SBI ଓ PNB ର ଗ୍ରାହକଙ୍କ ପାଇଁ ବଡ଼ ଖବର! ବ୍ୟାଙ୍କ କଲା ଆଲର୍ଟ, ବନ୍ଦ ହୋଇପାରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା
Advertisement
Article Detail0/zeeodisha/odisha1112257

SBI ଓ PNB ର ଗ୍ରାହକଙ୍କ ପାଇଁ ବଡ଼ ଖବର! ବ୍ୟାଙ୍କ କଲା ଆଲର୍ଟ, ବନ୍ଦ ହୋଇପାରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା

PAN-Aadhaar Link: ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀକୁ ଦୃଷ୍ଟିରେ ରଖି ପାନକୁ ଆଧାର ସହିତ ଲିଙ୍କ୍ କରିବାର ସମୟସୀମା ୩୦ ସେପ୍ଟେମ୍ବର ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୌଣସି ଅସୁବିଧାକୁ ଏଡ଼ାଇବା ପାଇଁ ଓ ଆମର ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍ ସେବାକୁ ଉପଭୋଗ କରିବା ପାଇଁ ଆମେ ଆମର ଗ୍ରାହକଙ୍କୁ ସେମାନଙ୍କର ପାନ୍କୁ ଆଧାର ସହିତ ଲିଙ୍କ୍ କରିବାକୁ ପରାମର୍ଶ ଦେଇଛୁ ବୋଲି ଏସବିଆଇ ପୂର୍ବରୁ ଟ୍ୱିଟ୍ କରି କହିଛି । 

SBI ଓ PNB ର ଗ୍ରାହକଙ୍କ ପାଇଁ ବଡ଼ ଖବର! ବ୍ୟାଙ୍କ କଲା ଆଲର୍ଟ, ବନ୍ଦ ହୋଇପାରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସେବା

ନୂଆଦିଲ୍ଲୀ: PAN-Aadhaar Link: ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଓ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (PNB) ନିଜର ଗ୍ରାହକଙ୍କୁ ଆଲର୍ଟ କରାଇଛି । ଯଦି ଗ୍ରାହକମାନେ ଏହାକୁ ଅଣଦେଖା କରିବେ ତେବେ ସେମାନଙ୍କର ବ୍ୟାଙ୍କିଙ୍ଗ୍ ସେବା ବନ୍ଦ ହୋଇପାରେ । ଚଳିତ ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ପାନ-ଆଧାର କାର୍ଡକୁ ଲିଙ୍କ୍ (PAN-Aadhaar Link) କରିବାକୁ ବ୍ୟାଙ୍କ ନିଜର ଖାତାଧାରୀଙ୍କୁ ନୋଟିସ୍ ଦେଇଛି । ବ୍ୟାଙ୍କ କହିଛି ଯେ, ଯଦି ଗ୍ରାହକମାନେ ଏହା ନକରନ୍ତି ତେବେ ସେମାନଙ୍କ ବ୍ୟାଙ୍କିଙ୍ଗ ସେବା ବନ୍ଦ ହୋଇପାରେ । ଏନେଇ ଏସବିଆଇ ଟ୍ୱିଟ୍ ମଧ୍ୟ କରିଛି ।

ଏହି ଟ୍ୱିଟରେ SBI କହିଛି ଯେ, ଆମେ ନିଜ ଗ୍ରାହକଙ୍କୁ କୌଣସି ଅସୁବିଧାରୁ ରକ୍ଷା କରିବା ପାଇଁ ଓ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବାକୁ ଉପଭୋଗ କରିବା ପାଇଁ ସେମାନଙ୍କର ପାନକୁ ଆଧାର ସହିତ ଲିଙ୍କ କରିବାକୁ ପରାମର୍ଶ ଦେଉଛୁ । ବ୍ୟାଙ୍କ କହିଛି ଯେ ଗ୍ରାହକ ସଠିକ ସମୟରେ ପାନ୍ ଓ ଆଧାରକୁ ଲିଙ୍କ୍ କରି ନିଅନ୍ତୁ, ଯାହା ଫଳରେ ସେମାନେ କୌଣସି ଅସୁବିଧାରୁ ରକ୍ଷା ପାଇ ପାରିବେ ।"

