ବାପା-ମା'ଙ୍କ ଯତ୍ନ ନେଉନଥିବା କର୍ମଚାରୀଙ୍କ କଟିଲା ୩୦ ପ୍ରତିଶତ ଦରମା, ପ୍ୟାରେଣ୍ଟସଙ୍କ ଆକାଉଣ୍ଟକୁ ହେବ ଟ୍ରାନ୍ସଫର
Advertisement
Article Detail0/zeeodisha/odisha848052

ବାପା-ମା'ଙ୍କ ଯତ୍ନ ନେଉନଥିବା କର୍ମଚାରୀଙ୍କ କଟିଲା ୩୦ ପ୍ରତିଶତ ଦରମା, ପ୍ୟାରେଣ୍ଟସଙ୍କ ଆକାଉଣ୍ଟକୁ ହେବ ଟ୍ରାନ୍ସଫର

 ଏଠାରେ ପରିଷଦ ନିଜ ବୃଦ୍ଧ ପିତାମାତାଙ୍କ ଯତ୍ନ ନେଉ ନଥିବା ସାତଜଣ କର୍ମଚାରୀଙ୍କ ଦରମାରୁ ୩୦ ପ୍ରତିଶତ କଟିବା ଆରମ୍ଭ କରିଛି । ପରିଷଦର ସଭାପତି ରାହୁଲ ବୋନ୍ଦ୍ରେ ଶନିବାର ଏହି ସୂଚନା ଦେଇଛନ୍ତି ।

ବାପା-ମା'ଙ୍କ ଯତ୍ନ ନେଉନଥିବା କର୍ମଚାରୀଙ୍କ କଟିଲା ୩୦ ପ୍ରତିଶତ ଦରମା, ପ୍ୟାରେଣ୍ଟସଙ୍କ ଆକାଉଣ୍ଟକୁ ହେବ ଟ୍ରାନ୍ସଫର

ନୂଆଦିଲ୍ଲୀ: ଯେଉଁମାନେ ବୃଦ୍ଧ ବାପା-ମା'ଙ୍କର ଯତ୍ନ ନିଅନ୍ତି ନାହିଁ, ବର୍ତ୍ତମାନ ସେମାନଙ୍କ ପାଇଁ ଏକ ଖରାପ ଖବର ରହିଛି । ମହାରାଷ୍ଟ୍ର (Maharashtra) ର  ଲାତୁର ଜିଲ୍ଲା ପରିଷଦ (Latur Zilla Parishad) ରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ପ୍ରାୟତଃ ଦେଖିବାକୁ ମିଳି ନଥାଏ । ଏଠାରେ ପରିଷଦ ନିଜ ବୃଦ୍ଧ ପିତାମାତାଙ୍କ ଯତ୍ନ ନେଉ ନଥିବା ସାତଜଣ କର୍ମଚାରୀଙ୍କ ଦରମାରୁ ୩୦ ପ୍ରତିଶତ କଟିବା ଆରମ୍ଭ କରିଛି । ପରିଷଦର ସଭାପତି ରାହୁଲ ବୋନ୍ଦ୍ରେ ଶନିବାର ଏହି ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଶହେ ଟଙ୍କା ଲିଟରରେ ପହଞ୍ଚିଲା ପେଟ୍ରୋଲ, ମୂଲ୍ୟ ଦେଖାଇ ପାରୁନାହିଁ ମେସିନ୍

ସେ କହିଛନ୍ତି ଯେ, ୧୨ ଜଣ କର୍ମଚାରୀଙ୍କ ବିରୋଧରେ ପିତା-ମାତଙ୍କୁ ଉପେକ୍ଷା କରିବାର ଅଭିଯୋଗ ଆସିଥିଲା ଏବଂ ସେମାନଙ୍କ ମଧ୍ୟରୁ ୬ ଜଣ କର୍ମଚାରୀ ଅଧ୍ୟାପକ ଅଛନ୍ତି । ସେ କହିଛନ୍ତି ଯେ କଟାଯାଇଥିବା ରାଶି ଏହି କର୍ମଚାରୀମାନଙ୍କ ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ।

ଅଧିକ ପଢ଼ନ୍ତୁ:-ପ୍ରଶାନ୍ତ କିଶୋରଙ୍କ ଘର ଉପରେ ବୁଲିଲା ବୁଲଡୋଜର

ଗତ ବର୍ଷ ନଭେମ୍ବରରେ ଲାତୁର ଜିଲ୍ଲା ପରିଷଦର ମହାସଭା ନିଜ ପିତାମାତାଙ୍କ ଯତ୍ନ ନେଉନଥିବା କର୍ମଚାରୀଙ୍କ ଦରମାରୁ ୩୦ ପ୍ରତିଶତ କାଟିବା ପାଇଁ ଏକ ସଂକଳ୍ପ ପାରିତ କରିଥିଲା । ବୋନ୍ଦେ କହିଛନ୍ତି ଯେ ଦୋଷୀ କର୍ମୀମାନଙ୍କ ମାସିକ ବେତନରୁ କଟିବା ପ୍ରକ୍ରିୟା ଡିସେମ୍ବର ୨୦୨୦ରୁ ଆରମ୍ଭ ହୋଇଥିଲା । ସେ କହିଛନ୍ତି ଯେ ଏହି ଉପାୟରେ ବେତନର ୩୦ ପ୍ରତିଶତ ଅର୍ଥାତ ପ୍ରାୟ ୧୫୦୦୦ ଟଙ୍କା ଏହି କର୍ମଚାରୀଙ୍କ ଆକାଉଣ୍ଟରୁ କଟାଯିବ । ସେ କହିଛନ୍ତି ଯେ କେତେକ କ୍ଷେତ୍ରରେ କର୍ମଚାରୀଙ୍କ ସହ ବସି ସମସ୍ୟାର ସମାଧାନ କରାଯାଇଥିଲା ।