ଋଷର ଏହି ପଦକ୍ଷେପରୁ ଆହୁରି ବଢ଼ାଇ ଦେଲା ଯୁଦ୍ଧ ଆଶଙ୍କା! ସଙ୍କଟରେ ୟୁକ୍ରେନ
Advertisement
Article Detail0/zeeodisha/odisha1094419

ଋଷର ଏହି ପଦକ୍ଷେପରୁ ଆହୁରି ବଢ଼ାଇ ଦେଲା ଯୁଦ୍ଧ ଆଶଙ୍କା! ସଙ୍କଟରେ ୟୁକ୍ରେନ

Russia Ukraine Conflict: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ (UK Prime Minister Boris Johnson) ଗୁରୁବାର କହିଛନ୍ତି ଯେ, ଦଶନ୍ଧି ମଧ୍ୟରେ ୟୁରୋପ (Europe) ସବୁଠୁ ବଡ଼ ସୁରକ୍ଷା ସଙ୍କଟ ଦେଇ ଗତି କରୁଛି । ସୀମାରେ ୧,୦୦,୦୦୦ରୁ ଅଧିକ ସୈନ୍ୟ ଜମା କରିବା ସତ୍ତ୍ୱେ ୟୁକ୍ରେନ (Ukraine) ଉପରେ ଆକ୍ରମଣ କରିବାର ଯୋଜନାକୁ ଋଷ ( Russia) ବାରମ୍ବାର ଅସ୍ୱୀକାର କରିଛି।

ଋଷର ଏହି ପଦକ୍ଷେପରୁ ଆହୁରି ବଢ଼ାଇ ଦେଲା ଯୁଦ୍ଧ ଆଶଙ୍କା! ସଙ୍କଟରେ ୟୁକ୍ରେନ

ନୂଆଦିଲ୍ଲୀ: Russia Ukraine Conflict: ୟୁକ୍ରେନ (Ukraine) ଉପରେ ଋଷ (Russia) ର ଆକ୍ରମଣ କରିବା ଆଶଙ୍କା ମଧ୍ୟରେ ଋଷ ଓ ବେଲାଋଷ (Belarus) ୧୦ ଦିନିଆ ମିଳିତ ସାମରିକ ଅଭ୍ୟାସ ଆରମ୍ଭ କରିଛନ୍ତି । ବେଲାଋଷ ହେଉଛି ଋଷର ଏକ ଘନିଷ୍ଠ ସହଯୋଗୀ ଓ ୟୁକ୍ରେନ ସହିତ ଏହାର ଦୀର୍ଘ ସୀମା ଲାଗିଛି ।

ଫ୍ରାନ୍ସ (France) ଏହି ସାମରିକ ଅଭ୍ୟାସକୁ ଶୀତଳ ଯୁଦ୍ଧ (Cold War) ପରଠାରୁ ବେଲାଋଷ (Belarus) ରେ ଋଷ (Russia) ର ସବୁଠାରୁ ବଡ଼ ମୁତୟନ ମନେ କରି ଏହାକୁ 'ହିଂସାତ୍ମକ ଇସାରା' ବୋଲି କହିଛି । ୟୁକ୍ରେନ କହିଛି ଯେ ଏହା "ମୌନବୈଜ୍ଞାନିକ ଚାପ" ଅଟେ ।

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ (UK Prime Minister Boris Johnson) ଗୁରୁବାର କହିଛନ୍ତି ଯେ, ଦଶନ୍ଧି ମଧ୍ୟରେ ୟୁରୋପ (Europe) ସବୁଠୁ ବଡ଼ ସୁରକ୍ଷା ସଙ୍କଟ ଦେଇ ଗତି କରୁଛି । ସୀମାରେ ୧,୦୦,୦୦୦ରୁ ଅଧିକ ସୈନ୍ୟ ଜମା କରିବା ସତ୍ତ୍ୱେ ୟୁକ୍ରେନ (Ukraine) ଉପରେ ଆକ୍ରମଣ କରିବାର ଯୋଜନାକୁ ଋଷ ( Russia) ବାରମ୍ବାର ଅସ୍ୱୀକାର କରିଛି।

ସୀମାରେ ୧ ଲକ୍ଷରୁ ଅଧିକ ସୈନ୍ୟ ଜମା କରିବା ସତ୍ତ୍ୱେ ୟୁକ୍ରେନ ଉପରେ ଆକ୍ରମଣ କରିବାର ଯୋଜନାକୁ ଋଷ ବାରମ୍ବାର ଅସ୍ୱୀକାର କରିଛି । କିନ୍ତୁ ଆମେରିକା (US) ଓ ଅନ୍ୟ ପାଶ୍ଚାତ୍ୟ ଦେଶମାନେ (Western countries) ଚେତାବନୀ ଦେଇଛନ୍ତି ଯେ ଯେକୌଣସି ସମୟରେ ଆକ୍ରମଣ ହୋଇପାରେ ।

ଏହି ସାମରିକ ଅଭ୍ୟାସ, ଯାହାକୁ ଆଲିଏଡ୍ ରିଜୋଲ୍ୟୁଶନ୍ ୨୦୨୨ (Allied Resolve 2022) ନାମ ଦିଆଯାଇଛି । ୟୁକ୍ରେନ (Ukraine) ସହିତ ବେଲାଋଷ (Belarus) ର ସୀମା ନିକଟତର ହୋଇଥାଏ, ଯାହାର ଲମ୍ବ ୧୦୦୦ କିଲୋମିଟର (୬୨୦ ମାଇଲ) ରୁ ଅଧିକ ଅଟେ ।

ଏହି ଅଭ୍ୟାସ ଋଷ ( Russia) ର ସୈନ୍ୟମାନଙ୍କୁ ୟୁକ୍ରେନର ରାଜଧାନୀ କୀବି (Kyiv) ରେ ରଖିାଯାଇଛି, ଆଶଙ୍କା ମଧ୍ୟରେ ଋଷ ଯଦି ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ ତେବେ ସହର ଉପରେ ଆକ୍ରମଣ କରିବା ସହଜ ହେବ ।

ଏହା ବି ପଢ଼ନ୍ତୁ:-ଏହି ୮ ଷ୍ଟାର କ୍ରିକେଟରଙ୍କ କଳା କାରନାମା ଯୋଗୁଁ ବଦନାମ ହୋଇଛି କ୍ରିକେଟ! ତାଲିକାରେ ରହିଛି ଏହି ୨ ପାକିସ୍ତାନୀ କ୍ରିକେଟରଙ୍କ ନାଁ

ଏହା ବି ପଢ଼ନ୍ତୁ:-'ଚରିତ୍ରହୀନ'ର ପ୍ରତ୍ୟେକ ସିନ୍ ଅତ୍ୟନ୍ତ ବୋଲ୍ଡ, ଭୁଲରେ ବି ଦେଖନ୍ତୁନି ପରିବାର ସହ

ଏହା ବି ପଢ଼ନ୍ତୁ:-OTT ରେ ରହିଛି ଏହି ୭ଟି ବୋଲ୍ଡ ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି ପରିବାର ସହ

ଏହା ବି ପଢ଼ନ୍ତୁ:-ଖାଇବାରେ ସାମିଲ କରନ୍ତୁ ଏହି ୫ଟି ଜିନିଷ, ଦ୍ରୁତ ଗତିରେ ବଢ଼ିବ ଯୌନ ଶକ୍ତି

 

ବେଲାଋଷ ( Belarus) ର ନେତା ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋ (Alexander Lukashenko) ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କର ଜଣେ ସହଯୋଗୀ ଅଟନ୍ତି ଓ ଦୁଇ ଦେଶ ତଥାକଥିତ "ଫେଡେରାଲ୍ ଷ୍ଟେଟ୍" ଗଠନ କରିଛନ୍ତି ଯେଉଁଥିରେ ଆର୍ଥିକ ଓ ସାମରିକ ଏକୀକରଣ ମଧ୍ୟ ସାମିଲ ରହିଛି । ୨୦୨୦ରେ ବିବାଦୀୟ ନିର୍ବାଚନ ପରେ କ୍ରେମଲିନ୍ ଲୁକାଶେଙ୍କୋଙ୍କୁ ସମର୍ଥନ କରିଥିଲା, ଯେଉଁଥି ପାଇଁ ବେଲାଋଷରେ ବିରୋଧ ପ୍ରଦର୍ଶନ ହୋଇଥିଲା ।

ଆମେରିକା (America) କହିଛି ଯେ ବେଲାଋଷ ସହିତ ଏହି ସାମରିକ ଅଭ୍ୟାସରେ ପ୍ରାୟ ୩୦,୦୦ ଋଷ ସୈନ୍ୟ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି, ଯଦିଓ ମସ୍କୋ ଓ ମିନସ୍କ ଅଂଶଗ୍ରହଣକାରୀଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରି ନାହାଁନ୍ତି । ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ମୁତାବକ, "ପ୍ରତିରକ୍ଷା ଅପରେସନ୍ ସହିତ ବାହ୍ୟ ଆକ୍ରୋମଣକୁ ଦୂରେଇ ରଖିବାର ଅଭ୍ୟାସ କରିବାର ଅଛି । ସୈନ୍ୟ ସୀମାର ସୁରକ୍ଷା ପାଇଁ ଅଭ୍ୟାସ ମଧ୍ୟ କରିବେ ଓ ଅସ୍ତ୍ରଶସ୍ତ୍ର ଏବଂ ଗୁଳି-ବାରୁଦ ବଣ୍ଟନ ଚ୍ୟାନେଲକୁ ଅବରୋଧ କରିବେ ।"