ସୂଚନାଯୋଗ୍ୟ, କୋରୋନା ଭୂତାଣୁ ମହାମାରୀକୁ ଦୃଷ୍ଟିରେ ରଖି ପାନକୁ ଆଧାର ସହିତ ଲିଙ୍କ୍ କରିବାର ସମୟସୀମା ୩୦ ସେପ୍ଟେମ୍ବର ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୌଣସି ଅସୁବିଧାକୁ ଏଡ଼ାଇବା ପାଇଁ ଓ ଆମର ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍ ସେବାକୁ ଉପଭୋଗ କରିବା ପାଇଁ ଆମେ ଆମର ଗ୍ରାହକଙ୍କୁ ସେମାନଙ୍କର ପାନ୍କୁ ଆଧାର ସହିତ ଲିଙ୍କ୍ କରିବାକୁ ପରାମର୍ଶ ଦେଇଛୁ ବୋଲି ଏସବିଆଇ ପୂର୍ବରୁ ଟ୍ୱିଟ୍ କରି କହିଛି । ଏହା ସହିତ ବ୍ୟାଙ୍କ କହିଛି ଯେ ପ୍ୟାନକୁ ଆଧାର ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ ଅଟେ । ଯଦି ପାନ୍ ଓ ଆଧାର ଲିଙ୍କ୍ ହୋଇନଥାଏ, PAN ନିଷ୍କ୍ରିୟ ହୋଇଯିବ ଓ ନିର୍ଦ୍ଦିଷ୍ଟ ନେଣଦେଣ କରିବା ପାଇଁ PAN ବ୍ୟବହାର କରାଯାଇପାରିବ ନାହିଁ ।

କିପରି ପାନ୍-ଆଧାର କାର୍ଡକୁ କରିବେ ଲିଙ୍କ୍, ଜାଣନ୍ତୁ ପ୍ରକ୍ରିୟା

୧- ପ୍ରଥମେ ଆପଣ ଇନକମ ଟ୍ୟାକ୍ସର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ https://www.incometaxindiaefiling.gov.in/home

୨. ଏଠାରେ ବାମ ପାର୍ଶ୍ୱରେ ଆପଣ ଲିଙ୍କ୍ ଆଧାରର ବିକଳ୍ପ ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ ।

୩. ଏକ ନୂତନ ପେଜ୍ ଖୋଲିବ, ଯେଉଁଠାରେ ଆପଣଙ୍କୁ PAN, AADHAAR ଏବଂ ଆଧାରରେ ଯେପରି ଆପଣଙ୍କ ନାମ ରହିଛି ସେହିପରି ଲେଖିବାକୁ ପଡ଼ିବ ।

୪. ଯଦି ଆପଣଙ୍କର ଆଧାର କାର୍ଡରେ କେବଳ ଜନ୍ମ ବର୍ଷ ଅଛି, ତେବେ 'I have only year of birth in aadhaar card' ବାକ୍ସକୁ ଟିକ୍ କରନ୍ତୁ ।

୫. କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ କିମ୍ବା OTP ପାଇଁ ଟିକ୍ କରନ୍ତୁ ।

୬. ଲିଙ୍କ୍ ଆଧାର ବଟନ୍ ଉପରେ କ୍ଲିକ୍ କରନ୍ତୁ, ବର୍ତ୍ତମାନ ପାନ୍ ଓ ଆଧାର ଲିଙ୍କ୍ ହୋଇଯାଇଛି ।

ଏହା ବି ପଢ଼ନ୍ତୁ:-ୟୁକ୍ରେନର ଖାର୍କିଭ ଉପରେ ଋଷର ବୋମା ବର୍ଷା, କୀଭରେ ଆଲର୍ଟ ସାଇରନ୍, ଲୋକଙ୍କୁ ବଙ୍କରକୁ ଯିବାକୁ ପରାମର୍ଶ, ଜାଣନ୍ତୁ ଯୁଦ୍ଧର ୧୦ଟି ବଡ଼ କଥା

ଏହା ବି ପଢ଼ନ୍ତୁ:-ବାଇଡେନଙ୍କ ବଡ଼ ବୟାନ; ଋଷକୁ ଅଟକାଇବା ପାଇଁ ତୃତୀୟ ବିଶ୍ୱଯୁଦ୍ଧ ହିଁ ଏକମାତ୍ର ବିକଳ୍ପ

ଏହା ବି ପଢ଼ନ୍ତୁ:-ବିନାଶ ଅଭିମୂଖେ ଦୁନିଆ! ଋଷ ଆରମ୍ଭ କଲା ପରମାଣୁ ଯୁଦ୍ଧାଭ୍ୟାସ

ଏସଏମଏସ୍ ମାଧ୍ୟମରେ କରନ୍ତୁ ଲିଙ୍କ୍

ଆପଣ SMS ମାଧ୍ୟମରେ ପାନ୍ ଓ ଆଧାରକୁ ମଧ୍ୟ ଲିଙ୍କ୍ କରିପାରିବେ ।

୧. ମୋବାଇଲର ମେସେଜ୍ ବକ୍ସରେ ଟାଇପ୍ କରନ୍ତୁ - UIDPAN <12-digit Aadhaar> <10-digit PAN> ।

୨. 567678 କିମ୍ବା 56161 କୁ ଏହି ମେସେଜ ପଠାନ୍ତୁ । ଏହା ପରେ ଆପଣଙ୍କ କାମ ହୋଇଯିବ ।