ଗେହଲୋଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!
Advertisement
Article Detail0/zeeodisha/odisha1381243

ଗେହଲୋଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!

Ashok Gehlot vs Sachin Pilot: ଧାରୀୱାଲ, ଯୋଶୀ ଏବଂ ରାଠୌଡ଼ଙ୍କ ଜବାବ ପରେ ହାଇକମାଣ୍ଡଙ୍କ ଷ୍ଟାଣ୍ଡରେ ଉପରେ ସମସ୍ତଙ୍କ ନଜର ରହିବ ।  ଯଦି ଦଳର ନେତୃତ୍ୱ ସେମାନଙ୍କ ଜବାବରେ ସନ୍ତୁଷ୍ଟ ନ ହୁଅନ୍ତି, ତେବେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ସେପ୍ଟେମ୍ବର ୨୯ରେ ଦିଲ୍ଲୀରେ ସୋନିଆ ଗାନ୍ଧୀ (Sonia Gandhi) ପ୍ରଥମେ ଗେହଲୋତ ଓ ପରେ ପାଇଲଟଙ୍କୁ ଭେଟିଥିଲେ ।

ଗେହଲୋଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!

ଜୟପୁର: Rajasthan Politics: ରାଜସ୍ଥାନରେ କଂଗ୍ରେସ (Rajasthan Congress) ର ସଙ୍କଟ ଶେଷ ହେବାର ନାମ ନେଉନାହିଁ । ଗୋଟିଏ ପଟେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ (Congress President Election) ପାଇଁ ପ୍ରସ୍ତୁତି ଚଳାଇଛି । ଅନ୍ୟପଟେ ରାଜସ୍ଥାନରେ ରାଜନୈତିକ ସଙ୍କଟ (Rajasthan Political Crisis) କିଛି ସମୟ ପାଇଁ ଥମିବାର ନଜରକୁ ଆସୁଛି । କିନ୍ତୁ ମୁଖ୍ୟମନ୍ତ୍ରୀ (Rajasthan CM) ଅଶୋକ ଗେହଲୋତ (Ashok Gehlot) ଙ୍କ କ୍ୟାମ୍ପ ଓ ସଚିନ ପାଇଲଟ କ୍ୟାମ୍ପ (Sachin Pilot Camp) ମଧ୍ୟରେ ଥିବା ବିବାଦ ପୁଣି ଆରମ୍ଭ ହୋଇପାରେ । ରାଜନୈତିଜ୍ଞ ବିଶେଷଜ୍ଞମାନେ ଏହାକୁ ଝଡ଼ ପୂର୍ବର ନୀରବତା ବୋଲି କହୁଛନ୍ତି । ସଚିନ ପାଇଲଟ (Sachin Pilot)  ଜୟପୁରରେ ଅଶୋକ ଗେହଲୋତଙ୍କ ସମର୍ଥକ ମନ୍ତ୍ରୀ ପ୍ରତାପ ସିଂ ଖାଚାରିଆବାସ (Pratap Singh Khachariawas), ରାଜେନ୍ଦ୍ର ଗୁଢ଼ା (Rajendra Gudha) ଙ୍କ ସମେତ ଅନେକ ବିଧାୟକଙ୍କୁ ଭେଟିବା ପରେ ଦିଲ୍ଲୀ ଫେରିଛନ୍ତି । କୁହାଯାଉଛି ଯେ ପାଇଲଟ ଦୁର୍ଗା ପୂଜା ପରେ ପୁଣି ଥରେ ଜୟପୁରକୁ ଫେରିବେ । ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ଆସନ୍ତା ୨-୩ ଦିନ ରାଜସ୍ଥାନ କଂଗ୍ରେସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ । 

