SBI ଗ୍ରାହକ ହୋଇଯାଆନ୍ତୁ ସତର୍କ, ଜୁନ ୩୦ ସୁଦ୍ଧା ଯଦି କରିବେ ନାହିଁ ଏହି କାମ ତ ନେଣଦେଣରେ ହେବ ଅସୁବିଧା, ଜରିମାନା ମଧ୍ୟ ଲାଗିବ
Advertisement

SBI ଗ୍ରାହକ ହୋଇଯାଆନ୍ତୁ ସତର୍କ, ଜୁନ ୩୦ ସୁଦ୍ଧା ଯଦି କରିବେ ନାହିଁ ଏହି କାମ ତ ନେଣଦେଣରେ ହେବ ଅସୁବିଧା, ଜରିମାନା ମଧ୍ୟ ଲାଗିବ

କିଛି ଦିନ ପୂର୍ବରୁ ଏସବିଆଇ (SBI) ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛି ।

SBI ଗ୍ରାହକ ହୋଇଯାଆନ୍ତୁ ସତର୍କ, ଜୁନ ୩୦ ସୁଦ୍ଧା ଯଦି କରିବେ ନାହିଁ ଏହି କାମ ତ ନେଣଦେଣରେ ହେବ ଅସୁବିଧା, ଜରିମାନା ମଧ୍ୟ ଲାଗିବ

ନୂଆଦିଲ୍ଲୀ: SBI PAN-Aadhaar Link: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ର ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି । ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର ସମସ୍ତ ଗ୍ରାହକଙ୍କୁ ସେମାନଙ୍କର ପାନ୍-ଆଧାର (PAN-Aadhaar) କୁ ଲିଙ୍କ୍ କରିବାକୁ କହିଛି, ଯାହା ଦ୍ୱାରା ସେମାନେ ଭବିଷ୍ୟତରେ କୌଣସି ଅସୁବିଧାକୁ ଏଡାଇ ପାରିବେ । ଯଦିଓ ପାନ୍-ଆଧାର ଲିଙ୍କ୍ (PAN-Aadhaar Link) ସମସ୍ତଙ୍କ ଦ୍ୱାରା କରିବାକୁ ପଡିବ, କିନ୍ତୁ SBI ଏହାର ଗ୍ରାହକଙ୍କୁ ବିଶେଷ ସତର୍କ ସୂଚନା ଜାରି କରିଛି । ଯାହା ଦ୍ୱାରା ସେମାନେ ତୁରନ୍ତ ଏହି କାର୍ଯ୍ୟ କରିପାରିବେ ।

ଅଧିକ ପଢ଼ନ୍ତୁ:-ଦେଶରେ ପୁଣି ବଢ଼ିଲା କୋରୋନାର ନୂଆ ମାମଲା, ଦିନକରେ ଏତିକି ସଂକ୍ରମିତଙ୍କ ମୃତ୍ୟୁ

SBI କରିଛି ଟ୍ୱିଟ୍

କିଛି ଦିନ ପୂର୍ବରୁ ଏସବିଆଇ (SBI) ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛି । ଏହି ଟ୍ୱିଟରେ SBI କହିଛି ଯେ ଭବିଷ୍ୟତରେ କୌଣସି ଅସୁବିଧାକୁ ଏଡ଼ାଇବା ପାଇଁ ଆମେ ଆମର ଗ୍ରାହକମାନଙ୍କୁ ସେମାନଙ୍କର ପ୍ୟାନ ଓ ଆଧାର ସଂଯୋଗ କରିବାକୁ ପରାମର୍ଶ ଦେଉଛୁ । ଯାହାଦ୍ୱାରା ସେମାନେ ବିନା ବ୍ୟାଘାତରେ ବ୍ୟାଙ୍କିଙ୍ଗ୍ ସେବା ଉପଭୋଗ କରିପାରିବେ । ଟ୍ୱିଟ୍‌ରେ କୁହାଯାଇଛି ଯେ ପାନ୍‌ ଓ ଆଧାରକୁ ସଂଯୋଗ (PAN-Aadhaar Link) କରିବା ବାଧ୍ୟତାମୂଳକ । ଯଦି ପାନ୍ ଓ ଆଧାର ଲିଙ୍କ୍ (PAN-Aadhaar Link) ହୋଇନାହିଁ, ତେବେ PAN କୁ ନିଷ୍କ୍ରିୟ କରିଦିଆଯିବ । ଆପଣ କୌଣସି ପ୍ରକାରର ନେଣଦେଣ କରିବାକୁ ସମର୍ଥ ହେବେ ନାହିଁ ।

