ମହିଳାଙ୍କ ସହିତ ବନ୍ଦ ରୁମରେ ପଞ୍ଚାୟତ ସଚିବଙ୍କ ମସ୍ତି! ଭାଇରାଲ ହେଲା ଭିଡିଓ
Advertisement
Article Detail0/zeeodisha/odisha1137019

ମହିଳାଙ୍କ ସହିତ ବନ୍ଦ ରୁମରେ ପଞ୍ଚାୟତ ସଚିବଙ୍କ ମସ୍ତି! ଭାଇରାଲ ହେଲା ଭିଡିଓ

Panchayat secretary in closed room with woman in Patna: ବିହାର (Bihar) ର ବିହଟା ବ୍ଲକ କାର୍ଯ୍ୟାଳୟ (Bihta block office) ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ (Video Viral) ହେବାରେ ଲାଗିଛି । ଯେଉଁଥିରେ ସରକାରୀ କ୍ୱାର୍ଟରରେ ଜଣେ ମହିଳାଙ୍କ ସହ ପଞ୍ଚାୟତ ସଚିବକୁ ଦେଖାଯାଉଛି । ଏହାସହ ସେଠାରେ ମଦ ବୋତଲ ମଧ୍ୟ ରଖାଯାଇଛି । ଏକ ବନ୍ଦ

ମହିଳାଙ୍କ ସହିତ ବନ୍ଦ ରୁମରେ ପଞ୍ଚାୟତ ସଚିବଙ୍କ ମସ୍ତି! ଭାଇରାଲ ହେଲା ଭିଡିଓ

ପାଟନା: Panchayat secretary in closed room with woman in Patna: ବିହାର (Bihar) ର ବିହଟା ବ୍ଲକ କାର୍ଯ୍ୟାଳୟ (Bihta block office) ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ (Video Viral) ହେବାରେ ଲାଗିଛି । ଯେଉଁଥିରେ ସରକାରୀ କ୍ୱାର୍ଟରରେ ଜଣେ ମହିଳାଙ୍କ ସହ ପଞ୍ଚାୟତ ସଚିବକୁ ଦେଖାଯାଉଛି । ଏହାସହ ସେଠାରେ ମଦ ବୋତଲ ମଧ୍ୟ ରଖାଯାଇଛି । ଏକ ବନ୍ଦ କୋଠରୀରେ ଦୁହେଁ ମସ୍ତି କରୁଥିଲେ । ଭିଡିଓ ଭାଇରାଲ ହେବା ପରେ ଭୀମ କୁମାର ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ବ୍ଲାକମେଲ୍ କରିବା ପାଇଁ ଏହି ଫେକ୍ ଭିଡିଓ ତିଆରି କରାଯାଇଛି । ଏ ବାବଦରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ ।

ସେପଟେ ଏହି ପ୍ରସଙ୍ଗରେ ବିଡିଏ କହିଛନ୍ତି ଯେ ଭାଇରାଲ ଭିଡିଓ ସମ୍ପର୍କରେ ସୂଚନା ମିଳିଛି । ଏହି ପ୍ରସଙ୍ଗରେ ପଞ୍ଚାୟତରାଜ ବିଭାଗକୁ ଏକ ଚିଠି ଲେଖାଯିବ ଓ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯିବ । ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଭାହିବ ବ୍ଲକ ମୁଖ୍ୟ ମାନଲାତି ଦେବୀ କହିଛନ୍ତି ଯେ ବ୍ଲକ କାର୍ଯ୍ୟାଳୟରେ ଏପରି ଭୁଲ କାମ କରିବା ନିନ୍ଦନୀୟ । ଏହି ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।

ଏହା ବି ପଢ଼ନ୍ତୁ:-କାହିଁକି ବଢୁଛି ପେଟ୍ରୋଲ-ଡିଜେଲ ଦର? ଗଡକରୀ କହିଲେ ଏହାର କାରଣ

ଏହା ବି ପଢ଼ନ୍ତୁ:-ଆମେରିକା ଉପରେ ପରମାଣୁ ବୋମା ପକାଇବ କି ଋଷ? ସର୍ଭେରେ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ଏହା ବି ପଢ଼ନ୍ତୁ:-IPL ର ଏହି ୫ଟି ରେକର୍ଡ ଭାଙ୍ଗିବା ଅସମ୍ଭବ! କାରନାମା ଜାଣି ଚକିତ ହେବେ ଆପଣ

 

ଗ୍ରାମବାସୀଙ୍କ କହିବାନୁସାରେ, ସେମାନଙ୍କୁ କାଗଜରେ ଦସ୍ତଖତ ଓ ସରକାରୀ କାର୍ଯ୍ୟ କରାଇବା ପାଇଁ ସଚିବଙ୍କ କାର୍ଯ୍ୟାଳୟର ଚକ୍କର ଲଗାଇବା ପରେ ମଧ୍ୟ କାମ ହୋଇପାରୁ ନଥିଲା । ତାଙ୍କର ଅସାବଧାନତାର ଶିକାର ସାଧାରଣ ଲୋକଙ୍କୁ  ଭୋଗିବାକୁ ପଡ଼ୁଛି । ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ ।