ଏହା ବ୍ୟତୀତ ବିହାରର ୯୬ ଡାକ୍ତର, ୟୁପିରେ ୪୧ ଜଣ ଡାକ୍ତର କୋରୋନା (COVID-19) କାରଣରୁ ମୃତ୍ୟୁ ବରଣ କରିଛନ୍ତି ।
Trending Photos
ନୂଆଦିଲ୍ଲୀ: Second Wave of Coronavirus: ସାରା ଦେଶରେ କୋରୋନା ଭୂତାଣୁ (Coronavirus) ମହାମାରୀର ପ୍ରକୋପ ଜାରି ରହିଛି । ଏହି ଭୂତାଣୁ ଡାକ୍ତର (Doctors) ଙ୍କ ପାଇଁ ମଧ୍ୟ ଘାତକ ପ୍ରମାଣିତ ହେଉଛି । କୋରୋନା ସଙ୍କଟରେ ଲୋକମାନଙ୍କୁ ରକ୍ଷା କରୁଥିବା ଡାକ୍ତରମାନେ ମଧ୍ୟ ପ୍ରାଣ ହରାଇଛନ୍ତି । କୋରୋନା ଭୂତାଣୁର ଦ୍ୱିତୀୟ ଲହର (Second Wave of Coronavirus) ରେ ସାରା ଦେଶରେ ୪୨୦ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (IMA) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦ୍ୱିତୀୟ ଲହରରେ ଦିଲ୍ଲୀର ସର୍ବାଧିକ ୧୦୦ ଡାକ୍ତରଙ୍କ ମୃତ୍ୟୁ ଘଟିଛି ।
ଅଧିକ ପଢ଼ନ୍ତୁ:-ଏହି ଗାଁରେ କୋରୋନାର ତାଣ୍ଡବ, ୨୫ ମୃତ
ଏହା ବ୍ୟତୀତ ବିହାରର ୯୬ ଡାକ୍ତର, ୟୁପିରେ ୪୧ ଜଣ ଡାକ୍ତର କୋରୋନା (COVID-19) କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ୨୬, ଆସାମରେ ୩, ଗୁଜୁରାଟରେ ୩୧, ଗୋଆରେ ୨, ହରିୟାଣାରେ ୨, ମହାରାଷ୍ଟ୍ରରେ ୧୫, ମଧ୍ୟପ୍ରଦେଶରେ ୧୩ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ସବୁଠାରୁ କମ୍ ମୃତ୍ୟୁ ପଞ୍ଜାବ ଏବଂ ପୁଡୁଚେରୀରେ ହୋଇଛି । ଏଠାରେ ୧-୧ ଡାକ୍ତରଙ୍କର ମୃତ୍ୟୁ ହୋଇଛି ।
ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୪,୧୯୪ ସଂକ୍ରମିତ
ସେପଟେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ୨ ଲକ୍ଷ ୫୭ ହଜାର ୨୯୯ କୋରୋନା ସଂକ୍ରମିତ (Corona Positives) ଚିହ୍ନଟ ହୋଇଛନ୍ତି । ଯାହା ଗତ ୩୫ ଦିନ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ ଅଟେ । ଏହାପୂର୍ବରୁ, ଏପ୍ରିଲ ୧୫ରେ ୨.୩୪ ଲକ୍ଷ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ଏହାସହ ଏକ ଆଶ୍ୱସ୍ତିକର ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୫୭ ହଜାର ୬୩୦ ସଂକ୍ରମିତ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ତେବେ ଦୈନିକ ମୃତ୍ୟୁ ସଂଖ୍ୟା ୪ ହଜାରରୁ ଅଧିକ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୧୯୪ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ଅଧିକ ପଢ଼ନ୍ତୁ:-କୋରୋନାର କରୁଣ ଦୃଶ୍ୟ: ଶେଷ ହୋଇଗଲା ଗୋଟିଏ ପରିବାର, ୧୩ ଘଣ୍ଟାରେ ଆଖି ବୁଜିଲେ ବାପା-ମା' ଓ ପୁଅ
ବର୍ତ୍ତମାନ ସମୟରେ ଦେଶରେ ୨୯ ଲକ୍ଷ ୨୩ ହଜାର ୪୦୦ ସକ୍ରିୟ କୋରୋନା ମାମଲା ରହିଛି । ଗତ ୨୪ ଦିନ ମଧ୍ୟରେ ପ୍ରଥମ ଥର ପାଇଁ ସକ୍ରିୟ ମାମଲା ସଂଖ୍ୟା ୩୦ ଲକ୍ଷ ତଳକୁ ଖସି ଆସିଛି । ଏହାପୂର୍ବରୁ ୨୭ ଏପ୍ରିଲରେ ୨୯.୭୨ ଲକ୍ଷ ସକ୍ରିୟ ମାମଲା ରହିଥିଲା । ସେପଟେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟି ୬୨ ଲକ୍ଷ ୮୯ ହଜାର ୨୯୦ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେଥିରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟି ୩୦ ଲକ୍ଷ ୭୦ ହଜାର ୩୬୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨ ଲକ୍ଷ ୯୫ ହଜାର ୫୨୫ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ କୋରୋନା ମୃତ୍ୟୁ ହାର ୧.୧୨ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୮୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧୨ ପ୍ରତିଶତରୁ କମ୍ ହୋଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା ଏବଂ ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।