ଏହି ବିବାଦ ମନ୍ଦିରର ଜମି ବିଷୟରେ କୁହାଯାଉଛି । ପୂଜାରୀଙ୍କୁ ଆୟର ଉତ୍ସ ଭାବରେ ମନ୍ଦିର ଟ୍ରଷ୍ଟ ଦ୍ୱାରା ୧୩ ବିଘା ଜମି ଦିଆଯାଇଥିଲା ।
Trending Photos
ଜୟପୁର: ରାଜସ୍ଥାନର କରୌଲି ଜିଲ୍ଲାରେ ଜମି ବିବାଦକୁ ନେଇ ଜଣେ ପୂଜାରୀଙ୍କୁ ଜୀବନ୍ତ ଜାଳିଦେବା ମାମଲା ସାମ୍ନାକୁ ଆସିଛି । କିଛି ଲୋକ ପେଟ୍ରୋଲ ଢାଳି ପୂଜାରୀଙ୍କୁ ଜାଳିଦେବାକୁ ଚେଷ୍ଟା କରିଥିଲେ । ଗୁରୁତର ପୋଡି ଯାଇଥିବା ପୂଜାରୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ପୀଡିତ ପୂଜାରୀ ନିଜ ବୟାନରେ କହିଛନ୍ତି ଯେ, କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରି ପେଟ୍ରୋଲ ସ୍ପ୍ରେ କରି ଜୀବନ୍ତ ଜାଳିଦେବାକୁ ଚେଷ୍ଟା କରିଥିଲେ । ଏହି ବିବାଦ ମନ୍ଦିରର ଜମି ବିଷୟରେ କୁହାଯାଉଛି । ପୂଜାରୀଙ୍କୁ ଆୟର ଉତ୍ସ ଭାବରେ ମନ୍ଦିର ଟ୍ରଷ୍ଟ ଦ୍ୱାରା ୧୩ ବିଘା ଜମି ଦିଆଯାଇଥିଲା ।
ଗାଁର ପୂଜାରୀ ବାବୁ ଲାଲ ବୈଷ୍ଣବ ନିଜ ଜମି ନିକଟରେ ଥିବା ଏକ ପ୍ଲଟରେ ନିଜ ଘର ନିର୍ମାଣ କରିବାକୁ ଚାହୁଁଥିଲେ । ମୀନା ସମ୍ପ୍ରଦାୟର କିଛି ବାହୁବଳୀ ଲୋକ ଏହାକୁ ବିରୋଧ କରି ଜମିକୁ ନିଜର ବୋଲି କହିଥିଲେ । ଯେତେବେଳେ ବିବାଦ ଦେଖାଦେଇଥିଲା, ସେତେବେଳେ ମାମଲା ଗାଁର ମୁଖିଆଙ୍କ ନିକଟରେ ପହଞ୍ଚିଥିଲା । ସେ ପୂଜାରୀଙ୍କ ସପକ୍ଷରେ ରାୟ ଦେଇଥିଲେ ।
ଅଧିକ ପଢ଼ନ୍ତୁ:-ଶୀତରେ ୪ ଗୁଣ ଅଧିକ ଶକ୍ତିଶାଳୀ ହେବ କୋରୋନା ଭୂତାଣୁ, କୋଭିଡ ବିଶେଷଜ୍ଞ ପ୍ୟାନେଲର ଚେତାବନୀ
ଏହା ପରେ ପୂଜାରୀ ଜମିରେ ଶସ୍ୟ ଲଗାଇଥିଲେ । ଯାହା ଦ୍ୱାରା ଏହି ଜମି ଉପରେ ତାଙ୍କର ମାଲିକାନା ଅଧିକାର ଅଛି ବୋଲି ଜଣାପଡ଼ିବ । ତେବେ ଅଭିଯୁକ୍ତମାନେ ସେହି ସ୍ଥାନରେ ସେମାନଙ୍କ ଘର ନିର୍ମାଣ ଆରମ୍ଭ କରିଥିଲେ । ଯେଉଁଥିପାଇଁ ଉଭୟ ପକ୍ଷରେ ବିବାଦ ହୋଇଛି ।
ପୂଜାରୀ ପୋଲିସ ନିକଟରେ ଦେଇଥିବା ବୟାନରେ କହିଛନ୍ତି ଯେ, ବୁଧବାର ୬ ଜଣ ଲୋକ ପେଟ୍ରୋଲ ଢାଲି ଶସ୍ୟ କ୍ଷେତରେ ନିଆଁ ଲଗାଇ ଦେଇଥିଲା । ସେ ଦାବି କରିଛନ୍ତି ଯେ ସେମାନେ ମଧ୍ୟ ତାଙ୍କ ଉପରେ ପେଟ୍ରୋଲ ଲଗାଇ ପୋଡ଼ି ଦେବାକୁ ଚେଷ୍ଟା କରିଥିଲେ । ପୋଡାଜଳା ହେତୁ ପୂଜାରୀଙ୍କୁ ଜୟପୁରର ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗୁରୁବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା ।