ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର: କେନ୍ଦ୍ର ସରକାର ହ୍ରାସ କଲେ କୋଟା, ଜାଣନ୍ତୁ ବର୍ତ୍ତମାନ ଜୁନ ଠାରୁ କେତେ ମିଳିବ ରାସନ
Advertisement
Article Detail0/zeeodisha/odisha1177508

ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର: କେନ୍ଦ୍ର ସରକାର ହ୍ରାସ କଲେ କୋଟା, ଜାଣନ୍ତୁ ବର୍ତ୍ତମାନ ଜୁନ ଠାରୁ କେତେ ମିଳିବ ରାସନ

Ration Card Holder: ଗହମ କୋଟା ହ୍ରାସ କରିବାର କାରଣ କମ୍ କ୍ରୟ ବୋଲି କୁହାଯାଉଛି । କୁହାଯାଇଛି ଯେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟର ଚାଷୀଙ୍କଠାରୁ ଏଥର କମ୍ ଗହମ କ୍ରୟ କରାଯାଇଛି । ଏହି ରାଜ୍ୟଗୁଡିକରେ କୃଷକଙ୍କୁ ଖୋଲା ବଜାରରେ ବ୍ୟବସାୟୀଙ୍କ ଠାରୁ ନିଜ ଉତ୍ପାଦନର ସର୍ବନିମ୍ନ ସହାୟତା ମୂଲ୍ୟଠାରୁ ଅଧିକ ଦାମ୍ ମିଳିଛି । ପଞ୍ଜାବ, ହରିୟାଣା, ୟୁପିରେ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି ।

ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର: କେନ୍ଦ୍ର ସରକାର ହ୍ରାସ କଲେ କୋଟା, ଜାଣନ୍ତୁ ବର୍ତ୍ତମାନ ଜୁନ ଠାରୁ କେତେ ମିଳିବ ରାସନ

ନୂଆଦିଲ୍ଲୀ: Ration Card Holder: ଚଳିତ ରବି ସିଜନରେ ରେକର୍ଡ କମ୍ ଗହମ ଉତ୍ପାଦନର ଆଶା କରାଯାଉଥିବାରୁ କେନ୍ଦ୍ର  ସରକାର (Central Government) ବୁଧବାର ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (Pradhan Mantri Garib Kalyan Anna Yojana:PMGKAY) ଅନ୍ତର୍ଗତ କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଗହମ ଆବଣ୍ଟନ ହ୍ରାସ କରିଛି । ସଂପୂର୍ଣ୍ଣ ଆକଳନକୁ ବଜାୟ ରଖିବା ପାଇଁ ହ୍ରାସ କରାଯାଇଥିବା ଗହମ (Wheat) କୋଟା ସ୍ଥାନରେ ଚାଉଳ (Rice) ର ଆବଣ୍ଟନ କରାଯିବ । ସଂଶୋଧିତ ଆବଣ୍ଟନ ଅନୁଯାୟୀ, ତିନୋଟି ରାଜ୍ୟ ଯଥା, ବିହାର, କେରଳ ଏବଂ ଉତ୍ତରପ୍ରଦେଶ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅନ୍ତର୍ଗତ ମାଗଣା ବଣ୍ଟନ ପାଇଁ କୌଣସି ଗହମ ମିଳିବ ନାହିଁ ।

ଏହା ବ୍ୟତୀତ ଅନ୍ୟ ୮ଟି ରାଜ୍ୟ ଯଥା-ଦିଲ୍ଲୀ, ଗୁଜୁରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗର ଗହମ କୋଟା ହ୍ରାସ କରାଯାଇଛି । ଅବଶିଷ୍ଟ ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଗହମ ଆବଣ୍ଟନରେ କୌଣସି ପରିବର୍ତ୍ତନ ହୋଇନାହିଁ । କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ପଠାଇଥିବା ସୂଚନାରେ କୁହାଯାଇଛି ଯେ, ସମସ୍ତ ୩୬ଟି ରାଜ୍ୟ /କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଚାଉଳ ଓ ଗହମର PMKGAY ଆବଣ୍ଟନକୁ ପୁନର୍ବିଚାର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଗହମ କୋଟା ହ୍ରାସ କରିବାର କାରଣ କମ୍ କ୍ରୟ ବୋଲି କୁହାଯାଉଛି । କୁହାଯାଇଛି ଯେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଗୁଜୁରାଟର ଚାଷୀଙ୍କଠାରୁ ଏଥର କମ୍ ଗହମ କ୍ରୟ କରାଯାଇଛି । ଏହି ରାଜ୍ୟଗୁଡିକରେ କୃଷକଙ୍କୁ ଖୋଲା ବଜାରରେ ବ୍ୟବସାୟୀଙ୍କ ଠାରୁ ନିଜ ଉତ୍ପାଦନର ସର୍ବନିମ୍ନ ସହାୟତା ମୂଲ୍ୟଠାରୁ ଅଧିକ ଦାମ୍ ମିଳିଛି । ପଞ୍ଜାବ, ହରିୟାଣା, ୟୁପିରେ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି ।

ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଡେ କହିଛନ୍ତି ଯେ, ଅତିରିକ୍ତ ଭାବରେ ପ୍ରାୟ ୫୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଣ୍ଟନ କରାଯିବ ଓ ସମାନ ପରିମାଣର ଗହମ ସଞ୍ଚୟ ହେବ । ପାଣ୍ଡେ ଏହା ମଧ୍ୟ କହିଛନ୍ତି ଯେ, ଏହି ସଂଶୋଧନ କେବଳ PMGKAY ପାଇଁ ଅଟେ, ତଥାପି ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ-୨୦୧୩ ଅଧୀନରେ ରାଜ୍ୟ ସହ ଆବଣ୍ଟନ ଉପରେ ଆଲୋଚନା ଚାଲିଛି । ସେ କହିଛନ୍ତି ଯେ ଯଦି କିଛି ରାଜ୍ୟ NFSA ଅଧୀନରେ ଅଧିକ ଚାଉଳ ନେବାକୁ ଚାହାଁନ୍ତି, ତେବେ ଆମେ ସେମାନଙ୍କ ଅନୁରୋଧକୁ ବିଚାର କରିବୁ ।

ଏହା ବି ପଢ଼ନ୍ତୁ:-ଭୟଙ୍କର ପରମାଣୁ ବୋମା ସହ ସଜ୍ଜିତ ପୁଟିନଙ୍କ ସମୁଦ୍ର ଡ୍ରୋନ୍ ପ୍ରସ୍ତୁତ; ୧୬୦୦ ଫୁଟ ଉଚ୍ଚ ଲହରରେ ବୁଡ଼ିଯିବ ବ୍ରିଟେନ, ଜାଣନ୍ତୁ କିପରି?

ଏହା ବି ପଢ଼ନ୍ତୁ:-'ବିହାରରେ ଅଛନ୍ତି ନୀତିଶ ଓ ଲାଲୁଙ୍କ ପରି ଧୁରନ୍ଧର, ପ୍ରଶାନ୍ତ କିଶୋର କିଛି କରିପାରିବେନି'

ସଂଶୋଧନ ପରେ PMGKAY ଅନ୍ତର୍ଗତ ପ୍ରତି ମାସରେ ସମୁଦାୟ ଗହମ ଆବଣ୍ଟନ ୧୮.୨୧-LMTରୁ ୭.୧୨-LMT ହୋଇଯିବ । ସେହିଭଳି ପ୍ରତି ମାସରେ ଚାଉଳ ଆବଣ୍ଟନ ୨୧.୬୪ LMT ରୁ ୩୨.୭୩ LMT କୁ ବୃଦ୍ଧି ପାଇବ । ତଥାପି, ରାଜ୍ୟମାନଙ୍କୁ ଗହମ ଓ ଚାଉଳର ମିଳିତ ଆବଣ୍ଟନ ୩୯.୮୬ LMT ରେ ସମାନ ରହିବ । ମନ୍ତ୍ରଣାଳୟର ଆକଳନ କରିଛି ଯେ ୧୯୫ ଲକ୍ଷ ମେଟ୍ରିକ ଟନ୍ ଗହମ କ୍ରୟର ଅନୁମାନ କାରଯାଇଛି, ଯାହା ୪୪୪ ଲକ୍ଷ ମେଟ୍ରିକ୍ ଟନର ପ୍ରାରମ୍ଭିକ ଲକ୍ଷ୍ୟ ଓ ୪୩୩ ଲକ୍ଷ ମେଟ୍ରିକ୍ ଟନର ପ୍ରକୃତ କ୍ରୟ ଠାରୁ ବହୁତ କମ୍ ଅଟେ ।