ଚାଷୀଙ୍କ ଆକାଉଣ୍ଟରେ ଆସିବ ୩୬୦୦୦ ଟଙ୍କା, ଆଜି ହିଁ ପଞ୍ଜିକରଣ କରି ମାଗଣାରେ ଉଠାନ୍ତୁ 'ମାନଧନ ଯୋଜନା'ର ଲାଭ
Advertisement

ଚାଷୀଙ୍କ ଆକାଉଣ୍ଟରେ ଆସିବ ୩୬୦୦୦ ଟଙ୍କା, ଆଜି ହିଁ ପଞ୍ଜିକରଣ କରି ମାଗଣାରେ ଉଠାନ୍ତୁ 'ମାନଧନ ଯୋଜନା'ର ଲାଭ

ଚଳିତ ବର୍ଷ ଜାନୁୟାରୀ ୧ ସୁଦ୍ଧା ୨୧,୧୦,୨୦୭ ଜଣ ଚାଷୀ ପେନସନ ଯୋଜନା ଅନ୍ତର୍ଗତ ପଞ୍ଜିକୃତ ହୋଇଛନ୍ତି ।

ଚାଷୀଙ୍କ ଆକାଉଣ୍ଟରେ ଆସିବ ୩୬୦୦୦ ଟଙ୍କା, ଆଜି ହିଁ ପଞ୍ଜିକରଣ କରି ମାଗଣାରେ ଉଠାନ୍ତୁ 'ମାନଧନ ଯୋଜନା'ର ଲାଭ

ନୂଆଦିଲ୍ଲୀ: କୃଷକ (Farmers) ହେଉଛନ୍ତି ଦେଶର ମେରୁଦଣ୍ଡ । ଏହାକୁ ଦୃଷ୍ଟିରେ ରଖି ସରକାର ନିରନ୍ତର କୃଷକ ଅନୁକୂଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ମୋଦି ସରକାର (Modi Govt) ନିଜର ପ୍ରଥମ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Scheme) ଆରମ୍ଭ କରିଥିଲେ । ବର୍ତ୍ତମାନ ୧୧.୫ କୋଟି କୃଷକ ଏହି ଯୋଜନାରେ ପଞ୍ଜୀକରଣ କରି ଏହି ଯୋଜନା ଅନ୍ତର୍ଗତ ବାର୍ଷିକ ୬୦୦୦ ଟଙ୍କାର ଲାଭ ଉଠାଉଛନ୍ତି । ଏଥି ସହିତ କୃଷକମାନେ ବାର୍ଦ୍ଧକ୍ୟ ବୟସରେ ବାର୍ଷିକ ୩୬୦୦୦ ଟଙ୍କା ପେନସନ ପାଇଥାନ୍ତି । ଆୟ ପରିଚାଳନା ପାଇଁ ସରକାର ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା (Pradhan Mantri Kisan Maan-Dhan Yojana) ଆରମ୍ଭ କରିଛନ୍ତି । ଏହା ଅଧୀନରେ କୃଷକମାନେ ୩୦୦୦ ଟଙ୍କା କିମ୍ବା ୩୬୦୦ ଟଙ୍କାର ଆର୍ଥିକ ଲାଭ ପାଆନ୍ତି ।

ଅଧିକ ପଢ଼ନ୍ତୁ:-'ମହାମେଣ୍ଟକୁ ଆସିବେ ନୀତିଶ କୁମାର'

ଚଳିତ ବର୍ଷ ଜାନୁୟାରୀ ୧ ସୁଦ୍ଧା ୨୧,୧୦,୨୦୭ ଜଣ ଚାଷୀ ପେନସନ ଯୋଜନା ଅନ୍ତର୍ଗତ ପଞ୍ଜିକୃତ ହୋଇଛନ୍ତି । ୨ ହେକ୍ଟର କିମ୍ବା ୫ ଏକର ପର୍ଯ୍ୟନ୍ତ ଚାଷ ଜମି ଥିବା ସମସ୍ତ ୧୨ କୋଟି ଚାଷୀଙ୍କୁ ସରକାର ଏହାର ସୁବିଧା ଦେବାକୁ ଯୋଜନା କରିଛନ୍ତି । ୧୮ ବର୍ଷ ବୟସରେ ଏହି ଯୋଜନାରେ ସାମିଲ ହେଉଥିବା ଚାଷୀଙ୍କୁ ମାସିକ ୫୫ ଟଙ୍କା କିସ୍ତି ଦେବାକୁ ପଡିବ ଏବଂ ୪୦ ବର୍ଷ ବୟସରେ ଏହି ଯୋଜନାକୁ ଆସୁଥିବା ଚାଷୀଙ୍କୁ ମାସିକ ୨୦୦ ଟଙ୍କା କିସ୍ତି ଦେବାକୁ ହେବ । ସେମାନଙ୍କ ଯୋଗଦାନର ସମାନ ହିଁ ସରକାର ତରଫରୁ ଯୋଗଦାନ କରାଯିବ ।

ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଘୋଷଣା କଲେ ମୋଦି ସରକାର

ମାନଧନ ଯୋଜନା କ’ଣ?

ଏହା ୧୮ ରୁ ୪୦ ବର୍ଷ ବୟସର ଚାଷୀଙ୍କ ପାଇଁ ଏକ ସ୍ବେଚ୍ଛାକୃତ ଏବଂ ଯୋଗଦାନ ଆଧାରିତ ପେନସନ ଯୋଜନା । ଏହି ପେନସନ ଯୋଜନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୫ କୋଟି ଚାଷୀଙ୍କୁ ୬୦ ବର୍ଷ ପୂରଣ କରିବା ପରେ ପ୍ରତି ମାସରେ ୩୦୦୦ ଟଙ୍କା ପେନସନ ଦିଆଯିବ । ୨ ହେକ୍ଟର କିମ୍ବା ୫ ଏକର ପର୍ଯ୍ୟନ୍ତ ଚାଷଜମି ଥିବା ସମସ୍ତ ୧୨ କୋଟି ଚାଷୀଙ୍କୁ ସରକାର ଏହାର ସୁବିଧା ଦେବାକୁ ଯୋଜନା କରିଛନ୍ତି ।

ଯଦି କୃଷକମାନେ ପ୍ରଧାନମନ୍ତ୍ରୀ ସମ୍ମାନ ନିଧିରେ ପଞ୍ଜୀକୃତ ହୋଇଛନ୍ତି ଏବଂ ସେମାନେ ଏହି ଯୋଜନାର ଲାଭ ପାଉଛନ୍ତି । ତେବେ ମାନଧନ ଯୋଜନା ପାଇଁ ଏହିପରି କୃଷକମାନଙ୍କୁ ପୃଥକ ପଞ୍ଜୀକରଣ କରିବାର କୌଣସି ଆବଶ୍ୟକତା ନାହିଁ । ଏହି କୃଷକମାନେ ବାର୍ଷିକ ୩୬ ହଜାର ଟଙ୍କା ପେନସନ୍ ସ୍କିମ୍ ମାଗଣାରେ ପାଇପାରିବେ । ସରକାର ଆପଣଙ୍କଠାରୁ କୌଣସି କାଗଜ ମାଗିବେ ନାହିଁ । ଏହି ଯୋଜନା ଆପଣଙ୍କ ବୃଦ୍ଧାବସ୍ଥା ପାଇଁ ଏକ ବଡ଼ ସାହାରା ହେବ । କେନ୍ଦ୍ର କୃଷି ମନ୍ତ୍ରଣାଳୟ ଏଭଳି ବ୍ୟବସ୍ଥା କରିଛି ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରୁ ମିଳିଥିବା ୬୦୦୦ ଟଙ୍କା ମଧ୍ୟରୁ ଏହି ଅର୍ଥ ସିଧାସଳଖ ମାନଧନ ଯୋଜନା ପାଇଁ ମଧ୍ୟ କଟାଯିବ । ଚାଷୀଙ୍କୁ ପକେଟରୁ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏହି ଲୋକମାନେ ଚାହିଁଲେ ପ୍ରିମିୟମ ଦେବାକୁ ଏକ ନୂତନ ବିକଳ୍ପ ବାଛିପାରିବେ । ଯେଉଁଥିରେ ପ୍ରିମିୟମ ପିଏମ କିସାନ ସମ୍ମାନ ନିଧି ରାଶିରୁ କଟାଯିବ ।

ଅଧିକ ପଢ଼ନ୍ତୁ:-ବାମ ଦଳ-କଂଗ୍ରେସର ମିଳନ, ପଶ୍ଚିମବଙ୍ଗରେ କାହାର ବିଗାଡ଼ିବ ଖେଳ?

ଯୋଜନାର ଖାସ୍ କଥା

ଏହାର ସର୍ବନିମ୍ନ ପ୍ରିମିୟମ୍ ୫୫ରୁ ୨୦୦ ଟଙ୍କା ମଧ୍ୟରେ ରହିଛି ।

ଯଦି ପଲିସିଧାରୀ କୃଷକଙ୍କ ମୃତ୍ୟୁ ଘଟେ, ତା’ହେଲେ ତାଙ୍କ ପତ୍ନୀଙ୍କୁ ୫୦ ପ୍ରତିଶତ ଅର୍ଥାତ ମାସିକ ୧୫୦୦ ଟଙ୍କା ମିଳିବା ଜାରି ରହିବ ।

ଯେତିକି ପ୍ରିମିୟମ ଚାଷୀ ଦିଅନ୍ତୁ, ସେଥିକି ହିଁ କେନ୍ଦ୍ର ସରକାର ଦେବେ ।

ଯଦି କେହି ପଲିସି ମଝିରେ ଛାଡିବାକୁ ଚାହାଁନ୍ତି, ତେବେ ଜମା ହୋଇଥିବା ଟଙ୍କା ଏବଂ ଏହାର ସରଳ ସୁଧ ମିଳିବ ।

ପଞ୍ଜୀକରଣ ପାଇଁ କୌଣସି ଶୁଳ୍କର ଆବଶ୍ୟକତା ନାହିଁ ।

କିପରି କରିବେ ପଞ୍ଜିକରଣ 

ପେନସନ ଯୋଜନାର ଲାଭ ନେବାକୁ ହେଲେ ସାଧାରଣ ସେବା କେନ୍ଦ୍ରରେ ପଞ୍ଜୀକରଣ କରିବାକୁ ପଡ଼ିବ ।

ସମସ୍ତଙ୍କ ପାଇଁ ଆଧାର କାର୍ଡ ଦେବା ଜରୁରୀ ଅଟେ ।

୨ କପି ଫଟୋ ଏବଂ ବ୍ୟାଙ୍କ ପାସବୁକ୍ ମଧ୍ୟ ଆବଶ୍ୟକ ହେବ ।

ପଞ୍ଜୀକରଣ ସମୟରେ କିସାନ ପେନସନ ୟୁନିକ୍ ନମ୍ବର ଏବଂ ପେନସନ କାର୍ଡ ତିଆରି କରାଯିବ ।