ଆମେ ଆପଣଙ୍କୁ କହି ରଖୁଛୁ ଯେ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ (NEFT) ହେଉଛି ଏକ ପେମେଣ୍ଟ ସିଷ୍ଟମ ଯାହା ସମଗ୍ର ଦେଶରେ ଚାଲିଥାଏ । ଯେଉଁଥିରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ଟ୍ରାନ୍ସଫର ହୋଇଥାଏ ।
Trending Photos
ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଡିଜିଟାଲ୍ (Digital Transaction) କାରବାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । କୋଟି କୋଟି ଗ୍ରାହକଙ୍କ ପାଇଁ ଆରବିଆଇ (Reserve Bank of India) ଏକ ସତର୍କ ସୂଚନା ଜାରି କରିଛି । RBI କହିଛି ଯେ, ମେ ୨୩ରେ କିଛି ଘଣ୍ଟା ପାଇଁ NEFT ସେବା କାମ କରିବ ନାହିଁ, ତେଣୁ ଆପଣ ନିଜର କାମକୁ ଆଗୁଆ ସାରିନିଅନ୍ତୁ । ଯଦି ଆପଣ ଏହି ସମୟ ସୀମା ମଧ୍ୟରେ କାହାକୁ ଟଙ୍କା ଟ୍ରାନ୍ସଫର କରିବାକୁ ଚାହାଁନ୍ତି । ତେବେ ଏହାକୁ ଆଗୁଆ କରନ୍ତୁ, ଯାହାଫଳରେ ଆପଣଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ । ଟ୍ୱିଟ୍ କରି RBI ଏ ସମ୍ପର୍କରେ ସୂଚନା ଦେଇଛି ।
ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୧ ହଜାରରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ
ଆମେ ଆପଣଙ୍କୁ କହି ରଖୁଛୁ ଯେ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ (NEFT) ହେଉଛି ଏକ ପେମେଣ୍ଟ ସିଷ୍ଟମ ଯାହା ସମଗ୍ର ଦେଶରେ ଚାଲିଥାଏ । ଯେଉଁଥିରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ଟ୍ରାନ୍ସଫର ହୋଇଥାଏ । NEFT ମାଧ୍ୟମରେ ଗ୍ରାହକମାନେ କିଛି ମିନିଟ୍ ମଧ୍ୟରେ ଟଙ୍କା ଟ୍ରାନ୍ସଫର କରିପାରିବେ । ଦେଶର ଯେକୌଣସି ବ୍ୟାଙ୍କ ଶାଖାରେ ଏହି ସୁବିଧା ମାଧ୍ୟମରେ ଆପଣ ଟଙ୍କା ଟ୍ରାନ୍ସଫର କରିପାରିବେ ।
ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ଭରପୂର ଲାଭ!
ଆରବିଆଇ କରିଛି ଟ୍ୱିଟ୍
NEFT System Upgrade – Downtime from 00.01 Hrs to 14.00 Hrs. on Sunday, May 23, 2021https://t.co/i3ioh6r7AY
— ReserveBankOfIndia (@RBI) May 17, 2021
