ଏହି ଦିନ ଚାଷୀଙ୍କୁ ମିଳିବ ୨୦୦୦ ଟଙ୍କା, ଯଦି ଆପଣଙ୍କୁ ମିଳି ନାହିଁ କିସ୍ତି ତେବେ ଏପରି ଚେକ୍ କରନ୍ତୁ ଲିଷ୍ଟରେ ନିଜର ନାଁ
Advertisement
Article Detail0/zeeodisha/odisha801167

ଏହି ଦିନ ଚାଷୀଙ୍କୁ ମିଳିବ ୨୦୦୦ ଟଙ୍କା, ଯଦି ଆପଣଙ୍କୁ ମିଳି ନାହିଁ କିସ୍ତି ତେବେ ଏପରି ଚେକ୍ କରନ୍ତୁ ଲିଷ୍ଟରେ ନିଜର ନାଁ

ପିଏମ କିସାନ ସମ୍ମାନ ନିଧି ସ୍କିମର (PM Kisan Samman Nidhi Scheme) ର ୱେବସାଇଟ୍ (pmkisan.gov.in) କୁ ଲଗ୍ ଇନ୍ କରନ୍ତୁ । ଏହା ପରେ ଏଥିରେ ଦିଆଯାଇଥିବା 'Farmers Corner' ଟ୍ୟାବରେ କ୍ଲିକ୍ କରନ୍ତୁ ।

ଏହି ଦିନ ଚାଷୀଙ୍କୁ ମିଳିବ ୨୦୦୦ ଟଙ୍କା, ଯଦି ଆପଣଙ୍କୁ ମିଳି ନାହିଁ କିସ୍ତି ତେବେ ଏପରି ଚେକ୍ କରନ୍ତୁ ଲିଷ୍ଟରେ ନିଜର ନାଁ

ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିରୁଦ୍ଧରେ ଦେଶବ୍ୟାପୀ ଚାଲିଥିବା ଚାଷୀ ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (Pradhan Mantri Kisan Samman Nidhi scheme) ଅନ୍ତର୍ଗତ ମିଳୁଥିବା ଟଙ୍କାର ସପ୍ତମ କିସ୍ତି ପାଇଁ ଦେଶର ୧୧ କୋଟି ୩୭ ଲକ୍ଷ କୃଷକ ଅପେକ୍ଷା କରିବସିଛନ୍ତି । ଡିସେମ୍ବର ୧ ରୁ ମାର୍ଚ୍ଚ ୩୧ ମଧ୍ୟରେ ଆସୁଥିବା ୨୦୦୦ ଟଙ୍କା କିସ୍ତି ଏପର୍ଯ୍ୟନ୍ତ ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚି ନାହିଁ । ମୋଦି ସରକାର (Modi Govt) ବର୍ତ୍ତମାନ ଡିସେମ୍ବର ୧୦ରୁ ସପ୍ତମ କିସ୍ତି ପଠାଇବା ଆରମ୍ଭ କରିବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୬ଟି କିସ୍ତି ଚାଷୀଙ୍କୁ ପଠାଯାଇଛି । ଗତ ୨୩ ମାସ ମଧ୍ୟରେ କେନ୍ଦ୍ର ସରକାର ୧୧.୧୭ କୋଟି ଚାଷୀଙ୍କୁ ସିଧାସଳଖ ୯୫ କୋଟିରୁ ଅଧିକ ସହାୟତା ପ୍ରଦାନ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପିଏମ ମୋଦିଙ୍କ ଲୋକସଭା କ୍ଷେତ୍ରରୁ ବିଜେପିକୁ ବଡ଼ ଝଟକା, MLC ନିର୍ବାଚନରେ ମିଳିଲା ପରାଜୟ

ଆପଣଙ୍କୁ କହି ରଖୁଛୁ ଯେ, ଅନେକ ଥର ଚାଷୀମାନେ ଏହି ଯୋଜନା ଅଧୀନରେ ନିଜକୁ ପଞ୍ଜୀକୃତ କରାନ୍ତି, କିନ୍ତୁ ରାଶି ସେମାନଙ୍କ ଆକାଉଣ୍ଟରେ ଆସେ ନାହିଁ । ଯଦି ଏହା ମଧ୍ୟ ଆପଣଙ୍କ ସହିତ ପୂର୍ବରୁ ଘଟିଛି, ତେବେ ଆପଣଙ୍କର ନାମ ଅଛି କି ନାହିଁ ତୁରନ୍ତ ଏହି ତାଲିକାକୁ ଦେଖି ନିଅନ୍ତୁ । ବର୍ତ୍ତମାନ ଆପଣ ଘରେ ବସି ଅତି ସହଜରେ ଜାଣିପାରିବେ କି ପିଏମ କିସାନ ସମ୍ମାନ ନିଧିର ଟଙ୍କା ଆପଣଙ୍କୁ ପଠାଯାଇଛି କି ନାହିଁ ।

ଠିକ କରି ନିଅନ୍ତୁ ନିଜର ରେକର୍ଡ 

ଯେଉଁ ଚାଷୀଙ୍କ ଆକାଉଣ୍ଟରେ କୌଣସି ଟଙ୍କା ଆସି ନାହିଁ । ସେମାନେ ମଧ୍ୟ ନିଜର ରେକର୍ଡ ଯାଞ୍ଚ କରିବା ଉଚିତ । ଯଦି ଆଧାର, ଆକାଉଣ୍ଟ ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ କିଛି ଭୁଲ ଅଛି, ତେବେ ଏହାକୁ ସଂଶୋଧନ କରନ୍ତୁ । ଯାହାଫଳରେ ଟଙ୍କା ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଯଦି ରେକର୍ଡରେ କୌଣସି ତ୍ରୁଟି ଅଛି ତେବେ ଆପଣ ଏହି ଯୋଜନାର ଲାଭ ପାଇବେ ନାହିଁ । ପୂର୍ବରୁ ୧.୩ କୋଟି ଚାଷୀଙ୍କୁ ଆବେଦନ କରିବା ପରେ ମଧ୍ୟ ସେମାନେ ଟଙ୍କା ପାଇପାରିନଥିଲେ । କାରଣ ସେମାନଙ୍କ ରେକର୍ଡରେ ତ୍ରୁଟି ଅଛି କିମ୍ବା ଆଧାର କାର୍ଡ ନାହିଁ ।

