ସେନା ନ ପଠାଇ ମଧ୍ୟ ୟୁକ୍ରେନ ଉପରେ ବଡ଼ ଆକ୍ରମଣ କଲା ଋଷ
Advertisement

ସେନା ନ ପଠାଇ ମଧ୍ୟ ୟୁକ୍ରେନ ଉପରେ ବଡ଼ ଆକ୍ରମଣ କଲା ଋଷ

ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀରେ ମଧ୍ୟ ୟୁକ୍ରେନର ୭୦ଟି ୱେବସାଇଟ୍ କାମ କରିବା ବନ୍ଦ କରିଦେଇଥିଲା । ସେହି ସମୟରେ ମଧ୍ୟ ୟୁକ୍ରେନ ଋଷର ବିରୋଧରେ ଅଭିଯୋଗ ଆଣିଥିଲା । ୨୦୧୭ରେ ଋଷ ୟୁକ୍ରେନ (Ukraine) ଉପରେ ଏକ ବଡ଼ ସାଇବର ଆକ୍ରମଣ କରିଥିଲା । ସେ ନୋଟପେଟିଆ ନାମକ ଏକ ଭୂତାଣୁ ମାଧ୍ୟମରେ ସାରା ବିଶ୍ୱରେ ୧୦ ବିଲିୟନ ଡଲାରର କ୍ଷତି ଘଟାଇଥିଲା ।

ସେନା ନ ପଠାଇ ମଧ୍ୟ ୟୁକ୍ରେନ ଉପରେ ବଡ଼ ଆକ୍ରମଣ କଲା ଋଷ

ନୂଆଦିଲ୍ଲୀ: Russia-Ukraine Conflict, Cyber Attacks on Ukraine: ୟୁକ୍ରେନ (Ukraine) ରେ ସଙ୍କଟ ଗଭୀର ହେବାରେ ଲାଗିଛି । ଫେବୃଆରୀ ୧୬ରେ ଋଷ (Russia) ଆକ୍ରମଣ କରିପାରେ ବୋଲି ୟୁକ୍ରେନର ରାଷ୍ଟ୍ରପତି (Ukraine President Volodymyr Zelensky) ଦାବି କରିଥିଲେ । ଉଭୟ ଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହି ସମୟରେ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ୱେବସାଇଟରେ ସାଇବର ଆକ୍ରମଣ ମଧ୍ୟ ଆରମ୍ଭ ହୋଇଛି । ୟୁକ୍ରେନ ସରକାରୀ ଏଜେନ୍ସି ଓ ବଡ଼ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ (cyber attacks on Ukrainian) ହେବାର ଖବର ରହିଛି ।

ଋଷ (Russia) ର ଆକ୍ରମଣର ଆଶଙ୍କା ମଧ୍ୟରେ ୟୁକ୍ରେନ (Ukraine) ରେ ହ୍ୟାକିଂ ଅପରେସନ୍ ତୀବ୍ର ହୋଇଛି । ମଙ୍ଗଳବାର ଋଷର ଆଭିମୁଖ୍ୟରେ କିଛି ନରମତା ଦେଖାଯାଇଥିଲା । ସେ ଆକ୍ରମଣର ଧାରଣା ପରିବର୍ତ୍ତନ କରୁଛି ଓ ସୈନ୍ୟ ପ୍ରତ୍ୟାହାର କରୁଛି ବୋଲି ଦାବି କରିଛି । ତଥାପି, ଆମେରିକା (America) ଏଥିରେ ବିଶ୍ୱାସ କରୁ ନାହିଁ ଓ ପ୍ରମାଣ ମାଗିଛି ।

ୟୁକ୍ରେନ ସରକାର (Ukrainian Government) ଙ୍କ ଅନୁଯାୟୀ, DDoS ଆକ୍ରମଣ ଯୋଗୁଁ ଅତି କମରେ ୧୦ଟି ୱେବସାଇଟ୍ କାମ କରିବା ବନ୍ଦ କରିଦେଇଛି । ଏଥିରେ ପ୍ରତିରକ୍ଷା ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ଏବଂ ବୃହତ ବ୍ୟାଙ୍କଗୁଡ଼ିକର ୱେବସାଇଟ୍ ସାମିଲ ରହିଛି । ୟୁକ୍ରେନର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଅନେକ ଘରୋଇ ବ୍ୟାଙ୍କଗୁଡିକର ଆପ୍ କାମ କରୁନାହିଁ ଏବଂ ଅନଲାଇନ୍ ପେମେଣ୍ଟ ମଧ୍ୟ ସମ୍ଭବ ହୋଇପାରୁ ନାହିଁ ।

ୟୁକ୍ରେନ (Ukraine) ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି ଯେ, ସାଇବର ଆକ୍ରମଣ ହୋଇଛି କିନ୍ତୁ ବ୍ୟାଙ୍କରେ ଜମା ହୋଇଥିବା ଗ୍ରାହକଙ୍କ ଟଙ୍କାର କୌଣସି କ୍ଷତି ହେବ ନାହିଁ । ଏହି ଆକ୍ରମଣ ପଛରେ ଋଷ (Russia) ଥାଇପାରେ ବୋଲି ୟୁକ୍ରେନ ସରକାର ଭୟ କରୁଛନ୍ତି । ୟୁକ୍ରେନ ପ୍ରଶାସନ କହିଛି, ରୁଷ ନିଜର ଆକ୍ରମଣ ଯୋଜନାରେ ସଫଳ ହୋଇନଥିବା ବେଳେ ଏହି ଘୃଣ୍ୟ କାର୍ଯ୍ୟ କରିଥାଇପାରେ ।

ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀରେ ମଧ୍ୟ ୟୁକ୍ରେନର ୭୦ଟି ୱେବସାଇଟ୍ କାମ କରିବା ବନ୍ଦ କରିଦେଇଥିଲା । ସେହି ସମୟରେ ମଧ୍ୟ ୟୁକ୍ରେନ ଋଷର ବିରୋଧରେ ଅଭିଯୋଗ ଆଣିଥିଲା । ୨୦୧୭ରେ ଋଷ ୟୁକ୍ରେନ (Ukraine) ଉପରେ ଏକ ବଡ଼ ସାଇବର ଆକ୍ରମଣ କରିଥିଲା । ସେ ନୋଟପେଟିଆ ନାମକ ଏକ ଭୂତାଣୁ ମାଧ୍ୟମରେ ସାରା ବିଶ୍ୱରେ ୧୦ ବିଲିୟନ ଡଲାରର କ୍ଷତି ଘଟାଇଥିଲା ।

ଏହା ବି ପଢ଼ନ୍ତୁ:-ଜାଣନ୍ତୁ 'କାଚା ବାଦାମ' ଗୀତର ଗାୟକ ଭୁବନ କେତେ ସମ୍ପତ୍ତିର ମାଲିକ, ଜାଣି ଉଡ଼ିଯିବ ଆପଣଙ୍କ ହୋଶ୍!

ଏହା ବି ପଢ଼ନ୍ତୁ:-ପୁଟିନ ହେବେ ପରବର୍ତ୍ତୀ ହିଟଲର? ଆତଙ୍କରେ ପୂର୍ବ ୟୁରୋପର ଏହି ୩ଟି ଦେଶ, ୟୁକ୍ରେନ ପରେ ଏସବୁ ଦେଶର ନମ୍ବର!

ଏହା ବି ପଢ଼ନ୍ତୁ:-୧.୩୦ ଲକ୍ଷ ସୈନ୍ୟ, ଯୁଦ୍ଧ ବିମାନ, ମିସାଇଲ, ଟ୍ୟାଙ୍କ...ତିନି ଆଡୁ ଘେରି ସାରିଛି ୟୁକ୍ରେନ; ଆକ୍ରମଣ କରିବ ଋଷ!