SBI ଗ୍ରାହକ ଧ୍ୟାନ ଦିଅନ୍ତୁ! ଏହି ଦିନ ବନ୍ଦ ରହିବ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା, ନୋଟ୍ କରି ନିଅନ୍ତୁ ସମୟ
Advertisement
Article Detail0/zeeodisha/odisha958884

SBI ଗ୍ରାହକ ଧ୍ୟାନ ଦିଅନ୍ତୁ! ଏହି ଦିନ ବନ୍ଦ ରହିବ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା, ନୋଟ୍ କରି ନିଅନ୍ତୁ ସମୟ

ମେନଟେନେନ୍ସ ହେତୁ ଏସବିଆଇ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା ବନ୍ଦ କରିବା ଏହା ପ୍ରଥମ ଘଟଣା ନୁହେଁ। 

SBI ଗ୍ରାହକ ଧ୍ୟାନ ଦିଅନ୍ତୁ! ଏହି ଦିନ ବନ୍ଦ ରହିବ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା, ନୋଟ୍ କରି ନିଅନ୍ତୁ ସମୟ

ନୂଆଦିଲ୍ଲୀ: SBI Latest News: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ର ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି । ଯଦି ଆପଣ SBI ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଜାଣିବା ଆବଶ୍ୟକ ଯେ SBI ର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା (SBI Online Banking Services) ଶନିବାର ଓ ରବିବାର କିଛି ସମୟ ପାଇଁ ବନ୍ଦ ରହିବ । ତେଣୁ, ଏହା ଭଲ ହେବ ଯେ ଆପଣ ସେହି ସମୟ ମଧ୍ୟରେ କୌଣସି ପ୍ରକାର ଅନଲାଇନ୍ କାରବାର କରନ୍ତୁ ନାହିଁ ।

ଅଗଷ୍ଟ ୬-୭ରେ SBI ର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ରହିବ ବନ୍ଦ 

SBI କହିଛି ଯେ ଏହାର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ୬-୭ ଅଗଷ୍ଟରେ କିଛି ଘଣ୍ଟା ପାଇଁ ବନ୍ଦ ରହିବ । ଏସବିଆଇ କହିଛି ଯେ ମେନଟେନେନ୍ସ କାର୍ଯ୍ୟ ହେତୁ ସେବା କିଛି ସମୟ ପାଇଁ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଗ୍ରାହକ SBI ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ସେବା ବ୍ୟତୀତ SBI YONO, SBI YONO Lite ଏବଂ YONO ବିଜନେସ ସହିତ ଅନ୍ୟ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମର ବ୍ୟବହାର କରିପାରିବେ ନାହିଁ ।

ଅଧିକ ପଢ଼ନ୍ତୁ:-ବମ୍ପର ଅଫର୍: LPG ସିଲିଣ୍ଡର ବୁକିଂ ଉପରେ ପାଆନ୍ତୁ ୨୭୦୦ ଟଙ୍କାର ଲାଭ! ବୁକିଂ କରିବାର ଏକ ମାସ ପରେ କରନ୍ତୁ ପେମେଣ୍ଟ

ସମୟକୁ ମଧ୍ୟ ନୋଟ କରି ନିଅନ୍ତୁ

ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଅଗଷ୍ଟ ୬ ଓ ୭ ଅର୍ଥାତ ଆସନ୍ତାକାଲି ଏବଂ ରବିବାର ବନ୍ଦ ରହିବ । ଏସବିଆଇ ଏହାର ସମୟ ଦେଇଛି, ଯାହା ଅନୁଯାୟୀ ଏସବିଆଇର ସମସ୍ତ ଡିଜିଟାଲ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମ ଅଗଷ୍ଟ ୬ରେ ରାତି ୧୦.୪୫ଟାରୁ ଅଗଷ୍ଟ ୭ରେ ରାତି ୧.୧୫ଟା ଯାଏ ପ୍ରଭାବିତ ରହିବ । ଏ ସମ୍ପର୍କରେ ବ୍ୟାଙ୍କ ମଧ୍ୟ ଏକ ଟ୍ୱିଟ୍ କରିଛି । ଯେଉଁଥିରେ ଷ୍ଟେଟ ବ୍ୟାଙ୍କ ଲେଖିଛି ଯେ ଆମେ ଆମର ସମ୍ମାନିତ ଗ୍ରାହକମାନଙ୍କୁ ଅନୁରୋଧ କରୁଛୁ ସେମାନେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ କାରଣ ଆମେ ଉନ୍ନତ ବ୍ୟାଙ୍କିଙ୍ଗ ଅନୁଭବ ପ୍ରଦାନ କରିବାକୁ ଚେଷ୍ଟା କରୁଛୁ । ଅର୍ଥାତ୍ ଅଗଷ୍ଟ ୬ରୁ ଅଗଷ୍ଟ ୭ ମଧ୍ୟରେ SBI ର ଅନଲାଇନ୍ ସେବା ସମୁଦାୟ ୧୫୦ ମିନିଟ୍ ପାଇଁ ବନ୍ଦ ରହିବ ।

ଅଧିକ ପଢ଼ନ୍ତୁ:-ଦେଶରେ ଲଗାତର ବଢ଼ୁଛି କୋରୋନା ମାମଲା: ଦିନକରେ ୪୪ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ପୂର୍ବରୁ ମଧ୍ୟ ଏପରି ବନ୍ଦ ହୋଇଥିଲା ସେବା

ମେନଟେନେନ୍ସ ହେତୁ ଏସବିଆଇ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା ବନ୍ଦ କରିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ, ଏସବିଆଇ ଜୁଲାଇ ୧୬ ଓ ୧୭ରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ, ୟୋନୋ, ୟୋନୋ ଲାଇଟ୍ ଏବଂ UPI ସେବା ବନ୍ଦ କରି ଦେଇଥିଲା । ଏହି ସେବାଗୁଡିକ ରାତି ୧୦.୪୫ରୁ ରାତି ୧.୧୫ ପର୍ଯ୍ୟନ୍ତ ବନ୍ଦ ଥିଲା । ଏହାପୂର୍ବରୁ, ଏସବିଆଇ ଏହି ସେବାଗୁଡ଼ିକୁ ଜୁଲାଇ ୩ରେ ସକାଳ ୩:୨୫ରୁ ପରଦିନ ସକାଳ ୫.୫୦ ଅର୍ଥାତ ଜୁଲାଇ ୪ରେ ୩:୨୫ରୁ ୫.୫୦ AM ପର୍ଯ୍ୟନ୍ତ ବନ୍ଦ କରି ଦେଇଥିଲା । ଏଥି ସହିତ ଜୁନରେ ମଧ୍ୟ ବ୍ୟାଙ୍କ ଚାରି-ଚାରି ଘଣ୍ଟା ପାଇଁ ସେବା ବନ୍ଦ କରି ଦେଇଥିଲା । ଜୁନ୍ ୨୦ ଓ ଜୁନ୍ ୧୩ରେ ବ୍ୟାଙ୍କ ୪-୪ ଘଣ୍ଟା ପାଇଁ ନିଜର ସେବା ବନ୍ଦ କରି ଦେଇଥିଲା ।

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