ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଦୁନିଆକୁ ଭୋଗିବାକୁ ପଡ଼ିବ ଏସବୁ ସମସ୍ୟା
Advertisement
Article Detail0/zeeodisha/odisha1107878

ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଦୁନିଆକୁ ଭୋଗିବାକୁ ପଡ଼ିବ ଏସବୁ ସମସ୍ୟା

 Russia-Ukraine War: ୟୁକ୍ରେନ (Ukraine) ଓ ଋଷ (Russia) ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇସାରିଛି, ତେବେ ସାମରିକ କାର୍ଯ୍ୟାନୁଷ୍ଠାନ କିମ୍ବା ପ୍ରତିବନ୍ଧକ ଯୋଗୁଁ କଳା ସାଗରରେ ଏହାର ପ୍ରଭାବ ମଧ୍ୟ ଦେଖାଯିବ । ୟୁକ୍ରେନ, ଋଷ, କାଜାକିସ୍ତାନ ଏବଂ ରୋମାନିଆ ପରି ଦେଶ ଗହମର ପ୍ରମୁଖ ରପ୍ତାନିକାରୀମାନଙ୍କ ମଧ୍ୟରେ ଗଣାଯାଏ । ଯୁଦ୍ଧ ହେଲେ ଏହି ଦେଶଗୁଡିକର ରପ୍ତାନି ବ୍ୟାହତ ହେବ ।

ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଦୁନିଆକୁ ଭୋଗିବାକୁ ପଡ଼ିବ ଏସବୁ ସମସ୍ୟା

ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷ  ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଗୁରୁବାର ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିସାରିଛନ୍ତି । ଯାହା ପରେ ସାରା ଦୁନିଆରେ ନୂଆ ସଙ୍କଟ ଦେଖାଦେଇଛି । ଏହି ଯୁଦ୍ଧର ପରିଣାମ ସମଗ୍ର ଦୁନିଆକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ । ତେଲ ଓ ଗହମ ବଜାର ଉପରେ ଏହାର ସବୁଠାରୁ ବଡ଼ ପ୍ରଭାବ ପଡ଼ିବ । ଏହା ବ୍ୟତୀତ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଷ୍ଟକ୍ ମାର୍କେଟରେ ହଇଚଇ ସୃଷ୍ଟି କରିବାରେ ଲାଗିଛି ।

କିପରି ସୃଷ୍ଟି ହୋଇପାରେ ଗହମ ସଙ୍କଟ?

ଯଦି କଳା ସାଗର (Black Sea) ଅଞ୍ଚଳରେ ଗହମ (Wheat) ବାଣିଜ୍ୟରେ କୌଣସି ପ୍ରତିବନ୍ଧକ ଦେଖାଯିବ, ତେବେ ଏହା ସମଗ୍ର ବିଶ୍ୱକୁ ପ୍ରଭାବିତ କରିବ । ଏମିତିରେ ବର୍ତ୍ତମାନ ସମୟରେ କୋରୋନା ମହାମାରୀ ଯୋଗୁଁ ତେଲ ଓ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । 

ୟୁକ୍ରେନ (Ukraine) ଓ ଋଷ (Russia) ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇସାରିଛି, ତେବେ ସାମରିକ କାର୍ଯ୍ୟାନୁଷ୍ଠାନ କିମ୍ବା ପ୍ରତିବନ୍ଧକ ଯୋଗୁଁ କଳା ସାଗରରେ ଏହାର ପ୍ରଭାବ ମଧ୍ୟ ଦେଖାଯିବ । ୟୁକ୍ରେନ, ଋଷ, କାଜାକିସ୍ତାନ ଏବଂ ରୋମାନିଆ ପରି ଦେଶ ଗହମର ପ୍ରମୁଖ ରପ୍ତାନିକାରୀମାନଙ୍କ ମଧ୍ୟରେ ଗଣାଯାଏ । ଯୁଦ୍ଧ ହେଲେ ଏହି ଦେଶଗୁଡିକର ରପ୍ତାନି ବ୍ୟାହତ ହେବ ।

ପ୍ରାକୃତିକ ଗ୍ୟାସ ପାଇଁ ଋଷ ଉପରେ ନିର୍ଭରଶୀଳ ୟୁରୋପ

ୟୁରୋପୀୟ ଦେଶଗୁଡିକକୁ (European Countries) ମିଳୁଥିବା ପ୍ରାକୃତିକ ଗ୍ୟାସ୍ (Natural Gas) କେବଳ ଋଷ (Russia) ରୁ ମିଳିଥାଏ । ଏହା ବେଲାଋଷ (Belarus) ଓ ପୋଲାଣ୍ଡ (Poland) ଦେଇ ପାଇପଲାଇନ ମାଧ୍ୟମରେ ଜର୍ମାନୀ (Germany) ରେ ପହଞ୍ଚେ ।

