Modi Cabinet Meeting: ୧୭ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ କେନ୍ଦ୍ର, ପିଏମ୍ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନାକୁ ମିଳିଲା ଅନୁମୋଦନ
Advertisement
Article Detail0/zeeodisha/odisha2134362

Modi Cabinet Meeting: ୧୭ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ କେନ୍ଦ୍ର, ପିଏମ୍ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନାକୁ ମିଳିଲା ଅନୁମୋଦନ

Modi Cabinet Meeting: ଦେଶରେ ଲୋକସଭା ନିର୍ବାଚନ ୨୦୨୪ ପାଇଁ ତାରିଖ କିଛି ଦିନ ମଧ୍ୟରେ ଘୋଷଣା କରାଯାଇପାରେ। ରାଜନୈତିକ ଦଳମାନେ ଏ ସମ୍ପର୍କରେ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଏହି ସମୟରେ କେନ୍ଦ୍ରରେ ଥିବା ମୋଦୀ ସରକାର ସରକାରୀ ଭବନରେ ଛାତର ସୈର ପ୍ଲାଣ୍ଟ ସ୍ଥାପନ କରିବା ସହ ନିଯୁକ୍ତି ମଧ୍ୟ ଘୋଷଣା କରିଛନ୍ତି।

 

Modi Govt Cabinet Meeting

Modi Cabinet Meeting: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ୧୭ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବାକୁ ମୋଦି ସରକାର ଘୋଷଣା କରିଛନ୍ତି। ଏଥିସହ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନାକୁ (PM Surya Ghar Yojana) ଅନୁମୋଦନ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର (Anurag Thakur) ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ୨୦୨୫ ସୁଦ୍ଧା ସମସ୍ତ କେନ୍ଦ୍ର ସରକାରୀ ବିଲ୍ଡିଂରେ ରୁଫଟପ୍ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିସହ ଏହି ଯୋଜନା ମାଧ୍ୟମରେ ୧ କୋଟି ଘର ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପାଇବେ ଏବଂ ବାର୍ଷିକ ୧୫,୦୦୦ ଟଙ୍କା ସଞ୍ଚୟ ହେବ। ଦୁଇ କିଲୋୱାଟ ପର୍ଯ୍ୟନ୍ତ ଏକ ରୁଫଟପ୍ ସୋଲାର ପ୍ଲାଣ୍ଟ ସ୍ଥାପନ ପାଇଁ ୧୪୫,୦୦୦ ଟଙ୍କା ଖର୍ଚ୍ଚ ହେବ, ଯେଉଁଥିରେ ସରକାର ୭୮,୦୦୦ ଟଙ୍କା ସବସିଡି ପ୍ରଦାନ କରିବେ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନା ପାଇଁ ଜାତୀୟ ପୋର୍ଟାଲ୍ ଆରମ୍ଭ କରାଯାଇଛି। ରୁଫଟପ୍ ସୋଲାର ପ୍ଲାଣ୍ଟ ସ୍ଥାପନ କରୁଥିବା ଲୋକମାନେ ବ୍ୟାଙ୍କରୁ ସହଜ କିସ୍ତିରେ ଋଣ ମଧ୍ୟ ପାଇବେ। ଏହା ଅଧୀନରେ ଗ୍ରାମାଞ୍ଚଳଗୁଡିକ ମଡେଲ ସୌର ଗ୍ରାମ ଭାବରେ ବିକଶିତ ହେବ। ଲୋକମାନେ ମଧ୍ୟ ଅବଶିଷ୍ଟ ବିଦ୍ୟୁତ୍ ବିକ୍ରୟ କରି ଟଙ୍କା ରୋଜଗାର କରିପାରିବେ। ଛାତର ରୁଫଟପ୍ ସୋଲାର ପ୍ଲାଣ୍ଟ ମାଧ୍ୟମରେ ଆବାସିକ କ୍ଷେତ୍ରରେ ୩୦ GW ସୌର କ୍ଷମତା ବୃଦ୍ଧି କରାଯିବ। ଏହି ଯୋଜନା ଉତ୍ପାଦନ, ଲଜିଷ୍ଟିକ୍ସ, ଯୋଗାଣ ଶୃଙ୍ଖଳା, ବିକ୍ରୟ, ସ୍ଥାପନ, ​​O&M ଏବଂ ଅନ୍ୟାନ୍ୟ ସେବାରେ ୧୭ ଲକ୍ଷ ଲୋକଙ୍କୁ ସିଧାସଳଖ ରୋଜଗାର ଯୋଗାଇବ।

ଏହା ବି ପଢ଼ନ୍ତୁ: PM Surya Ghar Scheme: ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ସହିତ ପାଇବାକୁ ଚାହୁଁଛନ୍ତି କି ସବସିଡି? ତେବେ ଦେବାକୁ ପଡିବ ଏହି ଡକ୍ୟୁମେଣ୍ଟ୍