ଅଧିକ ପଢ଼ନ୍ତୁ:-କୁଶୱାହାଙ୍କୁ ଭେଟିଲେ ନୀତିଶ କୁମାର, ବଦଳିବ କି ବିହାରର ରାଜନୈତିକ ସମୀକରଣ!

କିପରି କରିବେ ରେକର୍ଡ ଚେକ୍ 

ପିଏମ କିସାନ ସମ୍ମାନ ନିଧି ସ୍କିମର (PM Kisan Samman Nidhi Scheme) ର ୱେବସାଇଟ୍ (pmkisan.gov.in) କୁ ଲଗ୍ ଇନ୍ କରନ୍ତୁ । ଏହା ପରେ ଏଥିରେ ଦିଆଯାଇଥିବା 'Farmers Corner' ଟ୍ୟାବରେ କ୍ଲିକ୍ କରନ୍ତୁ । ଯଦି ଆପଣ ପୂର୍ବରୁ ଆବେଦନ କରିଛନ୍ତି ଏବଂ ଆପଣଙ୍କର ଆଧାର ସଠିକ୍ ଭାବରେ ଅପଲୋଡ୍ ହୋଇନାହିଁ କିମ୍ବା କୌଣସି କାରଣରୁ ଆଧାର ନମ୍ବର ଭୁଲ୍ ଭାବରେ ରେକର୍ଡ କରାଯାଇଛି । ତେବେ ଏହାର ସୂଚନା ଏଥିରେ ମିଳିବ । ନାଁର ବନାନକୁ ମଧ୍ୟ ଯାଞ୍ଚ କରନ୍ତୁ ।

ଏହି ହେଲ୍ପଲାଇନ ନମ୍ବରରେ ସାହାଯ୍ୟ ନିଅନ୍ତୁ 

ଆବେଦନ ପରେ ମଧ୍ୟ ଯଦି ଆପଣ ଟଙ୍କା ପାଉନାହାଁନ୍ତି । ତେବେ ଆପଣଙ୍କ ନିକଟସ୍ଥ ଆକାଉଣ୍ଟାଣ୍ଟଏବଂ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ । ଯଦି ସେଠାରୁ କିଛି ସମାଧାନ ମିଳୁନାହିଁ । ତେବେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତରଫରୁ ଜାରି ହେଲ୍ଫଲାଇନ୍ ନମ୍ୱର (PM-Kisan Helpline 155261) କିମ୍ବା 1800115526 (ଟୋଲ୍ ଫ୍ରି)ରେ ଯୋଗାଯୋଗ କରନ୍ତୁ । ଯଦି ସେଠାରେ ମଧ୍ୟ ଆପଣଙ୍କ ସମସ୍ୟାର କୌଣସି ସମାଧାନ ହେଉନାହିଁ । ତେବେ ମନ୍ତ୍ରଣାଳୟର ଦ୍ୱିତୀୟ ନମ୍ବର (011-24300606, 011-23381092)ରେ କଥା ହୁଅନ୍ତୁ ।

ଅଧିକ ପଢ଼ନ୍ତୁ:-LPG ଗ୍ୟାସ୍ ସିଲିଣ୍ଡର ଏପରି ବୁକ୍ କରିବେ ତ ୫୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ଶସ୍ତା

ଏପରି ଜାଣନ୍ତୁ ଆପଣଙ୍କୁ ବର୍ତ୍ତମାନ ଯାଏ କେତେ କିସ୍ତି ମିଳିଛି 

ପ୍ରଥମେ PM Kisan (PM Kisan) ର ଅଫିସିଆଲ୍ ୱେବସାଇଟ୍ https://pmkisan.gov.in/ କୁ ଯାଆନ୍ତୁ । ଏଠାରେ ଆପଣ ଡାହାଣ ପାର୍ଶ୍ୱରେ 'Farmers Corner'ର ବିକଳ୍ପ ପାଇବେ । ଏଠାରେ  ‘Beneficiary Status' ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ଏଠାରେ ଏକ ନୂତନ ପେଜ୍ ଖୋଲିବ । ନୂତନ ପେଜରେ ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର କିମ୍ବା ମୋବାଇଲ୍ ନମ୍ବରରୁ ଗୋଟିଏ ବିକଳ୍ପ ଚୟନ କରନ୍ତୁ । ଆପଣ ଚୟନ କରିଥିବା ବିକଳ୍ପ ସଂଖ୍ୟା ପୁରଣ କରନ୍ତୁ । ତାପରେ 'Get Data' ଉପରେ କ୍ଲିକ୍ କରନ୍ତୁ ।
ଏଠାରେ କ୍ଲିକ୍ କରିବା ପରେ, ଆପଣ ସମସ୍ତ କାରବାର ବିଷୟରେ ସୂଚନା ପାଇବେ । କେଉଁଟି କିସ୍ତି ଆପଣଙ୍କ ଆକାଉଣ୍ଟକୁ ଆସିଲା ଏବଂ କେଉଁ ବ୍ୟାଙ୍କ ଆକାଉଣ୍ଟକୁ କ୍ରେଡିଟ୍ କରାଯାଇଥିଲା ।