ଗୋଟିଏ ପାଇପଲାଇନ ସିଧାସଳଖ ଜର୍ମାନୀ (Germany) ଓ ଅନ୍ୟଟି ୟୁକ୍ରେନ (Ukraine) ଦେଇ ଜର୍ମାନୀରେ ପହଞ୍ଚେ । ୨୦୨୦ ମସିହାରେ ଋଷରୁ ପ୍ରାକୃତିକ ଗ୍ୟାସ ଯୋଗାଣ ହ୍ରାସ ପାଇଥିଲା । ଯୁଦ୍ଧ ଆରମ୍ଭ ହୋଇସାରିଛି, ୟୁକ୍ରେନରୁ ଆସୁଥିବା ପାଇପଲାଇନକୁ ଋଷ ଅବରୋଧ କରିପାରେ ।

ଯଦି ଏହା ଘଟେ, ତେବେ ତୈଳ ଓ ପ୍ରାକୃତିକ ଗ୍ୟାସର ମୂଲ୍ୟ ଆକାଶଛୁଆଁ ହେବ । ସମଗ୍ର ବିଶ୍ୱକୁ ଏହାର ଭାର ବହନ କରିବାକୁ ପଡ଼ିବ । ଋଷର ତେଲ ୟୁକ୍ରେନ ଦେଇ ସ୍ଲୋଭାକିଆ, ହଙ୍ଗେରୀ ଏବଂ ଚେକ ରିପବ୍ଲିକରେ ପହଞ୍ଚିଥାଏ । ଏପରି ପରିସ୍ଥିତିରେ ଯଦି ଯୋଗାଣ ବ୍ୟାହତ ହୁଏ ତେବେ ପେଟ୍ରୋଲ-ଡିଜେଲ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ ।

ଏହା ବି ପଢ଼ନ୍ତୁ:-ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ମସଲା, ଶରୀରର ମଜଭୁତ ହେବା ସହ ବଢ଼ିବ ଯୌନ ଶକ୍ତି

ଏହା ବି ପଢ଼ନ୍ତୁ:-କିସମିସ ଓ ମହୁର ଆଶ୍ଚର୍ଯ୍ୟଜନକ ଲାଭ: ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ

ଏହା ବି ପଢ଼ନ୍ତୁ:-ରାତି ୨ଟାରେ ରାଜ୍ୟ ବିଧାନସଭାର ଅଧିବେଶନ ଡକାଇଲେ ପଶ୍ଚିମବଙ୍ଗ ରାଜ୍ୟପାଳ? ଜାଣନ୍ତୁ ପୂରା ମାମଲା

ଏହା ବି ପଢ଼ନ୍ତୁ:-ରାସନ ନେବା ନିୟମରେ ହେଲା ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

 

ଋଷ (Russia) ଓ ୟୁକ୍ରେନ (Ukraine) ଯୁଦ୍ଧ ଯୋଗୁଁ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରିପାରେ । ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହି ଦୁଇ ଦେଶର ବଜାର ଉପରେ ଏକ ବଡ଼ ପ୍ରଭାବ ପଡ଼ିବ । ସାମ୍ପ୍ରତିକ ପରିସ୍ଥିତିରେ ଉଭୟ ଦେଶର ଡଲାର ବଣ୍ଡ ଭଲ ପ୍ରଦର୍ଶନ କରୁନାହିଁ । 

ଗତ କିଛି ବର୍ଷ ମଧ୍ୟରେ ଋଷର ବଜାରରେ ହ୍ରାସ ଘଟିଛି । ଏହି ପରିସ୍ଥିତିରେ ବୈଦେଶିକ ମୁଦ୍ରା ବଜାରରେ ମଧ୍ୟ ଅନିଶ୍ଚିତତାର ବାତାବରଣ ରହିଛି । ୨୦୧୪ର ଉଦାହରଣ ନିଅନ୍ତୁ, ଲିକ୍ୱିଡିଟି ଗ୍ୟାପ୍ ଓ ଆମେରିକୀୟ ଡଲାର ହୋର୍ଡିଂ ହେତୁ ଏହାର ପ୍ରଭାବ ସମଗ୍ର ବିଶ୍ୱରେ ବଜାରରେ ଦେଖିବାକୁ ମିଳିପାରେ ।