Ration Card Latest Updates: ରାସନ କାର୍ଡ (Ration Card) ମାଧ୍ୟମରେ ମାଗଣାରେ ଓ ଶସ୍ତା ଦରରେ ରାସନ ମିଳିଥାଏ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ....
Trending Photos
ନୂଆଦିଲ୍ଲୀ: Ration Card Latest News: ରାସନ କାର୍ଡ (Ration Card) ରେ ନାମ ଯୋଡିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯଦି ଆପଣ ଆପଣଙ୍କର ପରିବାରର କୌଣସି ସଦସ୍ୟଙ୍କ ନାମକୁ ରାସନ କାର୍ଡରେ ଯୋଡିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ଚିନ୍ତା କରିବାକୁ ପଡିବ ନାହିଁ । ଆପଣ ଏହି କାମକୁ କିଛି ମିନିଟରେ କରିପାରିବେ । ଏକ ନୂତନ ନାମ ଯୋଡିବାକୁ ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ (how to add name in ration card online) ମୋଡ୍ ଚୟନ କରିପାରିବେ । ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା...
ରେସନ କାର୍ଡରେ ନୂତନ ସଦସ୍ୟଙ୍କ ନାମ ଯୋଡିବାକୁ ଆବଶ୍ୟକ ଡକ୍ୟୁମେଣ୍ଟ-
୧. ଏହିପରି ଯୋଡନ୍ତୁ ପିଲାର ନାମ
ଯଦି ଆପଣଙ୍କ ପିଲାର ନାମ ରାସନ କାର୍ଡ (Ration Card) ରେ ଯୋଡାବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଘରର ମୁଖ୍ୟଙ୍କ ରାସନ କାର୍ଡର (ଫଟୋ କପି ଓ ଅରିଜିନାଲ), ପିଲାର ଜନ୍ମ ପ୍ରମାଣପତ୍ର ଓ ଉଭୟ ବାପାମା'ଙ୍କ ଆଧାର କାର୍ଡ ଆବଶ୍ୟକ ହେବ ।
୨. ଏପରି ଅନଲାଇନରେ ଯୋଡନ୍ତୁ ନୂତନ ସଦସ୍ୟଙ୍କ ନାମ
ଯଦି ଘରେ ବିବାହ ପରେ ବୋହୂର ନାମ ଯୋଡାଯାଏ, ତେବେ ମହିଳାଙ୍କ ଆଧାର କାର୍ଡ, ବିବାହ ପ୍ରମାଣପତ୍ର, ସ୍ୱାମୀଙ୍କ ରେସନ କାର୍ଡ (ଫଟୋ କପି ଓ ଅରିଜିନାଲ) ଓ ପ୍ରଥମ ପିତାମାତାଙ୍କ ଘରୁ ଆସିବାର ପ୍ରମାଣପତ୍ର ବାଧ୍ୟତାମୂଳକ ।
ଏହିପରି ଅନଲାଇନରେ ଯୋଡନ୍ତୁ ନାମ-
୧. ସର୍ବପ୍ରଥମେ ନିଜ ରାଜ୍ୟର ଖାଦ୍ୟ ଯୋଗାଣର ଅଫିସିଆଲ୍ ୱେବସାଇଟକୁ ଭିଜିଟ କରନ୍ତୁ ।
୨. ଯଦି ଆପଣ ଓଡ଼ିଶାର ଅଧିବାସୀ ତେବେ ଆପଣଙ୍କୁ ଏହି (http://www.foododisha.in/ebitaran.asp?lnk=31) ଲିଙ୍କରେ ଭିଜିଟ କରିବାକୁ ପଡିବ ।
୩. ବର୍ତ୍ତମାନ ଆପଣଙ୍କୁ ଏଠାରେ ଏକ ଲଗ୍ ଇନ୍ ID ତିଆରି କରିବାକୁ ପଡିବ, ଯଦି ଆପଣଙ୍କର ପୂର୍ବରୁ ଏକ ID ଅଛି, ତେବେ ସେହି ID ସହିତ ଲଗ୍ ଇନ୍ କରନ୍ତୁ ।
୪. ଏଠାରେ ହୋମ୍ ପେଜରେ ଏକ ନୂତନ ସଦସ୍ୟ ଯୋଡିବାର ବିକଳ୍ପ ଦେଖିବାକୁ ପାଇବେ ।
