Prophet Muhammad Row: ଭାରତ ବିରୋଧରେ ଏକାଠି ହେଲେ କୁୱେତ ସାଂସଦ, ନେବାକୁ ଯାଉଛନ୍ତି କଠୋର ପଦକ୍ଷେପ
Advertisement
Article Detail0/zeeodisha/odisha1222928

Prophet Muhammad Row: ଭାରତ ବିରୋଧରେ ଏକାଠି ହେଲେ କୁୱେତ ସାଂସଦ, ନେବାକୁ ଯାଉଛନ୍ତି କଠୋର ପଦକ୍ଷେପ

ପ୍ରଫେଟ୍ ମହମ୍ମଦଙ୍କୁ ନେଇ ନୁପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲ ଦେଇ ଥିବା ବିବାଦୀୟ ମନ୍ତବ୍ୟରୁ ଯେଉଁ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ଲିଭି ନାହିଁ। ଗୁରୁବାର କୁୱେତର ସାଂସଦମାନେ ସେମାନଙ୍କ ସରକାରଙ୍କୁ ଭାରତ ଉପରେ ଚାପ ପ୍ରୟୋଗ କରିବାକୁ ସମସ୍ତ ଉଦ୍ୟମ କରିବାକୁ କହିଛନ୍ତି।

ପ୍ରତିକାତ୍ମକ ଫଟୋ

Prophet Muhammad Row: ପ୍ରଫେଟ୍ ମହମ୍ମଦଙ୍କୁ ନେଇ ବହିଷ୍କୃତ ବିଜେପି ନେତ୍ରୀ ନୁପୁର ଶର୍ମା ଦେଇଥିବା ବିବାଦୀୟ ବୟାନକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଛି। ଭାରତର କିଛି ନିର୍ଦ୍ଧିଷ୍ଠ ସଙ୍ଗଠନ ନୁପୁରଙ୍କୁ ସମର୍ଥନ କରୁଥିବା ବେଳେ ଅନେକ ମୁସଲିମ୍ ବହୁଳ ଦେଶ କଡା ନିନ୍ଦା କରିଛନ୍ତି। ଏପରି କି ଭାରତ ବିରୁଦ୍ଧରେ କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ସେମାନେ ସିଧା ଚେତାବନୀ ଦେଇଛନ୍ତି। ଆଉ ସେହି ମୁସଲିମ ଦେଶ ଗୁଡିକର ତାଲିକାରେ କୁୱେତ ସାମିଲ ହୋଇଛି। ଭାରତ ବିରୋଧରେ କୁୱେତର ପ୍ରାୟ ୩୦ ଜଣ ସାଂସଦ ଏକାଠି ହୋଇଥିବା ସୂଚନା ମିଳିଛି।

ପ୍ରଫେଟ୍ ମହମ୍ମଦଙ୍କୁ ନେଇ ନୁପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲ ଦେଇ ଥିବା ବିବାଦୀୟ ମନ୍ତବ୍ୟରୁ ଯେଉଁ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ଲିଭି ନାହିଁ। ଗୁରୁବାର କୁୱେତର ସାଂସଦମାନେ ସେମାନଙ୍କ ସରକାରଙ୍କୁ ଭାରତ ଉପରେ ଚାପ ପ୍ରୟୋଗ କରିବାକୁ ସମସ୍ତ ଉଦ୍ୟମ କରିବାକୁ କହିଛନ୍ତି। କୁୱେତ ଟାଇମ୍ସର ଖବର ଅନୁଯାୟୀ, ରାଷ୍ଟ୍ରୀୟ ବିଧାନସଭାର ୫୦ ସାଂସଦଙ୍କ ମଧ୍ୟରୁ ୩୦ ଜଣ ବିବୃତ୍ତି ଜାରି କରି ଭାରତର ବିରୋଧ କରୁଥିବା ମୁସଲମାନମାନଙ୍କ ଉପରେ ପୋଲିସର କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି।

ଆରବ ଟାଇମ୍ସ ଲେଖିଛି, କୁୱେତର ମୋଟ ୩୦ ଜଣ ସାଂସଦ ମିଳିତ ବିବୃତ୍ତି ଜାରି କରି ମହମ୍ମଦଙ୍କ ଉପରେ ଦିଆଯାଇଥିବା ଅପମାନଜନକ ମନ୍ତବ୍ୟକୁ ନିନ୍ଦା କରିଛନ୍ତି। ଏହି ସାଂସଦମାନେ ଭାରତ ସରକାରଙ୍କ ଉପରେ ରାଜନୈତିକ, କୂଟନୈତିକ ଏବଂ ଅର୍ଥନୈତିକ ଚାପ ପ୍ରୟୋଗ କରିବାକୁ କୁୱେତ ଏବଂ ଅନ୍ୟାନ୍ୟ ଇସଲାମ ଦେଶକୁ ନିବେଦନ କରିଛନ୍ତି। ସେମାନେ ଏହା ମଧ୍ୟ କହିଛନ୍ତି ଯେ, ଭାରତୀୟ ମୁସଲମାନମାନଙ୍କ ଶାନ୍ତିପୂର୍ଣ୍ଣ ବିରୋଧକୁ ସମର୍ଥନ କରାଯିବା ଉଚିତ। ଯଦି ଏହି ବିବୃତ୍ତି ସମସ୍ତ ସାଂସଦଙ୍କ ଦ୍ୱାରା ପ୍ରକାଶିତ ହୋଇଥାନ୍ତା, ତେବେ ଏହା ସର୍ବସମ୍ମତି କ୍ରମେ ପାରିତ ହୋଇଥାନ୍ତା ବୋଲି ସାଂସଦ ଓସାମା ଅଲ-ସାହିନ କହିଛନ୍ତି।

Also Read: Prophet Muhammad Row: ଅତ୍ୟାଚାରୀର ଦିବ୍ୟବାଣୀ!fallback

ସାଂସଦମାନେ ବିବୃତ୍ତିରେ କହିଛନ୍ତି, 'କୁୱେତ ରାଷ୍ଟ୍ରୀୟ ସଭାର ସଦସ୍ୟମାନେ ଭାରତ ସରକାର, ଦଳ ଏବଂ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମହମ୍ମଦଙ୍କ ଅପମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଭାରତୀୟ ମୁସଲମାନମାନଙ୍କ ବିରୋଧରେ ପୋଲିସର କାର୍ଯ୍ୟକୁ ମଧ୍ୟ ଆମେ ନିନ୍ଦା କରୁଛୁ।' ଏହାପୂର୍ବରୁ କୁୱୋତର ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜଙ୍କୁ ଡକାଇ ଏକ ସରକାରୀ ପ୍ରତିବାଦ ପତ୍ର ଦାଖଲ କରିଛି। କୁଏତର ଏସିଆ ବ୍ୟାପାର ପାଇଁ ସହକାରୀ ବୈଦେଶିକ ସଚିବ ଏହି ଚିଠିରେ ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ମନ୍ତବ୍ୟକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ନିନ୍ଦା କରିଛନ୍ତି।

 

ଜୁନ୍ ୧୩ରେ ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମା, ମହମ୍ମଦଙ୍କୁ ନେଇ ଦେଖିଥିବା ବିବାଦୀୟ ମନ୍ତବ୍ୟ ପରେ ସେଠାରେ ରହୁଥିବା ପ୍ରବାସୀମାନେ ବିରୋଧ ପ୍ରଦର୍ଶନ କରିଥିଲେ ବୋଲି ଖବର ପ୍ରକାଶ ପାଇଥିଲା। ଏହି ବିକ୍ଷୋଭକାରୀଙ୍କ ମଧ୍ୟରେ ପାକିସ୍ତାନୀ, ବାଂଲାଦେଶୀ ଏବଂ ଆରବ ଦେଶ ତଥା ଭାରତୀୟଙ୍କ ପ୍ରବାସୀମାନେ ମଧ୍ୟ ସାମିଲ ଥିଲେ। ଜୁନ୍ ୧୦ରେ, ଶୁକ୍ରବାର ପ୍ରାର୍ଥନା ପରେ ୪୦ରୁ ୫୦ ପ୍ରବାସୀ ଭାରତୀୟମାନେ କୁୱତର ଫାହିଲ ଅଞ୍ଚଳରେ ସ୍ଲୋଗାନ ଦେଇଥିଲେ। ଆରବ ଟାଇମ୍ସ ଅନୁଯାୟୀ, ବିରୋଧକାରୀଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରି କୁୱେତ ସେମାନଙ୍କୁ ନିଜ ଦେଶକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ସରକାର କହିଛନ୍ତି ଯେ, ସମସ୍ତ ପ୍ରବାସୀ ଭାରତୀୟ ସ୍ଥାନୀୟ ଆଇନକୁ ସମ୍ମାନ ଦେବା ଉଚିତ ଏବଂ କୌଣସି ପ୍ରକାର ପିକେଟିଂରେ ଭାଗ ନେବା ଉଚିତ ନୁହେଁ।

କୁୱେତରେ ବିଦେଶୀମାନଙ୍କ ପ୍ରଦର୍ଶନ ଏବଂ ଆନ୍ଦୋଳନ ଏକ ଗୁରୁତର ଅପରାଧ ବୋଲି ବିବେଚନା କରାଯାଏ। ଭବିଷ୍ୟତରେ ପ୍ରବାସୀମାନେ ଏହିପରି ଆଇନ ଉଲ୍ଲଂଘନ କରିପାରିବେ ନାହିଁ ବୋଲି ପ୍ରଶାସନ ମଧ୍ୟ ଏହି ପ୍ରସଙ୍ଗରେ ଏକ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଥିଲା। କୁଏତ ସରକାର ମଧ୍ୟ ଏହି ପ୍ରଦର୍ଶନରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ଲୋକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। କୁୱେତ, ଭାରତର ସର୍ବ ପୁରାତନ ସହଯୋଗୀ ଏବଂ ଏଠାରେ ରାଜ ପରିବାରର ଭାରତ ସହିତ ଐତିହାସିକ ସମ୍ପର୍କ ରହିଛି। କୋରୋନା ଭାଇରସର ଡେଲଟା ଭ୍ୟାରିଆଣ୍ଟ କାରଣରୁ ଭାରତକୁ ଆସିଥିବା ଦ୍ୱିତୀୟ ଲହର ସମୟରେ କୁୱେତ ଭାରତକୁ ମେଡିକାଲ ଅକ୍ସିଜେନ ଯୋଗାଉଥିବା ମୁଖ୍ୟ ଦେଶ ଥିଲା।

Also Read: Prophet Muhammad row: ନୁପୁରକୁ କ୍ଷମା କର; ପେଗେମ୍ବର ବିବାଦ ଉପରେ ମୁସଲିମ ସଂଗଠନର ବୟାନ

ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ, କୁୱେତର ଏକ ଦୋକାନ ବଜାର ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ଭାରତୀୟ ଉତ୍ପାଦକୁ ହଟାଇ ଦେଇଛି। ସାଉଦି ଆରବ, କତାର ଏବଂ ଅନ୍ୟାନ୍ୟ ଆରବ ଦେଶ ସହିତ କାଇରୋର ଅଲ ଅଜହର ବିଶ୍ୱବିଦ୍ୟାଳୟ, ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନିନ୍ଦା କରିଛି। କୁୱେତ ସହରର ବାହାରେ ଦୋକାନ ବଜାରରେ ରଖାଯାଇଥିବା ଭାରତୀୟ ଚାଉଳ, ମସଲା ଏବଂ ଲଙ୍କା ବ୍ୟାଗକୁ ପ୍ଲାଷ୍ଟିକ ଗୁଡ଼ାଇ ଦିଆଯାଇଥିଲା। ଏହା ସହିତ, ପ୍ଲାଷ୍ଟିକ୍ ସିଟ୍ ଉପରେ ଏହା ଲେଖାଯାଇଥିଲା ଯେ ଆମେ ଭାରତୀୟ ଉତ୍ପାଦଗୁଡ଼ିକୁ ବାହାର କରିଛୁ।

ମହମ୍ମଦଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ କତାର ରବିବାର ଭାରତରୁ କ୍ଷମା ମାଗିବାକୁ ଦାବି କରିଛି। ଏହା ପରେ ଇରାନ ଏବଂ କତାର ମଧ୍ୟ ଭାରତୀୟ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଥିଲେ। ସୋସିଆଲ ମିଡିଆ ଆକ୍ଟିଭିଷ୍ଟମାନେ ଦାବି କରିଛନ୍ତି ଯେ, ୟୁଏଇ ଓ ମଧ୍ୟପାଶ୍ଚ୍ୟ ଦେଶରେ ପ୍ରାୟ ୮୦ ଲକ୍ଷ ଭାରତୀୟ ବସବାସ କରନ୍ତି। ହିନ୍ଦୁତ୍ୱକୁ ସମର୍ଥନ କରୁଥିବା ପ୍ରବାସୀଙ୍କୁ ସ୍ୱଦେଶ ପଠାଯିବା ଉଚିତ। ଆଉ ପ୍ରତିଶ୍ରୁତି ଭବେ ଏହି ପଦକ୍ଷେପକୁ ସମସ୍ତ ମୁସଲିମ ଦେଶ ଅନୁକରଣ କରନ୍ତୁ ବୋଲି ଆକ୍ଟିଭିଷ୍ଟମାନେ କହିଛନ୍ତି।