ଯୁଦ୍ଧ ବନ୍ଦ କରିବା ପାଇଁ ୟୁକ୍ରେନ ଆଗରେ ଏହି ସର୍ତ୍ତ ରଖିଲା ଋଷ
Advertisement
Article Detail0/zeeodisha/odisha1108490

ଯୁଦ୍ଧ ବନ୍ଦ କରିବା ପାଇଁ ୟୁକ୍ରେନ ଆଗରେ ଏହି ସର୍ତ୍ତ ରଖିଲା ଋଷ

Russia Ukraine War: ମସ୍କୋରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ (Russian Foreign Minister) କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ଋଷ (Russia) ଚୁପ୍ ରହିପାରିବ ନାହିଁ । ଆମେ ୟୁକ୍ରେନ (Ukraine) ସରକାରଙ୍କୁ ଗଣତାନ୍ତ୍ରିକ ସରକାର ଭାବରେ ମାନିବାର ବର୍ତ୍ତମାନ କୌଣସି ସୁଯୋଗ ଦେଖୁନାହୁଁ ।

ଯୁଦ୍ଧ ବନ୍ଦ କରିବା ପାଇଁ ୟୁକ୍ରେନ ଆଗରେ ଏହି ସର୍ତ୍ତ ରଖିଲା ଋଷ

ନୂଆଦିଲ୍ଲୀ: Russia Ukraine War: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଝିରେ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାବରୋଭ (Russian Foreign Minister Sergey Lavrov) ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଥରେ ୟୁକ୍ରେନ ସୈନ୍ୟ ଆତ୍ମସମର୍ପଣ (Ukrainian Army) କଲେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ । ଏଥି ସହିତ ସେ କହିଛନ୍ତି ଯେ ଋଷ (Russia) ୟୁକ୍ରେନ (Ukraine) କୁ "ଅତ୍ୟାଚାରରୁ ମୁକ୍ତ କରିବାକୁ" ଚାହୁଁଛି ଯାହା ଦ୍ୱାରା ୟୁକ୍ରେନର ଲୋକମାନେ ସେମାନଙ୍କର ଭବିଷ୍ୟତ ସ୍ଥିର କରିପାରିବେ । 

ମସ୍କୋରେ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ (Russian Foreign Minister) କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ଋଷ (Russia) ଚୁପ୍ ରହିପାରିବ ନାହିଁ । ଆମେ ୟୁକ୍ରେନ (Ukraine) ସରକାରଙ୍କୁ ଗଣତାନ୍ତ୍ରିକ ସରକାର ଭାବରେ ମାନିବାର ବର୍ତ୍ତମାନ କୌଣସି ସୁଯୋଗ ଦେଖୁନାହୁଁ ।

ଏହା ବି ପଢ଼ନ୍ତୁ:-ଏମାନେ ହେଉଛନ୍ତି ଋଷ ରାଷ୍ଟ୍ରପତିଙ୍କ ସିକ୍ରେଟ ଝିଅ, ଦୁନିଆ ନଜରରୁ ନିଜ ପରିବାରକୁ ଲୁଚାଇ ରଖିଛନ୍ତି ପୁଟିନ

ଏହା ବି ପଢ଼ନ୍ତୁ:-କମେଡିଆନରୁ ରାଷ୍ଟ୍ରପତି, ବର୍ତ୍ତମାନ ପୁଟିନ ଆଗରେ ମୁଣ୍ଡ ନୁଆଁଇବାକୁ ନାରାଜ; ଜାଣନ୍ତୁ ଯୁଦ୍ଧରେ ୟୁକ୍ରେନର କମାଣ ସମ୍ଭାଳିଥିବା ଜେଲେନସ୍କିଙ୍କ ବିଷୟରେ ସବୁକିଛି

ଏହା ବି ପଢ଼ନ୍ତୁ:-ୟୁକ୍ରେନର ଏହି ସାହସୀ ମହିଳା, ଯିଏ ଏକାକୀ ନିଜ ଦମରେ ଦେଉଥିଲେ ଋଷକୁ ଟକ୍କର; ଭୟରେ ଥରୁଥିଲେ ପୁଟିନ!

ଏହା ବି ପଢ଼ନ୍ତୁ:-ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଦୁନିଆକୁ ଭୋଗିବାକୁ ପଡ଼ିବ ଏସବୁ ସମସ୍ୟା

ଏହି ସମୟରେ ଯୁଦ୍ଧର ଦ୍ୱିତୀୟ ଦିନରେ ଋଷର ସୈନ୍ୟମାନେ ୟୁକ୍ରେନର ରାଜଧାନୀ କୀଭରେ ପହଞ୍ଚିସାରିଛନ୍ତି । ଏଥିସହିତ ସେମାନଙ୍କୁ ଅଟକାଇବା ପାଇଁ ତେତରିଭ ନଦୀ ଉପରେ ଥିବା ବ୍ରିଜକୁ ଧ୍ୱଂସ କରିଦିଆଯାଇଛି । ଋଷର ଟ୍ୟାଙ୍କର ପ୍ରବେଶକୁ ରୋକିବା ପାଇଁ ୟୁକ୍ରେନ ସେନା ଏହି ପଦକ୍ଷେପ ନେଇଛି । ନ୍ୟୁଜ୍ ଏଜେନ୍ସି AFP ଅନୁଯାୟୀ, ଋଷର ସେନା ଉତ୍ତର-ପୂର୍ବ ଓ ପୂର୍ବ ଦେଇ ୟୁକ୍ରେନର ରାଜଧାନୀ କୀଭ ଆଡକୁ ମାଡ଼ି ଆସୁଛି । ସାମରିକ ଅପରେସନକୁ ଏଡ଼ାଇବା ପାଇଁ ସେମାନଙ୍କୁ ଏପରି କରିବାକୁ କୁହାଯାଇଛି । ସେପଟେ ଋଷ ଉପରେ ଚାପ ବଢ଼ାଇବା ପାଇଁ ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନସ୍କି (Ukraine President Volodymyr Zelenskyy) ୟୁରୋପୀୟ ୟୁନିଅନକୁ କଠୋର କଟକଣା ଲାଗୁ କରିବାକୁ ଅନୁରୋଧ କରିଛନ୍ତି ।

ଏଠାରେ କହି ରଖୁଛୁ ଯେ, ଋଷ (Russia) ର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ଼ ଦାବି କରିଛି । ସେ କହିଛି ଯେ ଏପର୍ଯ୍ୟନ୍ତ ୨୪୩ ୟୁକ୍ରେନ ସୈନିକ ଓ ଗୋଟିଏ ମରୀନ ବ୍ରିଗେଡ୍ ଆତ୍ମସମର୍ପଣ କରିଛନ୍ତି । ଏହାସହ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ସେମାନେ ୟୁକ୍ରେନର ୧୧୮ ସାମରିକ ଭିତ୍ତିଭୂମିକୁ ମଧ୍ୟ ବିଧ୍ୱସ୍ତ କରିଦେଇଛି, ଯେଉଁଥିରେ ୧୧ଟି ସାମରିକ ଏୟାରଫିଲ୍ଡ, ୧୩ଟି କମାଣ୍ଡ୍ ଓ ଯୋଗାଯୋଗ କେନ୍ଦ୍ର, 14S 300 କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ୩୬ଟି ରାଡାର ଷ୍ଟେସନକୁ ମଧ୍ୟ ସାମିଲ ରହିଛି  ।

ଋଷ ମଧ୍ୟ ପାଞ୍ଚଟି ୟୁକ୍ରେନର ୫ଟି ଯୁଦ୍ଧ ବିମାନ, ଗୋଟିଏ ହେଲିକପ୍ଟର ଏବଂ ପାଞ୍ଚଟି ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି । ଏହା ସହିତ ଋଷ ମଧ୍ୟ ୧୮ ଟ୍ୟାଙ୍କ, ୭ ରକେଟ ଲଞ୍ଜର୍, ୪୧ ସାମରିକ ଯାନ ଏବଂ ୫ ଯୁଦ୍ଧ ଡଙ୍ଗାକୁ ଧ୍ୱଂସ କରିଛି ବୋଲି ଦାବି କରିଛି । ଏହା ବ୍ୟତୀତ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଚେର୍ନୋବାଇଲ୍ ଆଣବିକ ପ୍ଲାଣ୍ଟକୁ ନେଇ କହିଛି ଯେ ଆମେ ଏହାକୁ ଗୁରୁବାର ଦଖଲ କରିନେଇଥିଲୁ । କୌଣସି ପ୍ରକାରର ଲିକେଜ୍ ନାହିଁ, ସବୁକିଛି ସ୍ୱାଭାବିକ ରହିଛି ।

ସୂଚନାଯୋଗ୍ୟ, ବ୍ରିଟେନର ପ୍ରତିରକ୍ଷା ସଚିବ କହିଛନ୍ତି ଯେ ଋଷ ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୪୫୦ରୁ ଅଧିକ ଲୋକଙ୍କୁ ହରାଇଛି ଓ ଏହା ଋଷର ଆଶାଠାରୁ ବହୁତ ଅଧିକ । ପ୍ରଥମ ଦିନରେ ଋଷ ନିଜର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା ।