ମାଗଣା ରାସନ ନେଉଥିବା ଏସବୁ କାର୍ଡଧାରକଙ୍କ ପାଇଁ ଖରାପ ଖବର, ଅର୍ଥ ଆଦାୟ ସହ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha1186620

ମାଗଣା ରାସନ ନେଉଥିବା ଏସବୁ କାର୍ଡଧାରକଙ୍କ ପାଇଁ ଖରାପ ଖବର, ଅର୍ଥ ଆଦାୟ ସହ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

କେବଳ ମଧ୍ୟପ୍ରଦେଶ ବିଷୟରେ ଆମେ ଆଲୋଚନା କରିବା ତ ଦାରିଦ୍ର ସୀମାରେଖାରେ ଥିବା ଲୋକଙ୍କୁ ଏହି ତାଲିକାରେ ସାମିଲ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ତ୍ୱେ ରାଜ୍ୟର ୭୦ ପ୍ରତିଶତରୁ ଅଧିକ ଜନସଂଖ୍ୟା କୌଣସି ନା କୌଣସି ବର୍ଗ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ସୁବିଧା ସୁବିଧାର ଅନୁଚିତ ଲାଭ ନେଉଛନ୍ତି ।

ମାଗଣା ରାସନ ନେଉଥିବା ଏସବୁ କାର୍ଡଧାରକଙ୍କ ପାଇଁ ଖରାପ ଖବର, ଅର୍ଥ ଆଦାୟ ସହ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: Ration Card: ସାରା ଦେଶରେ ରାସନ କାର୍ଡ (Ration Card) ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । କେନ୍ଦ୍ର ସରକାର (Central Government) ଙ୍କ ତରଫରୁ ସାଧାରଣ ଜନତାଙ୍କୁ ରାସନ କାର୍ଡରେ ଅନେକ ବିଶେଷ ସୁବିଧା ଦିଆଯାଉଛି, କିନ୍ତୁ ଦେଶର ଅନେକ ଲୋକଙ୍କ ନାମ ରାସନ କାର୍ଡ ତାଲିକାରୁ କଟାଯାଇଛି ଏବଂ ଆଗାମୀ ଦିନରେ ମଧ୍ୟ ଆହୁରି ଅନେକ ଲୋକଙ୍କ ନାମ ରାସନ କାର୍ଡ ତାଲିକାରୁ ହଟାଯିବ । ଯଦି ଆପଣ ରାସନ କାର୍ଡ ହିତାଧିକାରୀ ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । ସରକାର ସମୟ ସମୟରେ ରାସନ କାର୍ଡ ତାଲିକା (Ration Card Lists) କୁ ଅପଡେଟ୍ କରନ୍ତି । ଯଦି ଏଥିରେ କୌଣସି ଅସଙ୍ଗତି ଦେଖାଯାଏ ତେବେ ରାସନ କାର୍ଡ (Ration Card) ମଧ୍ୟ ବାତିଲ କରାଯାଏ । 

ସେପଟେ କୋରୋନା ମହାମାରୀ ସମୟରେ ଗରିବଙ୍କ ପାଇଁ ମାଗଣା ରାସନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । କିନ୍ତୁ ବିଗତ ଦିନରେ ସରକାରଙ୍କୁ ସୂଚନା ମିଳିଛି ଯେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ମାଗଣା ରାସନ (Free Ration) ର ଲାଭ ଉଠାଉଛନ୍ତି । ଯାହା ପରେ ସରକାରଙ୍କ ତରଫରୁ ଅପିଲ କରାଯାଉଛି ଯେ ଏପରି ଲୋକମାନେ ନିଜର ରାସନ କାର୍ଡକୁ ବାତିଲ କରାଇ ନିଅନ୍ତୁ । ଯଦି ଏପରି ନ କରିବେ ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତୀତ ଯଦି ଆପଣ ଦୀର୍ଘ ସମୟ ଧରି ନିଜ ରାସନ କାର୍ଡ (Ration Card) ର ବ୍ୟବହାର ଖାଦ୍ୟ ଶସ୍ୟ ନେବା ପାଇଁ କରିନାହାଁନ୍ତି, ତେବେ ଆପଣଙ୍କର କାର୍ଡ ବାତିଲ ହୋଇପାରେ ।

ସାରା ଦେଶରେ ରାସନ କାର୍ଡକୁ ନେଇ ଏକ ବଡ଼ ଧରଣର ଠକେଇ ଦେଖିବାକୁ ମିଳିଛି । ୨୦୧୪ରୁ ୨୦୨୧ ମଧ୍ୟରେ କେବଳ ମଧ୍ୟ ପ୍ରଦେଶ (Madhya Pradesh) ରେ ୨୩ ଲକ୍ଷ ୫୩ ହଜାରରୁ ଅଧିକ ଜାଲି ରାସନ କାର୍ଡ ମିଳିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ସେମାନଙ୍କ ନାମ ବିପିଏଲ ତାଲିକା (BPL List) ରୁ ହଟାଇ ଦିଆଯାଇଛି ।

