Trending Photos
ନୂଆଦିଲ୍ଲୀ: Ration Card Link With Aadhaar: ରାସନ କାର୍ଡ (Ration Card) ହିତାଧିକାରୀଙ୍କ ପାଇଁ ଜରୁରୀ ଖବର ଅଛି । ହିତାଧିକାରୀଙ୍କୁ ସରକାର ଆଉ ଏକ ବଡ଼ ସୁଯୋଗ ଦେଇଛନ୍ତି । ବାସ୍ତବରେ, ରାସନ କାର୍ଡକୁ ଆଧାର ସହିତ ଯୋଡ଼ିବା (Ration Card Link With Aadhaar) ପାଇଁ ସରକାର ଶେଷ ତାରିଖ ବଢ଼ାଇ ଦେଇଛନ୍ତି । ହିତାଧିକାରୀମାନେ ବର୍ତ୍ତମାନ ଚଳିତ ବର୍ଷ ଜୁନ ୩୦ ସୁଦ୍ଧା ଆଧାର ସହିତ ସେମାନଙ୍କର ରାସନ କାର୍ଡକୁ ଲିଙ୍କ୍ କରିବାକୁ ସକ୍ଷମ ହେବେ । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ରାସନ କାର୍ଡକୁ ଆଧାର ସହିତ ଲିଙ୍କ୍ କରିନାହାଁନ୍ତି, ତେବେ ଶୀଘ୍ର କରିନିଅନ୍ତୁ । ଖାଦ୍ୟ ଓ ସାର୍ବଜନୀନ ବିତରଣ ବିଭାଗ (Dept of Food and Public Distribution) ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛି । ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ଏହାର ଶେଷ ତାରିଖ ମାର୍ଚ୍ଚ ୩୧ ଥିଲା ।
ସୂଚନାଯୋଗ୍ୟ, ରାସନ କାର୍ଡ (Ration Card) ର ହିତାଧିକାରୀମାନେ କମ୍ ମୂଲ୍ୟରେ ରାସନ ପାଇବା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇଥା’ନ୍ତି । କେନ୍ଦ୍ର ସରକାର (Central Government) 'ୱାନ ନେସନ ୱାନ ରାସନ କାର୍ଡ' ଯୋଜନା (One Nation One Ration Card Scheme) ଆରମ୍ଭ କରିଛନ୍ତି । ଆପଣ ଯଦି ରାସନ କାର୍ଡ ସହିତ ଆଧାରକୁ ଲିଙ୍କ୍ କରିବେ, ତେବେ ଦେଶର କୌଣସି ରାଜ୍ୟରୁ ରାସନ ନେଇପାରିବ । ଏହି ଯୋଜନା ଅନ୍ତର୍ଗତ ସରକାର ସାଧାରଣ ଜନତାଙ୍କୁ ଚାଉଲ, ଗହମ ସମେତ ଅନେକ ସୁବିଧା ଦେଉଛନ୍ତି । କୋରୋନା କାଳରେ କେନ୍ଦ୍ର ସରକାର ମାଗଣା ରାସନ (Free Ration) ସୁବିଧା ଆରମ୍ଭ କରିଥିଲେ ଯେଉଁଥିରେ ସମସ୍ତ ଗରିବ ଓ ଅସହାୟ ଲୋକଙ୍କୁ ମାସକୁ ୫ କିଲୋଗ୍ରାମ ମାଗଣା ଖାଦ୍ୟ ଶସ୍ୟ ଦିଆଯାଉଛି ।
ଜାଣନ୍ତୁ ଆପଣ କିପରି ଆପଣଙ୍କର ରାସନ କାର୍ଡକୁ ଆଧାର ସହିତ ଲିଙ୍କ୍ କରିପାରିବେ (Ration Card Link With Aadhaar)
୧. ସର୍ବପ୍ରଥମେ ଆପଣଙ୍କୁ UIDAI ର ଅଫିସିଆଲ୍ ୱେବସାଇଟ୍ uidai.gov.in କୁ ଭିଜିଟ୍ କରିବାକୁ ପଡ଼ିବ ।
୨. ଏଠାରେ ଆପଣଙ୍କୁ Start Now ଉପରେ କ୍ଲିକ୍ କରିବାକୁ ପଡ଼ିବ ।