ଅଧିକ ପଢ଼ନ୍ତୁ:-କୋରୋନା ଯୋଗୁଁ ଅନାଥ ହୋଇଗଲେ ୯୩୪୬ ପିଲା: NCPCR

ଜୁନ୍ ୩୦ ହେଉଛି ଶେଷ ତାରିଖ

ଆୟକର ବିଭାଗ  (Income Tax Department) ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ପାନ୍ ଓ ଆଧାରକୁ ସଂଯୋଗ କରିବାର ଶେଷ ତାରିଖ ହେଉଛି ୩୦ ଜୁନ୍ ୨୦୨୧ । ଯଦି ଆପଣ ଧାର୍ଯ୍ୟ ତାରିଖ ସୁଦ୍ଧା ଲିଙ୍କ୍ ନକରନ୍ତି, ତେବେ ସରକାର ଆୟକର ଅଧିନିୟମରେ ଏକ ନୂଆ ସେକ୍ଶନ 234H ଯୋଡିଛନ୍ତି । ଯାହା ଅନ୍ତର୍ଗତ ଆପଣଙ୍କ ଉପରେ ସର୍ବାଧିକ ୧୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଯାଇପାରେ । ତେଣୁ ଆପଣଙ୍କ ପାଇଁ ଏହା ଭଲ ହେବ ଯେ ଆପଣ ଶେଷ ତାରିଖକୁ ଅପେକ୍ଷା କରନ୍ତୁ ନାହିଁ ଏବଂ ଆଜି ହିଁ ପାନ୍ ଏବଂ ଆଧାରକୁ ଲିଙ୍କ୍ (PAN-Aadhaar Link) କରନ୍ତୁ ।

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତିଦିନ ୫୧ ଟଙ୍କା ନିବେଶ କରି ପାଇପାରିବେ ୩ ଲକ୍ଷ ୬୦ ହଜାର ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍

PAN ଓ Aadhaar ଲିଙ୍କ୍ ହୋଇଛି କି ନାହିଁ? ଏପରି କରନ୍ତୁ ଯାଞ୍ଚ

ଯଦି ଆପଣଙ୍କର PAN ଓ ଆଧାର କାର୍ଡ ପୂର୍ବରୁ ଲିଙ୍କ୍ (PAN-Aadhaar Link) ହୋଇଛି, ତେବେ ଆପଣଙ୍କୁ କିଛି କରିବାର ଆବଶ୍ୟକତା ନାହିଁ । କିନ୍ତୁ ଯଦି ଆପଣ ଜାଣି ନାହାଁନ୍ତି ଉଭୟ ଲିଙ୍କ୍ ହୋଇଛି କି ନାହିଁ, ତେବେ ଆପଣ ଏହି ସୂଚନାକୁ ଅତି ସହଜରେ ପାଇପାରିବେ । ଆପଣଙ୍କୁ କେବଳ ନିମ୍ନଲିଖିତ ପଦ୍ଧତିଗୁଡିକ ଅନୁସରଣ କରିବାକୁ ପଡିବ ।

-ଆପଣ ପାନ୍ ଓ  ଆଧାର ଲିଙ୍କ୍ (PAN-Aadhaar Link) ଅଛି କି ନାହିଁ, ଏଥିପାଇଁ ଆପଣଙ୍କୁ Income Tax Department ର  SMS ସୁବିଧା ବ୍ୟବହାର କରିପାରିବେ ।

- ଆପଣ ଆପଣଙ୍କ ମୋବାଇଲର ମେସେଜ୍ ବକ୍ସକୁ ଯାଇ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ SMS ଟାଇପ୍ କରିବାକୁ ପଡିବ ଏବଂ ଏହାକୁ 567678 କିମ୍ବା 56161 କୁ ପଠାଇବାକୁ ପଡିବ ।

- ଏହି ଉପାୟରେ SMS ଟାଇପ୍ କରନ୍ତୁ - UIDPAN <12 ଅଙ୍କ ବିଶିଷ୍ଟ ଆଧାର> <10 ଅଙ୍କ ବିଶିଷ୍ଟ PAN> 

- ଏହି SMS କୁ 567678 କିମ୍ବା 56161 କୁ ପଠାଇବାକୁ ପଡିବ ।

- ଯଦି ଉଭୟ ଲିଙ୍କ୍ ହୋଇଛି ତେବେ ଆପଣଙ୍କୁ ଏକ SMS ଆସିବ "Aadhaar...is already associated with PAN..in ITD database. Thank you for using our services."