ଜରୁରୀ ଖବର! ରାସନ କାର୍ଡ ତିଆରି କରିବା ହେଲା କଷ୍ଟସାଧ୍ୟ, ଏବେ ଆବଶ୍ୟକ ହେବ ଏସବୁ ଡକ୍ୟୁମେଣ୍ଟ
Advertisement
Article Detail0/zeeodisha/odisha975764

ଜରୁରୀ ଖବର! ରାସନ କାର୍ଡ ତିଆରି କରିବା ହେଲା କଷ୍ଟସାଧ୍ୟ, ଏବେ ଆବଶ୍ୟକ ହେବ ଏସବୁ ଡକ୍ୟୁମେଣ୍ଟ

ବାସ୍ତବରେ, ନୂତନ ସଫ୍ଟୱେୟାରେ ଅନେକ ଡକ୍ୟୁମେଣ୍ଟ୍ ଦେବାକୁ ପଡିବ । ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହ ଜଡିତ ସଫ୍ଟୱେୟାର କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କରାଯାଇଥାଏ, ଯାହା ମାଧ୍ୟମରେ ରାସନ କାର୍ଡ ପ୍ରସ୍ତୁତ କରାଯାଏ । ନୂତନ ରାସନ କାର୍ଡ (Ration Card) ତିଆରି କରିବାର କଠିନ ପ୍ରକ୍ରିୟା ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜରୁରୀ ଖବର! ରାସନ କାର୍ଡ ତିଆରି କରିବା ହେଲା କଷ୍ଟସାଧ୍ୟ, ଏବେ ଆବଶ୍ୟକ ହେବ ଏସବୁ ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ: Ration Card Latest News: ଯଦି ଆପଣ ମଧ୍ୟ ରାସନ କାର୍ଡ ତିଆରି କରିବାକୁ ଯାଉଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ବର୍ତ୍ତମାନ ରାସନ କାର୍ଡ ପାଇବା ପୂର୍ବ ଭଳି ସହଜ ହେବ ନାହିଁ । ବାସ୍ତବରେ, ରେସନ କାର୍ଡ (Ration Card) ତିଆରି କରିବାର ପ୍ରକ୍ରିୟା ପୂର୍ବ ଅପେକ୍ଷା ଅଧିକ ଜଟିଳ ହୋଇଛି । ବର୍ତ୍ତମାନ ରାସନ କାର୍ଡ (Ration Card) ନବୀକରଣ, ନୂତନ ରାସନ କାର୍ଡ ତିଆରି, ରାସନ କାର୍ଡରେ ୟୁନିଟ୍ ବୃଦ୍ଧି ଇତ୍ୟାଦି ପାଇଁ ପ୍ରାୟ ଦଶଟି ଡକ୍ୟୁମେଣ୍ଟ ଆବଶ୍ୟକ ହେବ ।

ଜଟିଳ ହେଲା ରେସନ କାର୍ଡ ତିଆରି କରିବାର ପ୍ରକ୍ରିୟା

ବାସ୍ତବରେ, ନୂତନ ସଫ୍ଟୱେୟାରେ ଅନେକ ଡକ୍ୟୁମେଣ୍ଟ୍ ଦେବାକୁ ପଡିବ । ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ସହ ଜଡିତ ସଫ୍ଟୱେୟାର କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ କରାଯାଇଥାଏ, ଯାହା ମାଧ୍ୟମରେ ରାସନ କାର୍ଡ ପ୍ରସ୍ତୁତ କରାଯାଏ । ନୂତନ ରାସନ କାର୍ଡ (Ration Card) ତିଆରି କରିବାର କଠିନ ପ୍ରକ୍ରିୟା ଯୋଗୁଁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜାଣନ୍ତୁ କେଉଁ ଡକ୍ୟୁମେଣ୍ଟର ରହିଛି ଆବଶ୍ୟକତା?

୧. ରାସନ କାର୍ଡ ତିଆରି ପାଇଁ ପରିବାର ମୁଖ୍ୟଙ୍କ ଏକ ପାସପୋର୍ଟ ଆକାରର ଫଟୋ ଅନିବାର୍ଯ୍ୟ ।

୨. ରାସନ କାର୍ଡ ବାତିଲ ପ୍ରମାଣପତ୍ର ।

୩. ପରିବାର ମୁଖ୍ୟଙ୍କ ବ୍ୟାଙ୍କ ଖାତାର ପ୍ରଥମ ଓ ଶେଷ ପୃଷ୍ଠାର ଫଟୋକପି ।

୪. ଗ୍ୟାସ୍ ବୁକ୍ର ଫଟୋକପି ।

୫. ସମଗ୍ର ପରିବାର କିମ୍ବା ୟୁନିଟର ଆଧାର କାର୍ଡର ଫଟୋକପି ।

୬. ସମସ୍ତ ୟୁନିଟର ଜନ୍ମ ପ୍ରମାଣପତ୍ର କିମ୍ବା ହାଇସ୍କୁଲ ସାର୍ଟିଫିକେଟ୍ କିମ୍ବା ଭୋଟର ପରିଚୟ ପତ୍ର କିମ୍ବା ପାନ୍ କାର୍ଡର ଫଟୋକପି ।

୭. ଜାତି ପ୍ରମାଣପତ୍ରର ଡକ୍ୟୁମେଣ୍ଟ୍ (SC, ST, OBC) ଫଟୋକପି ।

୮. ଦିବ୍ୟାଙ୍ଗ ଉପଭୋକ୍ତାଙ୍କ ପାଇଁ ଅକ୍ଷମତା ପ୍ରମାଣପତ୍ରର ଫଟୋକପି ।

୯. ଯଦି ଆପଣ MNREGA ଜବ୍ କାର୍ଡ ଧାରକ ତେବେ ଜବ୍ କାର୍ଡର ଫଟୋକପି ।

୧୦. ଆୟର ପ୍ରମାଣ ପାଇଁ ବେତନ ସ୍ଲିପ୍ କିମ୍ବା ଆୟକର ରିଟର୍ଣ୍ଣ ରସିଦ କିମ୍ବା ଆୟ ପ୍ରମାଣପତ୍ରର ଫଟୋକପି ।

୧୧. ଠିକଣା ପ୍ରମାଣ ପାଇଁ ନବୀନତମ ବିଦ୍ୟୁତ୍ ବିଲ୍, ସର୍ବଶେଷ ଜଳ ବିଲ୍, ହାଉଟ୍ ଟ୍ୟାକ୍ସ, ଭଡା ରସିଦର କୌଣସି ଗୋଟିଏର ଫଟୋକପି ।

୧୨. ରାସନ କାର୍ଡକୁ ଅନଲାଇନରେ ଚଢ଼ାଇବା ବାଧ୍ୟତାମୂଳକ, ନଚେତ୍ ରାସନ ମିଳିବ ନାହିଁ ।

ଅଧିକ ପଢ଼ନ୍ତୁ:-LIC ର ବନ୍ଦ ପଲିସି ଉପରେ ମିଳିବ ଜବରଦସ୍ତ ଲାଭ! ଅକ୍ଟୋବର ୨୨ ପର୍ଯ୍ୟନ୍ତ ରହିଛି ସୁଯୋଗ, ଶୀଘ୍ର କରନ୍ତୁ ଏହି କାମ

ଅଧିକ ପଢ଼ନ୍ତୁ:-Tokyo Paralympics: ଅବନୀ ଲାଖେରା ରଚିଲେ ଇତିହାସ, ପାରାଲିମ୍ପିକ୍ସରେ ହାସଲ କଲେ ସ୍ୱର୍ଣ୍ଣ ପଦକ

ଅଧିକ ପଢ଼ନ୍ତୁ:-ବର୍ତ୍ତମାନ କାହାକୁ ମିଳିବ LPG ସବସିଡି? ସ୍ପଷ୍ଟ କଲା ସରକାର

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