ଜାଲି ରାସନ କାର୍ଡ (Fake Ration Card) ମାମଲାରେ ଉତ୍ତରପ୍ରଦେଶ (Uttar Pradesh) ଆଗରେ ରହିଛି । ଉତ୍ତରପ୍ରଦେଶରେ ୧ କୋଟି ୭୦ ଲକ୍ଷ ୭୫ ହଜାର ୩୦୧ ଜାଲି ରାସନ କାର୍ଡଧାରୀ (Fake Ration Card Holders) ଅଛନ୍ତି । ଏହା ବ୍ୟତୀତ ନମ୍ୱର ୨ରେ ମହାରାଷ୍ଟ୍ରରେ ୪୧ ଲକ୍ଷ ୬୫ ହଜାର, ନମ୍ୱର ୩ରେ ପଶ୍ଚିମ ବଙ୍ଗରେ ୪୧ ଲକ୍ଷ ଏବଂ ଚତୁର୍ଥ ନମ୍ବରରେ ମଧ୍ୟପ୍ରଦେଶରେ ୨୩ ଲକ୍ଷ ୫୩ ହଜାର ୭୬୦ ଲୋକ ଜାଲି ରାସନ କାର୍ଡଧାରୀ ଅଛନ୍ତି । ବାସ୍ତବରେ ଖାଦ୍ୟ ଓ ବଣ୍ଟନ ରାଜ୍ୟମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଦ୍ୱାରା ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ଏହି ସଂଖ୍ୟା ସାମ୍ନାକୁ ଆସିଛି ।

ଏହା ବି ପଢ଼ନ୍ତୁ:-ବିରୋଧୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ, କେଜ୍ରିୱାଲ ଓ ପାୱାରଙ୍କୁ ନେଇ କହିଲେ ଏହି ବଡ଼ କଥା

ଏହା ବି ପଢ଼ନ୍ତୁ:-ରାଜଧାନୀରେ ପାଣି ଠାରୁ ବି ଶସ୍ତାରେ ମିଳିବ ମଦ ଓ ବିୟର

ଏହା ବି ପଢ଼ନ୍ତୁ:-ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ ଟାର୍ଗେଟ କଲେ କଙ୍ଗନା ରାନାୱତ, କହିଲେ- ଏମାନେ ଲୁଚିଛପି ମୋତେ କଲ୍ କରି କୁହନ୍ତି...

କେବଳ ମଧ୍ୟପ୍ରଦେଶ ବିଷୟରେ ଆମେ ଆଲୋଚନା କରିବା ତ ଦାରିଦ୍ର ସୀମାରେଖାରେ ଥିବା ଲୋକଙ୍କୁ ଏହି ତାଲିକାରେ ସାମିଲ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ସତ୍ତ୍ୱେ ରାଜ୍ୟର ୭୦ ପ୍ରତିଶତରୁ ଅଧିକ ଜନସଂଖ୍ୟା କୌଣସି ନା କୌଣସି ବର୍ଗ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ସୁବିଧା ସୁବିଧାର ଅନୁଚିତ ଲାଭ ନେଉଛନ୍ତି ।

ସୂଚନାଯୋଗ୍ୟ, ଯଦି କୌଣସି କାର୍ଡଧାରୀଙ୍କର ନିଜ ଆୟରୁ ଅର୍ଜିତ ୧୦୦ ବର୍ଗ ମିଟରର ଏକ ପ୍ଲଟ୍/ ଫ୍ଲାଟ କିମ୍ବା ଘର ଅଛି, ଚାରି ଚକିଆ ଯାନ/ ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ, ଗାଁରେ ଦୁଇ ଲକ୍ଷରୁ ଅଧିକ ଓ ସହରରେ ବାର୍ଷିକ ତିନି ଲକ୍ଷରୁ ଅଧିକ ପାରିବାରିକ ଆୟ ଅଛି । ଏହିପରି ଲୋକମାନେ ନିଜର ରାସନ କାର୍ଡକୁ ତହସିଲ କିମ୍ୱା ଡିଏସଓ କାର୍ଯ୍ୟାଳୟରେ ସରେଣ୍ଡ (Surrender Ration Card) କରିବାକୁ ପଡ଼ିବ । ସରକାରଙ୍କ ନିୟମ ଅନୁଯାୟୀ, ଯଦି ରାସନ କାର୍ଡଧାରୀ କାର୍ଡ ସରେଣ୍ଡ ନକରନ୍ତି, ତେବେ ଯାଞ୍ଚ ପରେ ଏହିପରି ଲୋକଙ୍କ କାର୍ଡ ବାତିଲ ହୋଇଯିବ । ଏହା ସହିତ ସେହି ପରିବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । କେବଳ ଏତିକି ନୁହେଁ, ଯେହେତୁ ସେ ରାସନ ନେଉଛନ୍ତି, ସେହି ରାସନ (Ration) ମଧ୍ୟ ଆଦାୟ କରାଯିବ ।

ସେହିପରି ଯଦି ଜଣେ ରାସନ କାର୍ଡଧାରୀ ଛଅ ମାସ ଧରି ରାସନ ଗ୍ରହଣ କରିନାହାଁନ୍ତି, ତେବେ ନିୟମ ଅନୁଯାୟୀ ଏହା ପ୍ରମାଣିତ ହୋଇଛି ଯେ ଶସ୍ତା ଦରରେ ଉପଲବ୍ଧ ଖାଦ୍ୟଶସ୍ୟର ଆବଶ୍ୟକତା ନାହିଁ କିମ୍ବା ଅନ୍ୟଥା ସେ ରାସନ ନେବାକୁ ଯୋଗ୍ୟ ନୁହଁନ୍ତି । ଏଭଳି ପରିସ୍ଥିତିରେ ଯିଏ ୬ ମାସ ଧରି ରାସନ ଗ୍ରହଣ କରି ନାହାଁନ୍ତି, ତାହାକୁ ଆଧାର କରି ଜଣେ ବ୍ୟକ୍ତିଙ୍କ ରାସନ କାର୍ଡ ରଦ୍ଦ କରିହେବ । ରାଜଧାନୀ ଦିଲ୍ଲୀ, ବିହାର ଏବଂ ଝାଡ଼ଖଣ୍ଡରେ ରାସନକୁ ନେଇ ସମାନ ନିୟମ ଲାଗୁ ରହିଛି ।