ନିକଟ ଅତୀତରେ ହାଇକମାଣ୍ଡଙ୍କ ଇଚ୍ଛା ଅନୁଯାୟୀ, ବିଧାନସଭା ଦଳର ବୈଠକ କରାଇ ନଦେବାକୁ ନେଇ ତିନି ନେତାଙ୍କଠାରୁ ଯେଉଁ ଜବାବ ମଗାଯାଇଥିଲା, ତାହାର ସମୟ ସୀମା ମଧ୍ୟ ଶେଷ ହେବାକୁ ଯାଉଛି । UDH ମନ୍ତ୍ରୀ ଶାନ୍ତି ଧାରୀୱାଲ, ମୁଖ୍ୟ ସଚେତକ ମହେଶ ଯୋଶୀ ଏବଂ ଆରଟିଡିସି ଅଧ୍ୟକ୍ଷ ଧର୍ମେନ୍ଦ୍ର ରାଠୌଡ଼ଙ୍କୁ ୧୦ ଦିନ ମଧ୍ୟରେ ଜବାବ ଦେବାକୁ ଅନୁଶାସନ କମିଟି ପକ୍ଷରୁ କୁହାଯାଇଥିଲା । ଏହାର ସମୟ ସୀମା ଅକ୍ଟୋବର ୬ରେ ଶେଷ ହେବ । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ମଧ୍ୟ ଗୁରୁବାର କର୍ଣ୍ଣାଟକରୁ ଦିଲ୍ଲୀ ଫେରିବାକୁ ଯାଉଛନ୍ତି । କୁହାଯାଉଛି ଯେ ସୋନିଆ ଗାନ୍ଧୀ କର୍ଣ୍ଣାଟକ ପହଞ୍ଚି ରାହୁଲ ଗାନ୍ଧୀ (Rahul Gandhi) ଙ୍କ ସହ ଭାରତ ଯୋଡ଼ୋ ଯାତ୍ରା (Bharat Jodo Yatra) ରେ ରାଜସ୍ଥାନ ବିଷୟରେ ମନ୍ଥନ କରିଛନ୍ତି । ଧାରୀୱାଲ, ଯୋଶୀ ଏବଂ ରାଠୌଡ଼ଙ୍କ ଜବାବ ପରେ ହାଇକମାଣ୍ଡଙ୍କ ଷ୍ଟାଣ୍ଡରେ ଉପରେ ସମସ୍ତଙ୍କ ନଜର ରହିବ ।  ଯଦି ଦଳର ନେତୃତ୍ୱ ସେମାନଙ୍କ ଜବାବରେ ସନ୍ତୁଷ୍ଟ ନ ହୁଅନ୍ତି, ତେବେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ ।

ଅଧିକ ପଢ଼ନ୍ତୁ:-ପାକିସ୍ତାନ ପାଇଁ ପୁଣି ଭାରତକୁ ଧୋକା ଦେଲା ଆମେରିକା!

ଅଧିକ ପଢ଼ନ୍ତୁ:-ଟି-୨୦ରେ ରୋହିତ ଶର୍ମାଙ୍କ ନାମରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ, ଏପରି କରିଥିବା ପ୍ରଥମ ଭାରତୀୟ ଖେଳାଳି

ଅଧିକ ପଢ଼ନ୍ତୁ:-ପ୍ରଫେଟ ମହମ୍ମଦ ବିବାଦ ଉପରେ RSS ପ୍ରମୁଖ ମୋହନ ଭାଗବତଙ୍କ ଉପଦେଶ! କାହାର ବିଶ୍ୱାସକୁ କରନ୍ତୁନି ଆଘାତ

 

ସେପ୍ଟେମ୍ବର ୨୯ରେ ଦିଲ୍ଲୀରେ ସୋନିଆ ଗାନ୍ଧୀ (Sonia Gandhi) ପ୍ରଥମେ ଗେହଲୋତ ଓ ପରେ ପାଇଲଟଙ୍କୁ ଭେଟିଥିଲେ । ଏହା ପରେ ଗେହଲୋତ ଗଣମାଧ୍ୟମ ଆଗରେ କହିଥିଲେ ଯେ, ଯାହା ଘଟିଛି ତାହା ଭୁଲ୍ ଓ ଏଥିପାଇଁ ନୈତିକ ଦାୟିତ୍ୱ ଗ୍ରହଣ କରି ସେ କ୍ଷମା ମାଗିଛନ୍ତି । ତେବେ ଜୟପୁରକୁ ଫେରିବା ପରେ ଗେହଲୋତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗାଦି ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି ବୋଲି ଏକାଧିକ ଥର ସଙ୍କେତ ଦେଇସାରିଛନ୍ତି । ବୁଧବାର ବଜେଟ୍ ବିଷୟରେ କଥାବାର୍ତ୍ତା ସେ ସଙ୍କେତ ଦେଇଛନ୍ତି ଯେ, ସେ କ୍ଷମତାରେ ରହିବେ । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ କାର୍ଯ୍ୟରେ ବିଧାୟକମାନେ ଖୁସି ଅଛନ୍ତି ।