RBI ତରଫରୁ କରାଯାଇଥିବା ଏକ ଟ୍ୱିଟରେ କୁହାଯାଇଛି ଯେ, ମେ ୨୨ରେ ବ୍ୟାଙ୍କର କାର୍ଯ୍ୟ ଶେଷ ହେବା ପରେ ଟେକ୍ନିକାଲ ଅପଗ୍ରେଡେଶନ ପାଇଁ NEFT ମେ ୨୩ରେ ୦୦:୦୧ରୁ ୧୪:୦୦ (ରାତି ୧୨ଟା ରୁ ଦିନ ୨ଟା ପର୍ଯ୍ୟନ୍ତ) ପର୍ଯ୍ୟନ୍ତ କାମ କରିବ ନାହିଁ, କିନ୍ତୁ RTGS ସୁବିଧା ସୂଚାରୁ ରୂପେ କାର୍ଯ୍ୟ ଜାରି ରଖିବ ।
କୌଣସି ସର୍ବନିମ୍ନ ସୀମା ନାହିଁ
ମୁଁ ଆପଣଙ୍କୁ କହି ରଖୁଛୁ ଯେ, NEFT ମାଧ୍ୟମରେ ଫଣ୍ଡ ଟ୍ରାନ୍ସଫର କରିବାର କୌଣସି ସର୍ବନିମ୍ନ ସୀମା ନାହିଁ, ଅର୍ଥାତ୍ ଆପଣ ଯେକୌଣସି ପରିମାଣର ଟଙ୍କା ଟ୍ରାନ୍ସଫର କରିପାରିବେ । ଅନ୍ୟପଟେ ଯଦି ଆପଣ ସର୍ବାଧିକ ସୀମା ବିଷୟରେ କହିବେ, ତେବେ ବ୍ୟାଙ୍କ ହିସାବରେ ଏହା ଅଲଗା ଅଲଗା ହୋଇପାରେ ।
RTGS ଓ IMPS ରୁ କେତେ ଟଙ୍କା ହୋଇଥାଏ ଟ୍ରାନ୍ସଫର
NEFT ବ୍ୟତୀତ ଗ୍ରାହକମାନେ RTGS ଏବଂ IMPS ((Immediate Payment Service) ବ୍ୟବହାର କରି ଟଙ୍କା ଟ୍ରାନ୍ସଫର କରିପାରିବେ । RTGS ବିଷୟରେ କହିବାକୁ ଗଲେ ଏହା ମାଧ୍ୟମରେ ଗୋଟିଏ ଥରେ ୨ ଲକ୍ଷ ଟଙ୍କାର କମ୍ ରାଶି ଟ୍ରାନ୍ସଫର କରିପାରିବେ ନାହିଁ, ଯେତେବେଳେ କି ବିଭିନ୍ନ ବ୍ୟାଙ୍କରେ ସର୍ବାଧିକ ପରିମାଣ ଭିନ୍ନ ଅଟେ । IMPS ମାଧ୍ୟମରେ ଗୋଟିଏ ଦିନରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଅଲ ଟାଇମରେ ଟ୍ରାନ୍ସଫର ହୋଇପାରିବ ।
ଅଧିକ ପଢ଼ନ୍ତୁ:-ଗରମ ଦିନରେ ଲେମ୍ବୁ ରସ ପିଇବାରୁ ମିଳିଥାଏ ଏହି ସବୁ ଲାଭ
NEFT ରୁ କିପରି କରିବେ ଟଙ୍କା ଟ୍ରାନ୍ସଫର
>> NEFT ରୁ ଫଣ୍ଡ ଟ୍ରାନ୍ସଫର କରିବା ପାଇଁ ଆପଣଙ୍କ ପାଖରେ ନେଟ୍ ବ୍ୟାଙ୍କିଙ୍ଗ୍ ଲଗଇନ୍ ID ଓ ପାସୱାର୍ଡ ଥିବା ଆବଶ୍ୟକ ।
>> ଲଗଇନ୍ ପରେ ଆପଣଙ୍କୁ NEFT Fund Transfer ସେକ୍ଶନକୁ ଯିବାକୁ ପଡିବ ।
>> ବର୍ତ୍ତମାନ ଆପଣଙ୍କୁ ପ୍ରାପ୍ତକର୍ତ୍ତାଙ୍କ ବିବରଣୀ ଯୋଡିବାକୁ ପଡିବ ।
>> ଏଥିରେ ରିସିଭର ନାମ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ IFSC କୋଡ୍ ଦାଖଲ କରନ୍ତୁ ।
>> ପ୍ରାପ୍ତକର୍ତ୍ତାଙ୍କ ଅଡ୍ ହେବା ମାତ୍ରେ ଆପଣ NEFT ଟ୍ରାନ୍ସଫରର କାମ ଆରମ୍ଭ କରିପାରିବେ ।
>> ବର୍ତ୍ତମାନ ଆପଣ ପଠାଇବାକୁ ଚାହୁଁଥିବା ପରିମାଣ ଦାଖଲ କରନ୍ତୁ ଏବଂ ପ୍ରେରଣ ବା ସେଣ୍ଡ ବଟନ୍ ଦବାନ୍ତୁ ।