PM Surya Ghar Scheme: ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ସହିତ ପାଇବାକୁ ଚାହୁଁଛନ୍ତି କି ସବସିଡି? ତେବେ ଦେବାକୁ ପଡିବ ଏହି ଡକ୍ୟୁମେଣ୍ଟ୍
Advertisement
Article Detail0/zeeodisha/odisha2115638

PM Surya Ghar Scheme: ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ସହିତ ପାଇବାକୁ ଚାହୁଁଛନ୍ତି କି ସବସିଡି? ତେବେ ଦେବାକୁ ପଡିବ ଏହି ଡକ୍ୟୁମେଣ୍ଟ୍

PM Surya Ghar Yojana: ଆପଣଙ୍କ ଘରର ଛାତରେ ସୌର ପ୍ୟାନେଲ ଲଗାଯିବା ପରେ ହିଁ ସରକାର ସବସିଡି ପ୍ରଦାନ କରିବେ। ଏପରି ପରିସ୍ଥିତିରେ, ସର୍ବପ୍ରଥମେ ଆପଣଙ୍କୁ ଏହି ଯୋଜନା ଅଧୀନରେ ଆବେଦନ କରିବାକୁ ପଡିବ। ଏଠାରେ ଜାଣନ୍ତୁ ସବୁକିଛି।

 

PM Surya Ghar Yojana

PM Surya Ghar Scheme: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଆରମ୍ଭ କରିଛନ୍ତି। ପ୍ରତି ମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତର ସୁବିଧା ଯୋଗାଇବା ପାଇଁ ଏହା ହେଉଛି ମାଗଣା ବିଦ୍ୟୁତ୍ ଯୋଜନା (Free Bijli Yojana) । ଏହି ଯୋଜନା ଅଧୀନରେ ଦେଶର ଏକ କୋଟି ପରିବାରକୁ ସୁବିଧା ଦିଆଯିବ। ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ କେନ୍ଦ୍ର ସରକାର ୭୫,୦୦୦ କୋଟି ଟଙ୍କା ନିବେଶ କରିବେ। ଏହା ବ୍ୟତୀତ ସରକାର ହିତାଧିକାରୀଙ୍କୁ ମଧ୍ୟ ସବସିଡି ଦେବେ।

ଯେତେବେଳେ ଆପଣଙ୍କ ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଯିବ, ସେତେବେଳେ ସରକାର ସବସିଡି ପ୍ରଦାନ କରିବେ। ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରିବାକୁ, ଆପଣଙ୍କୁ ଅଫିସିଆଲ୍ ୱେବସାଇଟ୍ https://pmsuryaghar.gov.in ଭିଜିଟ୍ କରି ଆବେଦନ କରିବାକୁ ପଡିବ। ଆବେଦନ କରିବାକୁ, ଆପଣଙ୍କୁ କିଛି ସହଜ ଷ୍ଟେପ ଅନୁସରଣ କରିବାକୁ ପଡିବ। ଏହି ଯୋଜନା ପାଇଁ ଆସନ୍ତୁ କହୁଛୁ ଆପଣ କିପରି ଆବେଦନ।

କିପରି କରିବେ ମାଗଣା ବିଦ୍ୟୁତ୍ ଯୋଜନା ପାଇଁ ଆବେଦନ?

  • ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ https://pmsuryaghar.gov.in କୁ ଯାଆନ୍ତୁ ଏବଂ Apply for Rooftop Solar ଚୟନ କରନ୍ତୁ।
  • ବର୍ତ୍ତମାନ ଆପଣଙ୍କର ରାଜ୍ୟ ଏବଂ ବିଦ୍ୟୁତ୍ ବିତରଣ କମ୍ପାନୀର ନାମ ଚୟନ କରନ୍ତୁ।
  • ଏହାପରେ ଆପଣ ବିଦ୍ୟୁତ୍ ଉପଭୋକ୍ତା ନମ୍ବର, ମୋବାଇଲ୍ ନମ୍ବର ଏବଂ ଇମେଲ୍ ଏଣ୍ଟ୍ରି କରନ୍ତୁ।
  • ଏହା ପରେ, କଞ୍ଜୁମର ନମ୍ୱର ଏବଂ ମୋବାଇଲ୍ ଏଣ୍ଟ୍ରି କରି ନୂତନ ପେଜରେ ଲଗ୍ଇନ୍ କରନ୍ତୁ।
  • ଯେତେବେଳେ ଫର୍ମ ଖୋଲିବ, ଏଥିରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଛାତର ସୌର ପ୍ୟାନେଲ ପାଇଁ ଆବେଦନ କରନ୍ତୁ।
  • ଏହି ପ୍ରକ୍ରିୟା ସମାପ୍ତ କରିବା ପରେ, ଆପଣ ସମ୍ଭାବ୍ୟତା ଅନୁମୋଦନ ପାଇବ, ଯାହା ପରେ ଆପଣ ଆପଣଙ୍କ DISCOM ରେ ପଞ୍ଜୀକୃତ ଯେକୌଣସି ବିକ୍ରେତାଙ୍କଠାରୁ ପ୍ଲାଣ୍ଟ ସଂସ୍ଥାପିତ କରିବାକୁ ସକ୍ଷମ ହେବ।
  • ସୌର ପ୍ୟାନେଲ ସ୍ଥାପନ ପରେ, ପରବର୍ତ୍ତୀ ଷ୍ଟେପ ଅନୁସାରେ ଆପଣଙ୍କୁ ପ୍ଲାଣ୍ଟ ଡିଟେଲ ସହିତ ନେଟ ମିଟର ପାଇଁ ଆବେଦନ କରିବାକୁ ପଡିବ।

ଏହି କାମ ନକଲେ ମିଳିବ ନାହିଁ ସବସିଡି
ନେଟ୍ ମିଟର ସଂସ୍ଥାପିତ ହେବା ପରେ, DISCOM ଦ୍ୱାରା ଯାଞ୍ଚ ପରେ ପୋର୍ଟାଲରୁ ଆପଣଙ୍କୁ ଏକ କମିଶନ ସାର୍ଟିଫିକେଟ୍ ଦିଆଯିବ, ଯାହାର ଅର୍ଥ ହେଉଛି ଯେ ଆପଣ ବର୍ତ୍ତମାନ ଏହି ଯୋଜନା ଅଧୀନରେ ଆବେଦନ କରିଛନ୍ତି। କିନ୍ତୁ ସବସିଡି ପାଇବାକୁ ହେଲେ ଆପଣଙ୍କୁ ଏକ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡିବ। ସାର୍ଟିଫିକେଟ୍ ପ୍ରଦାନ ପରେ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ କ୍ୟାନସଲ୍ ଚେକ୍ ପୋର୍ଟାଲରେ ଦାଖଲ କରିବାକୁ ପଡିବ। ଏହା ପରେ ସବସିଡି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।

କେତେ ପାଇବେ ସବସିଡି?
ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅଧୀନରେ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ପାଇଁ ମୋଟ ମୂଲ୍ୟ ୪୭ ହଜାର ଟଙ୍କା ହେବ। ଏହି ମୂଲ୍ୟ ହ୍ରାସ କରିବାକୁ ହିତାଧିକାରୀଙ୍କୁ ସରକାର ସବସିଡି ପ୍ରଦାନ କରିବେ। ଏହି ସବସିଡି ୧୮୦୦୦ ଟଙ୍କା ହେବ, ଅର୍ଥାତ୍ ହିତାଧିକାରୀଙ୍କୁ କେବଳ ୨୯୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।