ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ବିଳମ୍ବିତ ରାତିରେ ତାଲିବାନର ୫ଟି ଠିକଣା ଉପରେ ଆକ୍ରମଣ କରାଯାଇଥିଲା ।
Trending Photos
କାବୁଲ: Conflict In Panjshir Between Taliban and Northern Alliance: ପଞ୍ଜଶୀର (Panjshir) କୁ ନେଇ ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଗୋଟିଏ ପଟେ ତାଲିବାନ (Taliban) ପଞ୍ଜଶୀର (Panjshir) ଦଖଲ କରିଛି ବୋଲି ଦାବି କରିଛି । ସେପଟେ ନର୍ଥେର୍ନ ଆଲାଇନ୍ସ (Northern Alliance) ର ଯୋଦ୍ଧାମାନେ କହିଛନ୍ତି ଯେ ଯୁଦ୍ଧ ଚାଲିଛି ଓ ସେମାନେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢ଼ିବେ । ଏହି ସମୟ ମଧ୍ୟରେ ସୋମବାର ବିଳମ୍ବିତ ରାତିରେ ପଞ୍ଜଶୀରରେ ତାଲିବାନର ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ (Air Strike on Taliban) କରାଯାଇଛି । ଏହି ଆକ୍ରମଣରେ ତାଲିବାନର ବହୁ କ୍ଷତି ହୋଇଥିବାର କୁହାଯାଉଛି । ଏହାସହ ବହୁ ଆତଙ୍କୀ ନିହତ ହେବାର ସୂଚନା ରହିଛି ।
Strike ପରେ ପଳାଇ ଯାଇଥିଲେ Jets
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ବିଳମ୍ବିତ ରାତିରେ ତାଲିବାନର ୫ଟି ଠିକଣା ଉପରେ ଆକ୍ରମଣ କରାଯାଇଥିଲା । ତେବେ ଯୁଦ୍ଧ ବିମାନ କେଉଁ ଦେଶରୁ ଆସିଛି ତାହା ସ୍ପଷ୍ଟ ହୋଇନାହିଁ । ସାମ୍ବାଦିକ ମହମ୍ମଦ ଅଲସୁଲମାନି ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ତାଲିବାନ (Taliban) ର ଠିକଣାକୁ ଆକ୍ରମଣ କରିବା ପରେ ଅଜ୍ଞାତ ବିମାନ ଖସି ପଳାଇଛି । ଏହା କିଏ କରିଛି, ଋଷ କିମ୍ବା ତାଜିକିସ୍ତାନ? ଏହି ଆକ୍ରମଣରେ ତାଲିବାନର ବହୁ କ୍ଷତି ହୋଇଥିବାର କୁହାଯାଉଛି ।
ତାଲିବାନ ମଧ୍ୟ ରହିଛି ନୀରବ
ତାଲିବାନ ଏହି ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ । ଏହାପୂର୍ବରୁ ପଞ୍ଜଶୀର ଉପରେ କବଜା କରିବା ଦାବି କରୁଥିବାବେଳେ ସେ କହିଥିଲା ଯେ ଆଫଗାନିସ୍ତାନର ଶେଷ ଦୁର୍ଗ ମଧ୍ୟ ତାଙ୍କ ଅଧୀନରେ ଆସିଛି । ସେପଟେ ନର୍ଥେର୍ନ ଆଲାଇନ୍ସର ମୁଖ୍ୟ ଅହମ୍ମଦ ମାସୁଦ ତାଲିବାନ ଦାବିକୁ ମିଥ୍ୟା ବୋଲି କହିଛନ୍ତି । ସେ କହିଛନ୍ତି ଯେ ରକ୍ତର ଶେଷ ବୁନ୍ଦା ପର୍ଯ୍ୟନ୍ତ ସେ ଲଢ଼ିବେ । ଆପଣଙ୍କୁ କହି ରଖୁଛୁ ଯେ ତାଲିବାନ ଦୀର୍ଘ ଦିନ ଧରି ପଞ୍ଜଶୀର ଦଖଲ କରିବାକୁ ଚେଷ୍ଟା କରିଆସୁଛି ।
ତାଜିକିସ୍ତାନର ନାମ ଶୀର୍ଷରେ ଅଛି
ତାଲିବାନ ବେସ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ପରେ ପଞ୍ଜଶୀର ଯୋଦ୍ଧାମାନଙ୍କୁ କିଏ ସମର୍ଥନ କରୁଛନ୍ତି ତାହା ଏବେ ପ୍ରଶ୍ନ ଉଠିଛି । ଏଥିରେ ସବୁଠାରୁ ପ୍ରଥମ ନାମ ତାଜିକିସ୍ତାନର ସାମ୍ନାକୁ ଆସୁଛି । କାରଣ ଅହମ୍ମଦ ମାସୁଦ ଆଜିକାଲି ତାଜିକିସ୍ତାନରେ ଅଛନ୍ତି ବୋଲି ଦାବି କରାଯାଇଛି । ଏହା ବ୍ୟତୀତ ଯେତେବେଳେ ତାଲିବାନ ଆଫଗାନିସ୍ତାନ ଦଖଲ କଲା, ସେତେବେଳେ ଆଫଗାନିସ୍ତାନ ସେନାର ଅନେକ ସୈନିକ ଯୁଦ୍ଧ ବିମାନ ନେଇ ସେଠାରୁ ବାହାରି ତାଜିକିସ୍ତାନରେ ପହଞ୍ଚିଥିଲେ ।
ଋଷ ଓ ଇରାନ ଉପରେ ମଧ୍ୟ ସନ୍ଦେହ
ତାଜିକିସ୍ତାନ ନର୍ଥେର୍ନ ଆଲାଏନ୍ସ ଓ ତାଲିବାନ ବିରୋଧୀ ଦଳକୁ ସମର୍ଥନ କରିଆସୁଛି । ଏହି କାରଣରୁ ତାଲିବାନ ଉପରେ ଅଜଣା ଆକ୍ରମଣ ପଛରେ ତାଜିକିସ୍ତାନର ହାତ ରହିଛି ବୋଲି କୁହାଯାଉଛି । ଏହା ପରେ ଋଷ ଓ ଇରାନର ନାମ ମଧ୍ୟ ଆସୁଛି । ଉଲ୍ଲେଖନୀୟ କଥା ହେଉଛି, ଇରାନ ନିକଟ ଅତୀତରେ ନର୍ଥେର୍ନ ଆଲାଏନ୍ସ ଯୋଦ୍ଧାମାନଙ୍କ ଉପରେ ପାକିସ୍ତାନ ଦ୍ୱାରା କରାଯାଇଥିବା ଆକ୍ରମଣକୁ ନିନ୍ଦା କରିଥିଲା । ସେ କହିଥିଲା ଯେ ଅନ୍ୟ ଦେଶର ମାମଲାରେ ଏଭଳି ହସ୍ତକ୍ଷେପ ଭୁଲ ଅଟେ ।
ଅଧିକ ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର, RBI ବଦଳାଇଲା ଏହି ନିୟମ
ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍!
ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍
ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ପ୍ରସଙ୍ଗରେ ଯେକୌଣସି ପ୍ରକାରର ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଋଷ ପାଖରେ ରହିଛି ଏସବୁ ବିକଳ୍ପ