PM Modi Meets Uma Sachdeva: କାହା ସମ୍ମାନରେ ଏମିତି ମୁଣ୍ଡ ନୁଆଁଇଲେ ପ୍ରଧାନମନ୍ତ୍ରୀ ମୋଦି? ଏହି ମହିଳାଙ୍କ ପରିଚୟ ବହୁତ ଖାସ୍
Advertisement
Article Detail0/zeeodisha/odisha1384730

PM Modi Meets Uma Sachdeva: କାହା ସମ୍ମାନରେ ଏମିତି ମୁଣ୍ଡ ନୁଆଁଇଲେ ପ୍ରଧାନମନ୍ତ୍ରୀ ମୋଦି? ଏହି ମହିଳାଙ୍କ ପରିଚୟ ବହୁତ ଖାସ୍

PM Modi Meets Uma Sachdeva: ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଉମା ସଚ୍ଚଦେବ ମୋତେ ତାଙ୍କ ସ୍ୱାମୀ ଲେଖିଥିବା ତିନୋଟି ପୁସ୍ତକ ଦେଇଛନ୍ତି । ସେ କହିଛନ୍ତି ଯେ ଏଥି ମଧ୍ୟରୁ ଦୁଇଟି ଗୀତା ସହ ଜଡିତ ରହିଛି । ତୃତୀୟ 'ବ୍ଲଡ୍ ଆଣ୍ଡ ଟିୟର୍ସ' ବିଭାଜନ ସମୟରେ ତାଙ୍କର ଅନୁଭୂତି ଓ ଜୀବନରେ ଉପରେ ଏହାର ପ୍ରଭାବର ଦସ୍ତାବିଜ ।

PM Modi Meets Uma Sachdeva: କାହା ସମ୍ମାନରେ ଏମିତି ମୁଣ୍ଡ ନୁଆଁଇଲେ ପ୍ରଧାନମନ୍ତ୍ରୀ ମୋଦି? ଏହି ମହିଳାଙ୍କ ପରିଚୟ ବହୁତ ଖାସ୍

ନୂଆଦିଲ୍ଲୀ: PM Modi Meets Uma Sachdeva: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ବହୁତ ସକ୍ରିୟ ରହିଥା'ନ୍ତି । ପ୍ରାୟତଃ ତାଙ୍କର ଟ୍ୱିଟ୍ ହୋଇଥିବା ଫଟୋଗୁଡ଼ିକ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଥାଏ । ଶୁକ୍ରବାର ଅର୍ଥାତ ଅକ୍ଟୋବର ୭ରେ ପ୍ରଧାନମନ୍ତ୍ରୀ ମୋଦି ଏଭଳି କିଛି ପଟୋ ଟ୍ୱିଟ୍ କରିଥିଲେ, ଯାହାକୁ ନେଇ ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଫଟୋଗୁଡ଼ିକରେ ପ୍ରଧାନମନ୍ତ୍ରୀ ଜଣେ ବୃଦ୍ଧ ମହିଳାଙ୍କ ଆଗରେ ସମ୍ମାନର ସହ ମୁଣ୍ଡ ନୁଆଁଇବାରେ ଦେଖିବାକୁ ମିଳୁଛି । ଏହି ମହିଳା ହେଉଛନ୍ତି ଶ୍ରୀମତୀ ଉମା ସଚ୍ଚଦେବ । ୯୦ ବର୍ଷୀୟ ଉମା ସଚ୍ଚଦେବଙ୍କ ସେନା ସହିତ ଅତି ଘନିଷ୍ଠ ସମ୍ପର୍କ ରହିଛି । ତାଙ୍କ ସ୍ୱାମୀ ଅବସରପ୍ରାପ୍ତ କର୍ଣ୍ଣେଲ ଏଚକେ ସଚ୍ଚଦେବ ସେନାରେ ରହିସାରିଛନ୍ତି । ଏଥି ସହିତ ତାଙ୍କ ପୁତୁରା ସେନା ମୁଖ୍ୟ ରହିସାରିଛନ୍ତି । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟରରେ ଉମା ସଚ୍ଚଦେବଙ୍କ ସହ ସାକ୍ଷାତ କରିବାରକୁ ନେଇ ଲେଖିଛନ୍ତି । ପିଏମ ମୋଦି ଲେଖିଛନ୍ତି ଯେ, ଉମା ସଚ୍ଚଦେବ ଜୀଙ୍କ ସହ ଆଜି ଏକ ସ୍ମରଣୀୟ ସାକ୍ଷାତ ହୋଇଛି । ୯୦ ବର୍ଷ ବୟସରେ ମଧ୍ୟ ସେ ଜୋଶ୍ ଓ ଆଶାବାଦୀ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆହୁରି ଲେଖିଛନ୍ତି ଯେ, ତାଙ୍କ ସ୍ୱାମୀ ଅବସରପ୍ରାପ୍ତ କର୍ଣ୍ଣେଲ ଏଚକେ ସଚ୍ଚଦେବ ସେନାର ଜଣେ ସମ୍ମାନିତ ବ୍ୟକ୍ତିତ୍ୱ ରହିସାରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଉମା ସଚ୍ଚଦେବ ମୋତେ ତାଙ୍କ ସ୍ୱାମୀ ଲେଖିଥିବା ତିନୋଟି ପୁସ୍ତକ ଦେଇଛନ୍ତି । ସେ କହିଛନ୍ତି ଯେ ଏଥି ମଧ୍ୟରୁ ଦୁଇଟି ଗୀତା ସହ ଜଡିତ ରହିଛି । ତୃତୀୟ 'ବ୍ଲଡ୍ ଆଣ୍ଡ ଟିୟର୍ସ' ବିଭାଜନ ସମୟରେ ତାଙ୍କର ଅନୁଭୂତି ଓ ଜୀବନରେ ଉପରେ ଏହାର ପ୍ରଭାବର ଦସ୍ତାବିଜ । ଏହି ସମୟରେ ପିଏମ ମୋଦିଙ୍କ ଉମା ସଚ୍ଚଦେବଙ୍କ ସହ କ’ଣ କଥାବାର୍ତ୍ତା ହୋଇଥିଲା, ସେହି ବିଷୟରେ ​​ସେ ନିଜ ଟ୍ୱିଟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, ଅଗଷ୍ଟ ୧୪ରେ ବିଭାଜନର ଦୁଃଖଦ ସ୍ମୃତି ଦିବସ ଭାବରେ ପାଳନ କରିବାର ନିଷ୍ପତ୍ତି ଉପରେ ସେ ଉମା ସଚ୍ଚଦେବଙ୍କ ସହ ମଧ୍ୟ କଥା ହୋଇଛନ୍ତି । 

ଅଧିକ ପଢ଼ନ୍ତୁ:-ଗେହଲୋଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!

ଅଧିକ ପଢ଼ନ୍ତୁ:-ପାକିସ୍ତାନ ପାଇଁ ପୁଣି ଭାରତକୁ ଧୋକା ଦେଲା ଆମେରିକା!

ଅଧିକ ପଢ଼ନ୍ତୁ:-ଟି-୨୦ରେ ରୋହିତ ଶର୍ମାଙ୍କ ନାମରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ, ଏପରି କରିଥିବା ପ୍ରଥମ ଭାରତୀୟ ଖେଳାଳି

ଆପଣଙ୍କୁ କହି ରଖୁଛୁ ଯେ, ଉମା ସଚ୍ଚଦେବଙ୍କ ସ୍ୱାମୀ କର୍ଣ୍ଣେଲ ଏଚକେ ସଚ୍ଚଦେବ ସେନାର ଜଣେ ସମ୍ମାନିତ ଅଧିକାରୀ ଥିଲେ । ଏଥି ସହିତ ପୂର୍ବତନ ସେନା ମୁଖ୍ୟ ଜେନେରାଲ ବେଦ ପ୍ରକାଶ ମଲିକ ହେଉଛନ୍ତି ଉମା ସଚ୍ଚଦେବଙ୍କ ଭଣଜା । ବିପି ମଲିକ୍ ସେନାରେ ୧୯ତମ ସେନା ମୁଖ୍ୟ ଥିଲେ ଓ ସେ କାର୍ଗିଲ୍ ଯୁଦ୍ଧ ସମୟରେ ସେନା ମୁଖ୍ୟ ଥିଲେ ।