Russia Ukraine War: ଆମେରିକାକୁ ଜୋରଦାର ଝଟକା ଦେଲେ ପୁଟିନ!
Advertisement
Article Detail0/zeeodisha/odisha1381323

Russia Ukraine War: ଆମେରିକାକୁ ଜୋରଦାର ଝଟକା ଦେଲେ ପୁଟିନ!

Russia Ukraine War: ଆପଣଙ୍କୁ କହି ରଖୁଛୁ ଯେ, ଭ୍ଲାଦିମିର ପୁଟିନ ୟୁକ୍ରେନକୁ ସୋଭିଏତ ସଂଘର ଏକ ଅଂଶ ବୋଲି କହୁଛନ୍ତି । ଏହାସହ ସେ ଦେଶର ବିଚ୍ଛିନ୍ନତାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଋଷ ୨୦୧୪ରେ ୟୁକ୍ରେନ ଉପରେ ଆକ୍ରମଣ କରି କ୍ରିମିଆକୁ ଅକ୍ତିଆର କରିନେଇଥିଲା ।

Russia Ukraine War: ଆମେରିକାକୁ ଜୋରଦାର ଝଟକା ଦେଲେ ପୁଟିନ!

ନୂଆଦିଲ୍ଲୀ: Russia Ukraine War: ଋଷ (Russia) ସହିତ ୟୁକ୍ରେନ (Ukraine) ର ୪ଟି ଅଞ୍ଚଳର ବିଲୟକୁ ଅନୁମୋଦନ କରିବାକୁ ରାଷ୍ଟ୍ରପତି (Russia President) ଭ୍ଲାଦିମିର ପୁଟିନ (Vladimir Putin) ଏକ ଆଇନରେ ଦସ୍ତଖତ କରିଛନ୍ତି । ଏହି ଅଞ୍ଚଳଗୁଡିକ ପୂର୍ବ ୟୁକ୍ରେନର ଅଟେ, ଯାହା ଋଷର ସେନା (Russian Army) ଦ୍ୱାରା ଦଖଲ କରାଯାଇଛି । ଭ୍ଲାଦିମିର ପୁଟିନଙ୍କ ଏହି ପଦକ୍ଷେପ ଆମେରିକା ସମେତ ପଶ୍ଚିମ ଦେଶକୁ ଉତ୍ତେଜିତ କରିପାରେ । ଋଷର ଏହି ନିଷ୍ପତ୍ତି ମଧ୍ୟ ଅନ୍ତର୍ଜାତୀୟ ନିୟମ ବିରୁଦ୍ଧରେ ରହିଛି । ଏହି ସପ୍ତାହରେ ଋଷ ସଂସଦର ଉଭୟ ଗୃହ ୟୁକ୍ରେନର ଡୋନେଟସ୍କ, ଲୁହାନସ୍କ, ଖେରସନ ଏବଂ ଜାପୋରିଝାଝିଆକୁ ବିଲୟ କରିବା ପାଇଁ ଏକ ଆଇନ ପ୍ରଣୟନ କରିଛି । ଏହା ପରେ ଭ୍ଲାଦିମିର ପୁଟିନଙ୍କୁ ଦସ୍ତଖତ କରିବାର ଥିଲା । ବର୍ତ୍ତମାନ ପୁଟିନ (Putin) ଏହି ନିୟମକୁ ଅନୁମୋଦନ କରିଛନ୍ତି । ତେଣୁ ଏହି ଅଞ୍ଚଳଗୁଡିକ ମଧ୍ୟ ଋଷ ଦଖଲରେ ଆସିଯାଇଛି । 

ଏହାପୂର୍ବରୁ ଏହି ଅଞ୍ଚଳରେ ଋଷ ତରଫରୁ ମତ ଗ୍ରହଣ କରିବାକୁ ମଧ୍ୟ ଦାବି କରାଯାଇଥିଲା । ଋଷ କହିଥିଲା ଯେ, ରେଫରେଣ୍ଡମରେ ୯୦ ପ୍ରତିଶତ ଲୋକ ଋଷରେ ଅଞ୍ଚଳକୁ ବିଲୟ କରିବା କଥା କହିଛନ୍ତି । ତେବେ ଆମେରିକା ଓ ୟୁକ୍ରେନ ସମେତ ପାଶ୍ଚାତ୍ୟ ଦେଶଗୁଡିକ ଏହି ଜନମତ ଗ୍ରହଣକୁ ଫର୍ଜି ବୋଲି ବିରୋଧ କରି କହିଛନ୍ତି ଯେ ଋଷ ଫର୍ଜି ଜନମତ ଗ୍ରହଣ କରାଇଛି । ଆପଣଙ୍କୁ କହି ରଖୁଛୁ ଯେ, ଭ୍ଲାଦିମିର ପୁଟିନ ୟୁକ୍ରେନକୁ ସୋଭିଏତ ସଂଘର ଏକ ଅଂଶ ବୋଲି କହୁଛନ୍ତି । ଏହାସହ ସେ ଦେଶର ବିଚ୍ଛିନ୍ନତାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଋଷ ୨୦୧୪ରେ ୟୁକ୍ରେନ ଉପରେ ଆକ୍ରମଣ କରି କ୍ରିମିଆକୁ ଅକ୍ତିଆର କରିନେଇଥିଲା । ସେହିଭଳି ବର୍ତ୍ତମାନ ପୂର୍ବ ୟୁକ୍ରେନର କିଛି ଅଂଶ ମଧ୍ୟ ଋଷ ଦଖଲ କରିଛି । ଋଷ କହିଛି ଯେ, ପୂର୍ବ ୟୁକ୍ରେନରେ ଋଷର ହିଁ ମୂଳ ଲୋକ ବାସ କରନ୍ତି ଓ ସେଠାରେ ଥିବା ସଂସ୍କୃତି ଋଷ ସହିତ ସମ୍ପୂର୍ଣ୍ଣ ସମାନ । ଏଭଳି ପରିସ୍ଥିତିରେ କେବଳ ଋଷର ଏହି କ୍ଷେତ୍ର ଉପରେ ଅଧିକାର ରହିଛି । 

ଅଧିକ ପଢ଼ନ୍ତୁ:-ଗେହଲୋଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!

ଅଧିକ ପଢ଼ନ୍ତୁ:-ପାକିସ୍ତାନ ପାଇଁ ପୁଣି ଭାରତକୁ ଧୋକା ଦେଲା ଆମେରିକା!

ଅଧିକ ପଢ଼ନ୍ତୁ:-ଟି-୨୦ରେ ରୋହିତ ଶର୍ମାଙ୍କ ନାମରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ, ଏପରି କରିଥିବା ପ୍ରଥମ ଭାରତୀୟ ଖେଳାଳି

ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ମାସର ଶେଷ ଆଡ଼କୁ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହା ପରେ ଋଷ ଦାବି କରିଥିଲା ଯେ ୟୁକ୍ରେନ ନାଟୋରେ ଯୋଗଦେବାକୁ ଚେଷ୍ଟା କରିଛି ଓ ଏହା ତାର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ଏଭଳି ପରିସ୍ଥିତିରେ ସେ ନିଜର ସୁରକ୍ଷା ସ୍ୱାର୍ଥ ପାଇଁ ୟୁକ୍ରେନ ଉପରେ ଆକ୍ରମଣ କରିଛି । ନିକଟ ଅତୀତରେ ପାଶ୍ଚାତ୍ୟ ଦେଶମାନଙ୍କୁ କଡ଼ା ଚେତାବନୀ ଦେଇ ଭ୍ଲାଦିମିର ପୁଟିନ ପରମାଣୁ ଆକ୍ରମଣର ଧମକ ମଧ୍ୟ ଦେଇଛନ୍ତି । ୟୁକ୍ରେନର ଅଧିକାଂଶ ସହର ଧ୍ୱଂସ ହୋଇସାରିଛି । ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିବା ସହ ହଜାର ହଜାର ଲୋକ ଆହତ ମଧ୍ୟ ହୋଇଛନ୍ତି । ଏଥିରେ ଶିଶୁ, ମହିଳା ଏବଂ ସାଧାରଣ ନାଗରିକ ସମେତ ସୈନ୍ୟ ମଧ୍ୟ ସାମିଲ ଅଛନ୍ତି ।