୫. ଏହା ଉପରେ କ୍ଲିକ୍ କଲେ ଆପଣଙ୍କ ସାମ୍ନାରେ ଏକ ନୂତନ ଫର୍ମ ଆସିଯିବ ।
୬. ଏଠାରେ ଆପଣଙ୍କ ପରିବାରର ନୂତନ ସଦସ୍ୟଙ୍କ ସମସ୍ତ ସୂଚନା ସଠିକ୍ ଭାବରେ ପୂରଣ କରନ୍ତୁ ।
୭. ଫର୍ମ ସହିତ ଆପଣଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକର ସଫ୍ଟ କପି ମଧ୍ୟ ଅପଲୋଡ୍ କରିବାକୁ ପଡିବ ।
୮. ଫର୍ମ ସବମିଟ୍ ପରେ ଏକ ପଞ୍ଜୀକରଣ ନମ୍ବର ଆପଣଙ୍କୁ ମିଳିବ ।
୯. ଏହା ସହିତ ଆପଣ ଏହି ପୋର୍ଟାଲରେ ଆପଣଙ୍କର ଫର୍ମର ସ୍ଥିତିକୁ ଟ୍ରାକ୍ କରିପାରିବେ ।
୧୦. ଅଧିକାରୀମାନେ ଫର୍ମ ଓ ଡକ୍ୟୁମେଣ୍ଟ ଯାଞ୍ଚ କରିବେ ।
୧୧. ଯଦି ସବୁକିଛି ସଠିକ୍ ତେବେ ଆପଣଙ୍କ ଫର୍ମ ଗ୍ରହଣ କରିନିଆଯିବ ଓ ପୋଷ୍ଟ ମାଧ୍ୟମରେ ଆପଣଙ୍କ ଘରକୁ ରାସନ କାର୍ଡ ପଠାଇ ଦିଆଯିବ ।
ରାସନରେ ନୂତନ ସଦସ୍ୟଙ୍କ ନାମ ଯୋଡିବା ପାଇଁ ଅଫଲାଇନ୍ ପ୍ରକ୍ରିୟା -
୧. ପ୍ରଥମେ ଆପଣଙ୍କୁ ନିକଟତମ ଖାଦ୍ୟ ଯୋଗାଣ କେନ୍ଦ୍ରକୁ ଯିବାକୁ ପଡିବ ।
୨. ସାଥିରେ ସମସ୍ତ ଉଲ୍ଲେଖିତ ଦଲିଲଗୁଡ଼ିକୁ ସାଙ୍ଗରେ ନେବାକୁ ପଡିବ ।
୩. ସେଠାରେ ଆପଣଙ୍କୁ ନୂତନ ସଦସ୍ୟଙ୍କ ନାମ ଯୋଡିବାର ଫର୍ମ ମିଳିଯିବ ।
୪. ଏହାପରେ ସମସ୍ତ ସବିଶେଷ ତଥ୍ୟ ଫର୍ମରେ ପୂରଣ କରି ଡକ୍ୟୁମେଣ୍ଟ୍ ସହିତ ଏହି ଫର୍ମକୁ ଏଠାରେ ଦାଖଲ କରନ୍ତୁ ।
୫. ଆପଣଙ୍କୁ ଏଠାରେ କିଛି ଆବେଦନ ଫି ମଧ୍ୟ ଦାଖଲ କରିବାକୁ ପଡିବ ।
୭. ଫର୍ମ ଦାଖଲ ପରେ ଅଧିକାରୀମାନେ ଆପଣଙ୍କୁ ଏକ ରସିଦ ଦେବେ, ଯାହାକୁ ଆପଣ ଯତ୍ନରେ ରଖିବା ଆବଶ୍ୟକ ।
୮. ଏହି ରସିଦ ମାଧ୍ୟମରେ ଆପଣ ଅନଲାଇନ୍ ଆବେଦନର ସ୍ଥିତି ଯାଞ୍ଚ କରିପାରିବେ ।
୯. ଅଧିକାରୀମାନେ ଆପଣଙ୍କର ଫର୍ମ ଯାଞ୍ଚ କରିବେ ଓ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଆପଣ ଅତି କମରେ ୨ ସପ୍ତାହ ମଧ୍ୟରେ ଘରେ ଆପଣଙ୍କ ରାସନ ପାଇବେ ।
ଅଧିକ ପଢ଼ନ୍ତୁ:-ଛତିଶଗଡ ସିଏମ ଭୁପେଶ ବଘେଲଙ୍କ ବାପା ଗିରଫ, ୧୫ ଦିନ ପାଇଁ ପଠାଗଲା ଜେଲ
ଅଧିକ ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ସରକାର ଆଉ ଏକ ଭତ୍ତାକୁ ଦେଲେ ମଞ୍ଜୁରୀ, ପ୍ରତି ମାସରେ ମିଳିବ ବର୍ଦ୍ଧିତ ଦରମା
ଅଧିକ ପଢ଼ନ୍ତୁ:-ପଞ୍ଜଶୀର ଯୁଦ୍ଧ: ରାତିର ଅନ୍ଧାରରେ ତାଲିବାନର ୫ଟି ଠିକଣା ଉପରେ କରାଗଲା ଏୟାର ଷ୍ଟ୍ରାଇକ୍, ବ୍ୟାପକ କ୍ଷୟକ୍ଷତି ସହ ଅନେକ ଆତଙ୍କୀ ନିହତ
ଅଧିକ ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର, RBI ବଦଳାଇଲା ଏହି ନିୟମ