ଖାତା ଧାରକ ସାବଧାନ! ଆଉ ଏକ ବ୍ୟାଙ୍କର ଲାଇସେନ୍ସ ବାତିଲ କଲା RBI, ଜାଣନ୍ତୁ ଗ୍ରାହକଙ୍କ ଉପରେ କ'ଣ ପଡ଼ିବ ପ୍ରଭାବ?
Advertisement
Article Detail0/zeeodisha/odisha1225597

ଖାତା ଧାରକ ସାବଧାନ! ଆଉ ଏକ ବ୍ୟାଙ୍କର ଲାଇସେନ୍ସ ବାତିଲ କଲା RBI, ଜାଣନ୍ତୁ ଗ୍ରାହକଙ୍କ ଉପରେ କ'ଣ ପଡ଼ିବ ପ୍ରଭାବ?

ଏହି ବୟାନରେ ଆହୁରି ମଧ୍ୟ କୁହାଯାଇଛି ଯେ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ନାହିଁ ଓ କୌଣସି ଆୟର ସମ୍ଭାବନା ନାହିଁ ତେଣୁ ବ୍ୟାଙ୍କ ନିୟାମକ ଅଧିନିୟମ, 1949ର ଧାରା 56 ପାଳନ ନକରିବା ପାଇଁ କେନ୍ଦ୍ର ମନ୍ତ୍ରୀ ମିଲ୍ଥ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡର   ଲାଇସେନ୍ସ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖାତା ଧାରକ ସାବଧାନ! ଆଉ ଏକ ବ୍ୟାଙ୍କର ଲାଇସେନ୍ସ ବାତିଲ କଲା RBI, ଜାଣନ୍ତୁ ଗ୍ରାହକଙ୍କ ଉପରେ କ'ଣ ପଡ଼ିବ ପ୍ରଭାବ?

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କର୍ଣ୍ଣାଟକର ଦାବଣଗେରେ ଅବସ୍ଥିତ ମିଲ୍ଥ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ (Millath Co Operative Ltd.) ର ଲାଇସେନ୍ସ ବାତିଲ କରିଦେଇଛି । ଏହା ପଛରେ କୁହାଯାଉଛି ଯେ ସମବାୟ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ନାହିଁ ଓ ସେ ବର୍ତ୍ତମାନର ଗ୍ରାହକଙ୍କ ପର୍ଯ୍ୟାପ୍ତ ପରିମାଣ ପରିଶୋଧ କରିବାର ସ୍ଥିତିରେ ନାହିଁ । ଯେଉଁଥିପାଇଁ ଆରବିଆଇ ବ୍ୟାଙ୍କର ଲାଇସେନ୍ସ ବାତିଲ କରିଛି ।

ଚଳିତ ବର୍ଷ ଜୁନ ୧୮ରେ ରିଜର୍ଭ ବ୍ୟାଙ୍କ ନିଜର ବୟାନରେ କହିଛି ଯେ ଏହା ପରେ ବ୍ୟାଙ୍କ ବ୍ୟାଙ୍କିଙ୍ଗ ବ୍ୟବସାୟ କରିପାରିବ ନାହିଁ । ଏଥିପାଇଁ ଆରବିଆଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି ଯେଉଁଥିରେ କୁହାଯାଇଛି ଯେ କର୍ଣ୍ଣାଟକର ସମବାୟ ସମିତିଗୁଡ଼ିକର ରେଜିଷ୍ଟ୍ରାରଙ୍କୁ ବ୍ୟାଙ୍କ ବନ୍ଦ କରିବାକୁ ଅନୁରୋଧ କରାଯାଇଛି । ଯାହାକୁ ଗ୍ରହଣ କରି ବର୍ତ୍ତମାନ ଆରବିଆଇ ବ୍ୟାଙ୍କ ବନ୍ଦ କରୁଛି ।

ଏହି ବୟାନରେ ଆହୁରି ମଧ୍ୟ କୁହାଯାଇଛି ଯେ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ନାହିଁ ଓ କୌଣସି ଆୟର ସମ୍ଭାବନା ନାହିଁ ତେଣୁ ବ୍ୟାଙ୍କ ନିୟାମକ ଅଧିନିୟମ, 1949ର ଧାରା 56 ପାଳନ ନକରିବା ପାଇଁ କେନ୍ଦ୍ର ମନ୍ତ୍ରୀ ମିଲ୍ଥ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡର   ଲାଇସେନ୍ସ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟାଙ୍କର ଲାଇସେନ୍ସକୁ ବାତିଲ କରିବାକୁ ଘୋଷଣା କରିବାବେଳେ ରିଜର୍ଭ ବ୍ୟାଙ୍କ କହିଛି ଯେ, ବ୍ୟାଙ୍କ ଦାଖଲ କରିଥିବା ବିବରଣୀ ଅନୁଯାୟୀ ଜମାକାରୀମାନେ ଡିପୋଜିଟ ଇନସୁରାନ୍ସ ଓ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ ମାଧ୍ୟମରେ ପୁରା ଜମା ପାଇବେ । ଲିକ୍ୱିଡେଟର ନିଯୁକ୍ତ ହେବା ସ୍ଥିତିରେ ରାଜ୍ୟର ଜମାକାରୀଙ୍କୁ DICGC ରେ ବୀମା ଦାବି କରିବାକୁ ପଡିବ । ଯାହା ପରେ ସେମାନେ ସେହି ଟଙ୍କା ପାଇବେ ଓ ଏହାର ଅଧିକତମ ସୀମା ୫,୦୦,୦୦୦ ପର୍ଯ୍ୟନ୍ତ ହେବ ।

ଏହା ବି ପଢ଼ନ୍ତୁ:-ଦିନେ ଥିଲେ ପ୍ରସିଦ୍ଧ ଟିଭି ଆଙ୍କର୍, ଏବେ ରାସ୍ତା କଡ଼ରେ ବିକୁଛନ୍ତି ଖାଦ୍ୟ!

ଏହା ବି ପଢ଼ନ୍ତୁ:-ପୁରୀ ଜଗନ୍ନାଥ ମନ୍ଦିର ଉପରେ ହୋଇଛି ୧୭ ଥର ଆକ୍ରମଣ, କ'ଣ ଆପଣ ଜାଣିଛନ୍ତି ଏହା ବିଷୟରେ...

ଏହା ବି ପଢ଼ନ୍ତୁ:-ପାରାସିଟାମୋଲ ସମେତ ଏହି ୧୬ଟି ଔଷଧକୁ ନେଇ ଆସିଲା ବଡ଼ ଖବର

 

ଆରବିଆଇ କହିଛି ଯେ, ଯଦି ଆମେ ବ୍ୟାଙ୍କକୁ ବ୍ୟବସାୟ କରିବାକୁ ଅନୁମତି ଦେବୁ, ତେବେ ଜନସାଧାରଣଙ୍କ ସ୍ୱାର୍ଥ ପ୍ରତିକୂଳ ପ୍ରଭାବିତ ହୋଇପାରେ । ୧୮ ମେ ୨୦୨୨ ସୁଦ୍ଧା ବ୍ୟାଙ୍କର ସଂପୃକ୍ତ ଜମାକାରୀଙ୍କ ଅନୁରୋଧକୁ ଆଧାର କରି ୧୯୬୧ ଆଇନର ଧାରା 18A ଅନୁଯାୟୀ DICGC ମୋଟ ଜମା ରାଶି ୧୦.୩୮ କୋଟି ଟଙ୍କା ପୈଠ କରିସାରିଛି ।