ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିଛି ୟୁକ୍ରେନ? ଋଷର ଦାବିକୁ ନେଇ ଭାରତ ଦେଲା ଏହି ଜବାବ
Advertisement
Article Detail0/zeeodisha/odisha1113682

ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିଛି ୟୁକ୍ରେନ? ଋଷର ଦାବିକୁ ନେଇ ଭାରତ ଦେଲା ଏହି ଜବାବ

Russia-Ukraine War, Indian Students Stranded in Ukraine: ମୁଖପାତ୍ର କହିଛନ୍ତି ଯେ, ୟୁକ୍ରେନ (Ukraine) ସ୍ଥିତ ଆମର ଦୂତାବାସ ସେଠାରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗରେ ଅଛି । ଆମର ଦୂତାବାସ ୟୁକ୍ରେନର ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ବଜାୟ ରଖିଛି । ଅନେକ ଭାରତୀୟ ବୁଧବାର ହିଁ ଖାର୍କିଭ ଛାଡିଥିଲେ । ଭାରତୀୟ ଛାତ୍ରଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଧକ ରଖାଯିବା ବିଷୟରେ ଆମ ପାଖରେ କୌଣସି ଖବର ନାହିଁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଭାରତୀୟ ଛାତ୍ରମାନଙ୍କୁ ବାହାରକୁ ଯିବାରେ ସାହାଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଅନୁରୋଧ କରିଛନ୍ତି ।

ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିଛି ୟୁକ୍ରେନ? ଋଷର ଦାବିକୁ ନେଇ ଭାରତ ଦେଲା ଏହି ଜବାବ

ନୂଆଦିଲ୍ଲୀ: Russia-Ukraine War, Indian Students Stranded in Ukraine: ୟୁକ୍ରେନ-ଋଷ ମଧ୍ୟରେ ଆଠ ଦିନ ଧରି ଯୁଦ୍ଧ ଜାରି ରହିଛି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଋଷର ରାଷ୍ଟ୍ରପତି ପୁଟିନ (Russian President Vladimir Putin) ଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ଋଷର ରାଷ୍ଟ୍ରପତି କହିଛନ୍ତି ଯେ, ୟୁକ୍ରେନ ସୈନ୍ୟ (Ukrainian Army) ଭାରତୀୟ ଛାତ୍ରମାନ (Indian Students) ଙ୍କୁ ବନ୍ଧକ ରଖିଛନ୍ତି ଓ ସେମାନଙ୍କୁ ଢାଲ ଭାବରେ ବ୍ୟବହାର କରୁଛନ୍ତି ।

ଏଭଳି ପରିସ୍ଥିତିରେ ୟୁକ୍ରେନ ଦ୍ୱାରା ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିବା ଅଭିଯୋଗ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (Ministry of External Affairs) ନିଜର ସ୍ପଷ୍ଟୀକରଣ ଦେଇଛି । ବୈଦେଶିକ ମନ୍ତ୍ରଣାଳୟ (MEA) ର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖିବା ପରି ପରିସ୍ଥିତି ସମ୍ପର୍କରେ କୌଣସି ଖବର ନାହିଁ ।

ଏହା ବି ପଢ଼ନ୍ତୁ:-ଦଶନ୍ଧି ଧରି ନିରପେକ୍ଷ ଥିବା ଦେଶଗୁଡ଼ିକ ମଧ୍ୟ 'ଯୁଦ୍ଧ'ରେ ହେଲେ ସାମିଲ! ଜର୍ମାନୀ-ସ୍ୱିଡେନ ସମେତ ଏହି ୫ଟି ଦେଶ ନେଲେ ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-BCCI ଜାରି କଲା ଭାରତୀୟ ଖେଳାଳିଙ୍କ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ, ଏହି ସବୁ ଦିଗଜ ଖେଳାଳିଙ୍କୁ ହେଲା କ୍ଷତି

ଏହା ବି ପଢ଼ନ୍ତୁ:-ଋଷ ଦେଲା ଚାଞ୍ଚଲ୍ୟକର ବୟାନ, ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିଛି ୟୁକ୍ରେନ

ଏହା ବି ପଢ଼ନ୍ତୁ:- ହେଉଛି OTT ର ସବୁଠାରୁ ବୋଲ୍ଡ ୱେବ୍ ସିରିଜ୍, କାହା ଆଗରେ ଭୁଲରେ ବି କରନ୍ତୁନି କ୍ଲିକ୍

ମୁଖପାତ୍ର କହିଛନ୍ତି ଯେ, ୟୁକ୍ରେନ (Ukraine) ସ୍ଥିତ ଆମର ଦୂତାବାସ ସେଠାରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗରେ ଅଛି । ଆମର ଦୂତାବାସ ୟୁକ୍ରେନର ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ବଜାୟ ରଖିଛି । ଅନେକ ଭାରତୀୟ ବୁଧବାର ହିଁ ଖାର୍କିଭ ଛାଡିଥିଲେ । ଭାରତୀୟ ଛାତ୍ରଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଧକ ରଖାଯିବା ବିଷୟରେ ଆମ ପାଖରେ କୌଣସି ଖବର ନାହିଁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ୟୁକ୍ରେନ କର୍ତ୍ତୃପକ୍ଷଙ୍କୁ ଭାରତୀୟ ଛାତ୍ରମାନଙ୍କୁ ବାହାରକୁ ଯିବାରେ ସାହାଯ୍ୟ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଅନୁରୋଧ କରିଛନ୍ତି ।

ଏଠାରେ କହି ରଖୁଛୁ ଯେ, ୟୁକ୍ରେନରେ ବର୍ତ୍ତମାନ ମଧ୍ୟ ଶତାଧିକ ଭାରତୀୟ ଛାତ୍ର ଫସି ଅଛନ୍ତି । ଏହି ଭାରତୀୟ ଛାତ୍ରମାନଙ୍କୁ ସେଠାରୁ ଶୀଘ୍ର ବାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାତିରେ ଋଷର ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିଛନ୍ତି । ଏହି ସମୟରେ ଋଷର ରାଷ୍ଟ୍ରପତି କହିଥିଲେ ଯେ, ୟୁକ୍ରେନ ସୈନ୍ୟ ଭାରତୀୟ ଛାତ୍ରମାନଙ୍କୁ ବନ୍ଧକ ରଖିଛନ୍ତି ଓ ସେମାନଙ୍କୁ ଢାଲ ଭାବରେ ବ୍ୟବହାର କରୁଛନ୍ତି । ଭାରତୀୟ ଛାତ୍ରମାନଙ୍କୁ ଋଷରେ ଯିବାକୁ ବାରଣ କରାଯାଉଛି । ଆଲୋଚନା ପରେ ଏହି ଅଭିଯୋଗ ସମ୍ପର୍କରେ ଋଷର ରାଷ୍ଟ୍ରପତି ଭବନ ତରଫରୁ ଏକ ବୟାନ ମଧ୍ୟ ଜାରି କରାଯାଇଛି ।