ମଧ୍ୟପ୍ରଦେଶରେ 'ଅଣ୍ଡା'କୁ ନେଇ ନିଜ ଦଳର ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ମନ୍ତ୍ରୀ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା
Advertisement
Article Detail0/zeeodisha/odisha741685

ମଧ୍ୟପ୍ରଦେଶରେ 'ଅଣ୍ଡା'କୁ ନେଇ ନିଜ ଦଳର ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ମନ୍ତ୍ରୀ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ଇମ୍ରତୀ ଦେବା (Imarti Devi) କଂଗ୍ରେସ (Congress) ଛାଡି ବିଜେପି (BJP) ରେ ଯୋଗ ଦେଇଥିଲେ ଏବଂ ବିଧାୟକ ପଦରୁ ଇସ୍ତଫା ଦେଇ କଂଗ୍ରେସ ସରକାର (Kamal Nath Govt) କୁ ଭାଙ୍ଗିବାରେ ସହଯୋଗ କରିଥିଲେ ।

ମଧ୍ୟପ୍ରଦେଶରେ 'ଅଣ୍ଡା'କୁ ନେଇ ନିଜ ଦଳର ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ମନ୍ତ୍ରୀ, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ (Madhya Pradesh) ର ଅଙ୍ଗନୱାଡିରେ ପିଲାମାନଙ୍କୁ ଅଣ୍ଡା ଦେବ ମାମଲାକୁ ନେଇ  ରାଜନୈତିକ ପାରା ବଢ଼ିଯାଇଛି । କଂଗ୍ରେସ (Congress) ଛାଡି ବିଜେପି (BJP) ରେ ସାମିଲ ହୋଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଇମ୍ରତୀ ଦେବୀ (Imarti Devi) ଘୋଷଣା କରିଛନ୍ତି ଯେ, ଅଙ୍ଗନୱାଡିରେ ପୁଷ୍ଟିହୀନ ଶିଶୁଙ୍କୁ ଅଣ୍ଡା (Egg) ଦେବା ନିଷ୍ପତ୍ତି ଉପରେ ସେ ଅଟଳ ଅଛନ୍ତି । ଅନ୍ୟପକ୍ଷେ କଂଗ୍ରେସ ସରକାରଙ୍କ ସମୟରେ ସେ ଏହି ନିଷ୍ପତ୍ତି ନେଇଥିଲେ । ସେତେବେଳେ ବିଜେପି ଏହାର ଦୃଢ଼ ବିରୋଧ କରିଥିଲେ ।

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖବର ଦେଲା WHO

ଇମ୍ରତୀ ଦେବା (Imarti Devi) କଂଗ୍ରେସ (Congress) ଛାଡି ବିଜେପି (BJP) ରେ ଯୋଗ ଦେଇଥିଲେ ଏବଂ ବିଧାୟକ ପଦରୁ ଇସ୍ତଫା ଦେଇ କଂଗ୍ରେସ ସରକାର (Kamal Nath Govt) କୁ ଭାଙ୍ଗିବାରେ ସହଯୋଗ କରିଥିଲେ । ସେ ମଧ୍ୟ ଶିବରାଜ ସରକାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଛନ୍ତି । ପିଲାମାନଙ୍କୁ ପୁଷ୍ଟିହୀନତାରୁ ରକ୍ଷା କରିବା ପାଇଁ ସେ ଅଣ୍ଡା ଖାଇବାକୁ ଦେବା ନିଷ୍ପତ୍ତିରେ ଅଟଳ ବୋଲି ସେ ପୁଣି ଥରେ କହିଛନ୍ତି । ଆବଶ୍ୟକ ହେଲେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବେ ।

ଅଧିକ ପଢ଼ନ୍ତୁ:-ବିଜେପିକୁ ବଡ଼ ଝଟକା ଦେଲେ ହାର୍ଦ୍ଦିକ, କଂଗ୍ରେସରେ ସାମିଲ ହେଲା ୪୦ ନେତା ଓ କାର୍ଯ୍ୟକର୍ତ୍ତା

ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ବିଜେପି କ୍ରମାଗତ ଭାବେ ଏହି ପ୍ରସଙ୍ଗକୁ ବିରୋଧ କରୁଛି, ସେ କହିଛନ୍ତି ଯେ ଯାହାକୁ ବିରୋଧ କରିବାର ଅଛି କରନ୍ତୁ । କିନ୍ତୁ ପିଲାମାନଙ୍କୁ ପୁଷ୍ଟିହୀନତା ମୁକ୍ତ କରିବା ପାଇଁ ସେ ଅଣ୍ଡା ମଧ୍ୟ ବଣ୍ଟନ କରିବେ । ତେବେ ସେ କହିଛନ୍ତି ଯେ ଯେଉଁମାନେ ଅଣ୍ଡା ଖାଇବାକୁ ଚାହୁଁନାହାଁନ୍ତି, ସେମାନଙ୍କୁ ଫଳ ଦିଆଯିବ ।