପାଇଁ 'ଖରାପ ଭାଷା' ଓ ଆଇଟି ସେଲର ଯାଞ୍ଚ କରାଯିବ କି?: ବିଜେପି ସାଂସଦ

୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ତତ୍କାଳୀନ ୟୁପିଏ ସରକାର ଉପରେ ଲଗାତର ଆକ୍ରମଣ କରୁଥିଲା ବିଜେପି । ବର୍ତ୍ତମାନ ମୋଦି ସରକାରଙ୍କ ଶାସନରେ ଇନ୍ଧନ ମୂଲ୍ୟ ଲଗାତର ଦ୍ରୁତଗତିରେ ବୃଦ୍ଧି ପାଉଛି । କିନ୍ତୁ ସରକାର ଏ ବିଷୟରେ କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି ।

ଅଧିକ ପଢ଼ନ୍ତୁ:-ଚୀନକୁ ନେଇ ମୋଦି ସରକାରଙ୍କୁ ଘେରିଲେ ବିଜେପି ସାଂସଦ

ସିଧାସଳଖ ପ୍ରଶ୍ନ ଉଠେ ଯଦି ଭୋପାଳ ପରି ପରିସ୍ଥିତି ଅନ୍ୟ ସହରରେ ମଧ୍ୟ ହୁଏ ତେବେ କ'ଣ ହେବ? ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ନିଜ ଗାଡ଼ିରେ ପକାଇବାକୁ ହିଁ ପଡିବ, ଏହା ଯେତେ ମହଙ୍ଗା ହେଉନା କାହିଁକି । କିନ୍ତୁ ଯେତେବେଳେ ମେସିନ୍ଗୁଡ଼ିକ ତିନି ଅଙ୍କ ଦେଖାଇବାରେ ସକ୍ଷମ ହେବ ନାହିଁ ଏବଂ ସେମାନେ ପେଟ୍ରୋଲ ପମ୍ପରୁ ତେଲ ପାଇବେ ନାହିଁ, ତେବେ ଲୋକଙ୍କୁ ଡବଲ ଝଟକା ଲାଗିବ ।