କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ନେଇ ଶଶି ଥରୁର ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ...
Advertisement
Article Detail0/zeeodisha/odisha1327225

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ନେଇ ଶଶି ଥରୁର ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ...

Shashi Tharoor: କଂଗ୍ରେସ ସାଂସଦ ମାଲାୟାଲମ୍ ଦୈନିକ ମାତୃଭୂମିରେ ଏକ ଲେଖା ଲେଖିବା ପରେ ତାଙ୍କ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ କଳ୍ପନାଜଳ୍ପନା ଚାଲିଛି । ସେ ଲେଖିଛନ୍ତି ଯେ, କୌଣସି ଦଳର ଅଧ୍ୟକ୍ଷ ପଦର ପ୍ରସଙ୍ଗ ସମସ୍ୟାର ସମାଧାନ ପାଇଁ ଏକ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ଉତ୍ତମ ଉପାୟ ।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ନେଇ ଶଶି ଥରୁର ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ...

ନୂଆଦିଲ୍ଲୀ: Shashi Tharoor: କିଏ ହେବେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ (ongress President)? ତାହାକୁ ନେଇ କଳ୍ପନାଜଳ୍ପନା ବଜାର ଗରମ ରହିଛି । ଦଳର ଅନେକ ବରିଷ୍ଠ ନେତାଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି, ଯେଉଁଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ମୀରା କୁମାରଙ୍କ ନାମ ସାମିଲ ରହିଛି । ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ଯେ କେରଳର ଥିରୁବନନ୍ତପୁରମରୁ ଦଳର ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର (Shashi Tharoor) କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିପାରନ୍ତି । ଅନ୍ୟପକ୍ଷେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନେଇ ଏକ ବୟାନ ଦେଇଛନ୍ତି ।

ଖବର ସରବରାହ ସଂସ୍ଥା ANI ଅନୁଯାୟୀ ଶଶି ଥରୁର  (Shashi Tharoor) କହିଛନ୍ତି ଯେ, ଲୋକମାନେ ଅନୁମାନ କରିବା ପାଇଁ ସ୍ୱତନ୍ତ୍ର ଅଟନ୍ତି । ମୁଁ କେବଳ ମୋର ଆର୍ଟିକିଲରେ ଲେଖିଛି ଯେ ନିର୍ବାଚନ କରିବା ଦଳ ପାଇଁ ଏକ ଭଲ କଥା । ଏହା ବ୍ୟତୀତ ମୁଁ କୌଣସି ଘୋଷଣା କରି ନାହିଁ । କଂଗ୍ରେସ ସାଂସଦ ମାଲାୟାଲମ୍ ଦୈନିକ ମାତୃଭୂମିରେ ଏକ ଲେଖା ଲେଖିବା ପରେ ତାଙ୍କ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ କଳ୍ପନାଜଳ୍ପନା ଚାଲିଛି । ସେ ଲେଖିଛନ୍ତି ଯେ, କୌଣସି ଦଳର ଅଧ୍ୟକ୍ଷ ପଦର ପ୍ରସଙ୍ଗ ସମସ୍ୟାର ସମାଧାନ ପାଇଁ ଏକ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ଉତ୍ତମ ଉପାୟ । ଏଥି ସହ ସେ କହିଛନ୍ତି ଯେ ସମସ୍ୟାର ସମାଧାନ ପାଇଁ ଦଳର ସଭାପତିଙ୍କର ଯୋଜନା ରହିବା ଆବଶ୍ୟକ ଓ ଭାରତ ପାଇଁ ଏକ ଦୂରଦୃଷ୍ଟି ରହିବା ମଧ୍ୟ ଆବଶ୍ୟକ ।

ସୂଚନାଯୋଗ୍ୟ, ଅଗଷ୍ଟ ୨୮ରେ ଦଳ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଥିଲା । ଯାହା ଅନ୍ତର୍ଗତ ସେପ୍ଟେମ୍ବର ୨୨ରେ ବିଜ୍ଞପ୍ତି, ସେପ୍ଟେମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ନାମାଙ୍କନ, ଅକ୍ଟୋବର ୧୭ରେ ମତଦାନ ଏବଂ ଫଳାଫଳ ଅକ୍ଟୋବର ୧୯ରେ ଘୋଷଣା କରାଯିବ । ଅର୍ଥାତ୍ ଅକ୍ଟୋବର ୧୯ରେ କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିବ । ୨୦୧୯ ଲୋକସଭା ନିର୍ବାଚନରେ ​​କଂଗ୍ରେସକୁ କ୍ରମାଗତ ଦ୍ୱିତୀୟ ଥର ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ପରାଜୟ ପାଇଁ ନିଜକୁ ଦାୟୀ କରି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

ଏହା ବି ପଢ଼ନ୍ତୁ:-ମମତା ବାନାର୍ଜୀ ଛାଡ଼ିବେ ରାଜନୀତି!

ଏହା ବି ପଢ଼ନ୍ତୁ:-ଦିଦିଙ୍କ ରାସ୍ତାରେ ନୀତିଶ କୁମାର! କେନ୍ଦ୍ରୀୟ ଏଜେନ୍ସିକୁ ନେଇ ମହାମେଣ୍ଟ ସରକାର ନେଲେ ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ମୋଦି ସରକାରଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ କେସିଆର, ଟିଆରଏସର ଏହା ହେଉଛି ମାଷ୍ଟର ପ୍ଲାନ୍

ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ତାଙ୍କ ମା' ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷର ଦାୟିତ୍ୱ ଗ୍ରହଣ କରିଥିଲେ । ବର୍ତ୍ତମାନ ନୂଆ ଅଧ୍ୟକ୍ଷ ସର୍ବ ସମ୍ମତିରେ ଚୟନ କରାଯିବ ନା ଦଳରେ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ, ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯିବ ।