ଶେଷ ହେବ ଯୁଦ୍ଧ! ଋଷର ପ୍ରମୁଖ ଦାବି ଉପରେ ୟୁକ୍ରେନର ରାଷ୍ଟ୍ରପତି ଦେଲେ ଏହି ବଡ଼ ବୟାନ
Advertisement
Article Detail0/zeeodisha/odisha1137414

ଶେଷ ହେବ ଯୁଦ୍ଧ! ଋଷର ପ୍ରମୁଖ ଦାବି ଉପରେ ୟୁକ୍ରେନର ରାଷ୍ଟ୍ରପତି ଦେଲେ ଏହି ବଡ଼ ବୟାନ

Russia-Ukraine War: ଯୁଦ୍ଧ ଆରମ୍ଭ ପୂର୍ବରୁ ଆମେରିକା (America) ଓ ନାଟୋ (NATO) ୟୁକ୍ରେନ (Ukraine) କୁ ସାହାଯ୍ୟର ଆଶ୍ୱାସନା ଦେଉଥିଲେ, କିନ୍ତୁ ରୁଷୀୟ ସେନା (Russian Troops) ୟୁକ୍ରେନକୁ ଯିବା ମାତ୍ରେ ସବୁକିଛି ବଦଳି ଯାଇଛି । ୟୁକ୍ରେନ ଆଶା କରିଥିଲା ​​ଯେ ଆମେରିକା ଓ ନାଟୋ ଦେଶର ସୈନ୍ୟମାନେ ସାହାଯ୍ୟ କରିବେ, କିନ୍ତୁ ତାହା ହୋଇପାରିଲା ନାହିଁ । ଏଥିରେ ଅସନ୍ତୋଷ ପ୍ରକାଶ କରି ଜେଲେନସ୍କି (Volodymyr Zelensky) ପାଶ୍ଚାତ୍ୟ ଦେଶମାନଙ୍କୁ କହିଥିଲେ ଯେ ସେ ନାଟୋର ସଦସ୍ୟ ହେବାକୁ ଆଗ୍ରହୀ ନୁହଁନ୍ତି । ବୋଧହୁଏ ଏହି କାରଣ ହେଉଛି ଜେଲେନସ୍କି ଏହି ପ୍ରସଙ୍ଗରେ ବୁଝାମଣା କରିବାକୁ ପ୍ରସ୍ତୁତ ଥିବା ପରି ମନେ ହେଉଛି ।

ଶେଷ ହେବ ଯୁଦ୍ଧ! ଋଷର ପ୍ରମୁଖ ଦାବି ଉପରେ ୟୁକ୍ରେନର ରାଷ୍ଟ୍ରପତି ଦେଲେ ଏହି ବଡ଼ ବୟାନ

କୀଭ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ଯୁଦ୍ଧର ଏକ ମାସରୁ ଅଧିକ ସମୟ ବିତିଗଲାଣି । ଋଷର ସେନା (Russian Army) ୟୁକ୍ରେନ (Ukraine) କୁ ଦଖଲ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ୟୁକ୍ରେନ ସେନା (Ukrainian Army) ମଧ୍ୟ ଋଷକୁ ଜୋରଦାର ଜବାବ ଦେଉଛି । ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Ukrainian President Volodymyr Zelensky) କହିଛନ୍ତି ଯେ, ସେ ଋଷର ନିରପେକ୍ଷ ସ୍ଥିତି ଆପଣାଇବାର ଦାବିକୁ ସତର୍କତାର ସହ ବିଚାର କରୁଛନ୍ତି । ସେ କହିଛନ୍ତି ଯେ, ଆମେ ମସ୍କୋ ସହିତ ଏହା ଉପରେ ଆଲୋଚନା କରିପାରୁ, କିନ୍ତୁ ଏଥିପାଇଁ ଏକ ତୃତୀୟ ପକ୍ଷକୁ ଗ୍ୟାରେଣ୍ଟି ଦେବା ସହ ଜନମତ ସଂଗ୍ରହ କରିବାକୁ ପଡ଼ିବ ।

ଯୁଦ୍ଧ ଶେଷ କରିବା ପାଇଁ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇସାରିଛି, କିନ୍ତୁ କୌଣସି ସୁଫଳ ମିଳି ନାହିଁ । ଏଭଳି ପରିସ୍ଥିତିରେ ତୁର୍କୀ (Turkey) ରେ ୨୮-୩୦ ମାର୍ଚ୍ଚ ମଧ୍ୟରେ ଚାଲୁ ଥିବା ପରବର୍ତ୍ତୀ ରାଉଣ୍ଡ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ଜେଲେନସ୍କି (Volodymyr Zelensky) ନିଜର ୯୦ ମିନିଟର ଭିଡିଓ କଲରେ ଋଷର ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି ଯେ, ଆମେ ନିରପେକ୍ଷ ସ୍ଥିତିର ଦାବି ଉପରେ ବିଚାର କରୁଛୁ ଓ ଏହା ଉପରେ ଆମେ ଚର୍ଚ୍ଚା ମଧ୍ୟ କରୁଛୁ । ଭବିଷ୍ୟତରେ ଏହା ୟୁକ୍ରେନକୁ କିପରି ପ୍ରଭାବିତ କରିବ ତାହା ଆମକୁ ଦେଖିବାକୁ ପଡ଼ିବ ।

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଆରମ୍ଭରୁ ୟୁକ୍ରେନ (Ukraine) କୁ ନିରପେକ୍ଷ ସ୍ଥିତି ଆପଣାଇବା ପାଇଁ କହିଆସୁଛନ୍ତି । ଏହାର ଅର୍ଥ ହେଉଛି ନାଟୋ (NATO) ର ଅଂଶ ହେବା ପ୍ରସଙ୍ଗରେ ୟୁକ୍ରେନ ନିରପେକ୍ଷ ରହିବା ଉଚିତ୍ । ଯୁଦ୍ଧ ଘୋଷଣା ସମୟରେ ପୁଟିନ କହିଥିଲେ ଯେ ୟୁକ୍ରେନ ନାଟୋରେ ଯୋଗଦେବା ପାଇଁ ଜିଦ୍‌ ଛାଡିବାକୁ ପ୍ରସ୍ତୁତ ନ ଥିବାରୁ ଆମକୁ ଯୁଦ୍ଧର ନିଷ୍ପତ୍ତି ନେବାକୁ ପଡ଼ିଛି ।

ଏଠାରେ କହି ରଖୁଛୁ ଯେ, ୧୯୪୯ର ନାଟୋ (NATO) ଚୁକ୍ତିନାମା ଯେକୌଣସି ୟୁରୋପୀୟ ଦେଶ (European country) କୁ ଏହାର ସଦସ୍ୟ ହେବାର ଅଧିକାର ଦେଇଥାଏ । ସେଥିପାଇଁ ୟୁକ୍ରେନ (Ukraine) ଏଥିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ତଥାପି, ଋଷ (Russia) ଅନୁଭବ କରୁଛି ଯେ ଯଦି ୟୁକ୍ରେନ ନାଟୋରେ ଯୋଗ ଦିଅନ୍ତି, ତେବେ ଭବିଷ୍ୟତରେ ତା' ପାଇଁ ସମସ୍ୟା ଉପୁଜିବ ।

ଏହା ବି ପଢ଼ନ୍ତୁ:-ପିଏମ ମୋଦି ହିଁ ବନ୍ଦ କରାଇବେ ଋଷ-ୟୁକ୍ରେନ ଯୁଦ୍ଧ! ଭାରତ ସହ ଲଗାତର ଯୋଗାଯୋଗରେ ଅଛନ୍ତି ଜାତିସଂଘର ମୁଖ୍ୟ

ଏହା ବି ପଢ଼ନ୍ତୁ:-ଗେହଲୋଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!

ଏହା ବି ପଢ଼ନ୍ତୁ:-ମହିଳାଙ୍କ ସହିତ ବନ୍ଦ ରୁମରେ ପଞ୍ଚାୟତ ସଚିବଙ୍କ ମସ୍ତି! ଭାଇରାଲ ହେଲା ଭିଡିଓ

 

ଯୁଦ୍ଧ ଆରମ୍ଭ ପୂର୍ବରୁ ଆମେରିକା (America) ଓ ନାଟୋ (NATO) ୟୁକ୍ରେନ (Ukraine) କୁ ସାହାଯ୍ୟର ଆଶ୍ୱାସନା ଦେଉଥିଲେ, କିନ୍ତୁ ରୁଷୀୟ ସେନା (Russian Troops) ୟୁକ୍ରେନକୁ ଯିବା ମାତ୍ରେ ସବୁକିଛି ବଦଳି ଯାଇଛି । ୟୁକ୍ରେନ ଆଶା କରିଥିଲା ​​ଯେ ଆମେରିକା ଓ ନାଟୋ ଦେଶର ସୈନ୍ୟମାନେ ସାହାଯ୍ୟ କରିବେ, କିନ୍ତୁ ତାହା ହୋଇପାରିଲା ନାହିଁ । ଏଥିରେ ଅସନ୍ତୋଷ ପ୍ରକାଶ କରି ଜେଲେନସ୍କି (Volodymyr Zelensky) ପାଶ୍ଚାତ୍ୟ ଦେଶମାନଙ୍କୁ କହିଥିଲେ ଯେ ସେ ନାଟୋର ସଦସ୍ୟ ହେବାକୁ ଆଗ୍ରହୀ ନୁହଁନ୍ତି । ବୋଧହୁଏ ଏହି କାରଣ ହେଉଛି ଜେଲେନସ୍କି ଏହି ପ୍ରସଙ୍ଗରେ ବୁଝାମଣା କରିବାକୁ ପ୍ରସ୍ତୁତ ଥିବା ପରି ମନେ ହେଉଛି ।