୩. ବର୍ତ୍ତମାନ ଏଠାରେ ଆପଣ ଆପଣଙ୍କ ଠିକଣା ପୂରଣ କରନ୍ତୁ ।
୪. ଏଥିରେ ଆପଣ ଜିଲ୍ଲା, ରାଜ୍ୟର ସମସ୍ତ ବିବରଣୀ ପୂରଣ କରିବାକୁ ପଡ଼ିବ ।
୫. ଏହା ପରେ ଆପଣଙ୍କୁ ରାସନ କାର୍ଡ ବେନିଫିଟ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ ।
୬. ଏଠାରେ ଆପଣଙ୍କୁ ଆଧାର କାର୍ଡ ନମ୍ବର, ରାସନ କାର୍ଡ ନମ୍ବର, ଫୋନ୍ ନମ୍ବର ଏବଂ ଇ-ମେଲ୍ ID ପୂରଣ କରିବାକୁ ପଡି଼ବ ।
୭. ବର୍ତ୍ତମାନ OTP ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଆସିବ ।
ଆପଣଙ୍କୁ ଏହି OTP ପ୍ରବେଶ କରିବାକୁ ପଡ଼ିବ ।
୮. ବର୍ତ୍ତମାନ ଆପଣଙ୍କର ଆଧାର ଯାଞ୍ଚ ହେବ ଓ ରାସନ କାର୍ଡ ସହିତ ଲିଙ୍କ୍ ହୋଇଯିବ ।
ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ୧୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା, ମିଳିବ ୩ ମାସର ବକେୟା ରାଶି
ଏହା ବି ପଢ଼ନ୍ତୁ:-ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏହି ୫ଟି କାମ, ନଚେତ୍ ଜୀବନରେ ଆସିବ ଅନେକ ସମସ୍ୟା!
ଏହା ବି ପଢ଼ନ୍ତୁ:-ମଦ୍ୟପଙ୍କ ପାଇଁ ଖୁସି ଖବର! ପୁଣି ଶସ୍ତା ହେବ ମଦ
ଆପଣ ଅଫଲାଇନରେ ମଧ୍ୟ କରିପାରିବେ ଲିଙ୍କ୍
ଆଧାର କାର୍ଡ (Ration Card) କୁ ରାସନ କାର୍ଡ (Aadhar Card) ସହିତ ଯୋଡ଼ିବା ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟଗୁଡ଼ିକ ହେଉଛି ଆଧାର କାର୍ଡର କପି, ରାସନ କାର୍ଡର କପି ଏବଂ ରାସନ କାର୍ଡ ଧାରକଙ୍କ ପାସପୋର୍ଟ ଆକାରର ଫଟୋ ରାସନ କାର୍ଡ କେନ୍ଦ୍ରରେ ଜମା କରିବାକୁ ହେବ । ଏହା ବ୍ୟତୀତ ଆପଣଙ୍କର ଆଧାର କାର୍ଡର ବାୟୋମେଟ୍ରିକ୍ ଡାଟା ଯାଞ୍ଚ ମଧ୍ୟ ରାସନ କାର୍ଡ କେନ୍ଦ୍ରରେ କରାଯାଇପାରେ ।
ସୂଚନାଯୋଗ୍ୟ, ସାରା ଦେଶରେ କୋରୋନା ମହାମାରୀ ବ୍ୟାପିବା ପରେ ସରକାର ମାଗଣା ରାସନ (Free Ration) ଦେବାକୁ ଘୋଷଣା କରିଥିଲେ । କୋରୋନା ମହାମାରୀରେ ସମସ୍ତଙ୍କୁ ଖାଇବା ମିଳିବା ଜାରି ରହୁ, ଏହି କାରଣରୁ ସରକାର ଏହି ସୁବିଧା ଆରମ୍ଭ କରିଥିଲେ । ଗରିବ ଓ ଅସହାୟ ଲୋକଙ୍କୁ ଖାଇବାରେ ଅସୁବିଧା ନହେବା ଉଚିତ ବୋଲି ଦୃଷ୍ଟିରେ ରଖି ସରକାର ଏହି ଯୋଜନାକୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।