Prophet Muhammad row: ନୁପୁରକୁ କ୍ଷମା କର; ପେଗେମ୍ବର ବିବାଦ ଉପରେ ମୁସଲିମ ସଂଗଠନର ବୟାନ
Advertisement
Article Detail0/zeeodisha/odisha1217544

Prophet Muhammad row: ନୁପୁରକୁ କ୍ଷମା କର; ପେଗେମ୍ବର ବିବାଦ ଉପରେ ମୁସଲିମ ସଂଗଠନର ବୟାନ

Prophet Muhammad row: ଜମାତ ଉଲାମା-ଇ-ହିନ୍ଦ ଅଧ୍ୟକ୍ଷ ସୁହେବ କାସମି ରବିବାର କହିଛନ୍ତି ଯେ ପେଗେମ୍ବର ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ପୂର୍ବତନ ବିଜେପିର ନୁପୁର ଶର୍ମାଙ୍କୁ ଇସଲାମ ଅନୁଯାୟୀ କ୍ଷମା କରାଯିବା ଉଚିତ୍ ।

ସାଙ୍କେତିକ ଫଟୋ

Nupur Sharma should be pardoned : ମୁସଲିମ ସଂଗଠନ ଜମାତ ଉଲାମା-ଇ-ହିନ୍ଦ ଏକ ଟିଭି ବିତର୍କ ସମୟରେ ମହମ୍ମଦଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନିଲମ୍ବିତ ଭାରତୀୟ ଜନତା ପାର୍ଟି ମୁଖପାତ୍ର ନୁପୁର ଶର୍ମାଙ୍କ କ୍ଷମା କରିଦେବାକୁ ଓକିଲାତି କରିଛନ୍ତି ।

ଜମାତ ଉଲାମା-ଇ-ହିନ୍ଦ ଅଧ୍ୟକ୍ଷ ସୁହେବ କାସମି ରବିବାର କହିଛନ୍ତି ଯେ ପେଗେମ୍ବର ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ପୂର୍ବତନ ବିଜେପିର ନୁପୁର ଶର୍ମାଙ୍କୁ ଇସଲାମ ଅନୁଯାୟୀ କ୍ଷମା କରାଯିବା ଉଚିତ୍ । ସେ କହିଛନ୍ତି ଯେ ତାଙ୍କ ମନ୍ତବ୍ୟ ପରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ସହ ଆସୋସିଏସନ୍ ଅଫ୍ ମୁସଲିମ୍ ସ୍କଲାର୍ସ ଏକମତ ନୁହଁନ୍ତି ।

ଶୁକ୍ରବାର ନମାଜ ପରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ତଥା ଦେଶବ୍ୟାପୀ ବିରୋଧ ପ୍ରଦର୍ଶନକୁ ନେଇ ଜମାତ ଉଲାମା-ଇ-ହିନ୍ଦ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । କାସମି କହିଛନ୍ତି ଯେ ଇସଲାମ କୁହେ ଯେ ନୁପୁର ଶର୍ମାଙ୍କୁ କ୍ଷମା କରାଯିବା ଉଚିତ୍ । ନୁପୁର ଶର୍ମାଙ୍କ ବିରୋଧରେ ଶୁକ୍ରବାର ନମାଜ ଓ ତାଙ୍କ ଅପମାନଜନକ ଟିପ୍ପଣୀ ପରେ ଆମେ ଦେଶବ୍ୟାପୀ ବିରୋଧ ସହ ସହମତ ନୁହଁ ।

ଏହା ବ୍ୟତୀତ ଜମାତ ଉଲାମା-ଇ-ହିନ୍ଦ ମଧ୍ୟ ଭାରତୀୟ ଜନତା ପାର୍ଟି (ବିଜେପି) ର ନୁପୁର ଶର୍ମାଙ୍କୁ ନିଲମ୍ବନ କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । କାସମି କହିଛନ୍ତି ଯେ ଭାରତର ନିଜସ୍ୱ ଆଇନ ଥିବାରୁ ଆମେ ଏହି ଆଇନର ନିଷ୍ପତ୍ତିକୁ ସ୍ୱାଗତ କରୁଛୁ ଓ ଆମେ ଏହି ଆଇନକୁ ନିଜ ହାତରେ ନେବାକୁ ଯାଉ ନାହୁଁ । ଆଇନ ରାସ୍ତାରେ ଆସି ନିୟମ ଭାଙ୍ଗିବାକୁ ଅନୁମତି ଦିଏ ନାହିଁ ।

ଜମାତ ଉଲାମା-ଇ-ହିନ୍ଦ ଏକ 'ଫତୱା' ଜାରି କରିବାକୁ ନିଷ୍ପତ୍ତି ନେଇଛି, ଯାହା ଦ୍ୱାରା ନୁପୁର ଶର୍ମା ଓ ତାଙ୍କ ମନ୍ତବ୍ୟକୁ ନେଇ କୌଣସି ପ୍ରକାର ହିଂସାକୁ ସମର୍ଥନ ନକରିବାକୁ ଲୋକଙ୍କୁ ଅନୁରୋଧ କରାଯିବ । ଜମାତ କହିଛନ୍ତି ଯେ ଅସଦୁଦ୍ଦିନ ଓୱେସି ଓ ମହମ୍ମଦ ମଦାନୀଙ୍କ ବିରୋଧରେ ଫତୱା ଆସିବ ।

ଏହା ସହିତ ଜମାତ ମଧ୍ୟ ଅନେକ ମୁସଲମାନ ସଂଗଠନ ଓ ସେମାନଙ୍କ ପାଣ୍ଠି ଯାଞ୍ଚ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଓ ଏହା ଅନ୍ୟ ମୁସଲମାନ ସଂଗଠନମାନଙ୍କୁ ହିଂସା ସୃଷ୍ଟି କରିବାକୁ ଅନୁମତି ଦେବ ନାହିଁ ବୋଲି କହିଛନ୍ତି ।

ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମା ଏବଂ ନେତା ନବୀନ କୁମାର ଜିନ୍ଦଲଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ଆରମ୍ଭ ହୋଇଛି । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଏହି ପ୍ରତିବାଦ ହିଂସାତ୍ମକ ରୂପ ନେଇଥିଲା ।

ଏହା ବି ପଢ଼ନ୍ତୁ: Fighter Jets: ବୃଦ୍ଧି ପାଇବ ଭାରତୀୟ ବାୟୁସେନାର ଶକ୍ତି, ୧୧୪ ଟି ଯୁଦ୍ଧ ବିମାନ କିଣିବେ ସରକାର

ଏହା ବି ପଢ଼ନ୍ତୁ: Bulldozer Action: ବୁଲଡୋଜର ଆକ୍ସନକୁ ନେଇ ୟୁପିରେ ତେଜିଲା ରାଜନୀତ; ଅଖିଲେଶ ଓ କେଶବ ମୁଁହାମୁହିଁ!